ଏନ୍‌ସିଇଆର୍‌ଟି ଢାଞ୍ଚାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ; ଘୋଷା ପାଠ ନୁହେଁ, ଦକ୍ଷତା ବିକାଶକୁ ଦିଆଯାଇଛି ଗୁରୁତ୍ୱ

ଏଥର ଏନ୍‌ସିଇଆର୍‌ଟି ଢାଞ୍ଚାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ଘୋଷା ପାଠ ନୁହେଁ, ଦକ୍ଷତା ବିକାଶକୁ ଦିଆଯାଇଛି ଗୁରୁତ୍ୱ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମ୍ପୂର୍ଣ୍ଣ ବଦଳିଛି ବହି। ଆଞ୍ଚଳିକ ଭାଷା, ସଂସ୍କୃତି, ଐତିହାସିକ କଥାବସ୍ତୁ ସ୍ଥାନ ପାଇଛି ପାଠ୍ୟପୁସ୍ତକରେ । ପିଲାଙ୍କ ସୃଜନଶୀଳତାକୁ ଗୁରୁତ୍ୱ ଦିଆଯାଇଛି ।

ଜାତୀୟ ଶିକ୍ଷା ନୀତି ଅନୁଯାୟୀ ସ୍କୁଲ ପାଠ୍ୟକ୍ରମରେ ଆସିଛି ବ୍ୟାପକ ପରିବର୍ତ୍ତନ । ଜାତୀୟ କରିକୁଲମ ଫ୍ରେମୱର୍କ ଫର ସ୍କୁଲ ଏଜୁକେସନ ଅନୁଯାୟୀ ପ୍ରସ୍ତୁତ ହୋଇଛି ପାଠ୍ୟ ପୁସ୍ତକ । ଘୋଷା ପାଠ ବଦଳରେ ନୂତନ ଶିକ୍ଷାରେ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪ ପ୍ରତିଶତ ପୁସ୍ତକ ଦିଆସରିଥିବା ବେଳେ ଖରାଛୁଟି ଶେଷ ସୁଦ୍ଧା ସମସ୍ତ ବହି ବଣ୍ଟନ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଗଣଶିକ୍ଷା ବିଭାଗ ।

ଏଥର ଏନ୍‌ସିଇଆର୍‌ଟି ଢାଞ୍ଚାରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ଘୋଷା ପାଠ ନୁହେଁ, ଦକ୍ଷତା ବିକାଶକୁ ଦିଆଯାଇଛି ଗୁରୁତ୍ୱ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମ୍ପୂର୍ଣ୍ଣ ବଦଳିଛି ବହି। ଆଞ୍ଚଳିକ ଭାଷା, ସଂସ୍କୃତି, ଐତିହାସିକ କଥାବସ୍ତୁ ସ୍ଥାନ ପାଇଛି ପାଠ୍ୟପୁସ୍ତକରେ । ପିଲାଙ୍କ ସୃଜନଶୀଳତାକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ପ୍ରଥରୁ ଅଷ୍ଟମ ଯାଏଁ ୪୫ଟି ପାଠ୍ୟପୁସ୍ତକ ଥିବା ବେଳେ ଚଳିତବର୍ଷ ଅଧିକ ୯ଟି ପୁସ୍ତକ ସାମିଲ କରାଯାଇଛି । କଳା, କ୍ରୀଡ଼ା, ଧନ୍ଦାମୂଳକ ଶିକ୍ଷା ପ୍ରମୁଖ ପାଠ୍ୟକ୍ରମରେ ସାମିଲ କରାଯାଇଛି । ଶିକ୍ଷାର ଗୁଣାତ୍ମକ ବିକାଶ ଲକ୍ଷ୍ୟରେ ଜାତୀୟ କରିକୁଲମ ଫ୍ରେମୱର୍କ ଫର ସ୍କୁଲ ଏଜୁକେସନ ଅନୁଯାୟୀ ପ୍ରସ୍ତୁତ ହୋଇଛି ପୁସ୍ତକ ।

ନୂଆ ପାଠ୍ୟକ୍ରମ ଯୋଗୁଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୪ ପ୍ରତିଶତ ବହି ବଣ୍ଟା ସରିଛି । ଖରାଛୁଟି ଶେଷ ସୁଦ୍ଧା ବହି ବଣ୍ଟନ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି ଗଣଶିକ୍ଷା ବିଭାଗ । ବୌଦ୍ଧରେ ସର୍ବାଧିକ ୯୭.୨୬% ବହି ଦିଆଯାଇଥିବା ବେଳେ ସୋନପୁରରେ ୯୬.୫୫%, ବାଲେଶ୍ୱରରେ ୯୬.୫୨% ବହି ଦିଆଯାଇଛି । ନୟାଗଡ଼ରେ ସର୍ବନିମ୍ନ ୯୧.୦୮% ଦିଆଯାଇଛି । ସେହିପରି ଘରୋଇ ସ୍କୁଲମାନଙ୍କରେ ୮୪.୦୫% ବହି ବଣ୍ଟନ ହୋଇଛି । ପ୍ରଥମେ ପ୍ରିଣ୍ଟିଂ ସମସ୍ୟା, ଆଉ ଏବେ ଖରାଛୁଟି ପାଇଁ ସ୍କୁଲ ବନ୍ଦ । ଫଳରେ ବହି ବଣ୍ଟନ ପ୍ରକ୍ରିୟା ବିଳମ୍ବ ହୋଇଛି । କିନ୍ତୁ ଖରାଛୁଟି ଭିତରେ ବଣ୍ଟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛି ବିଭାଗ ।

Leave a Reply

Your email address will not be published. Required fields are marked *