ଉଦ୍ଦେଶ୍ୟମୂଳକ ବଦଳି ଅଭିଯୋଗ ; ସିଡିଏମଓ କାର୍ଯ୍ୟାଳୟ ଆଗରେ ନର୍ସିଂ ଅଧିକାରୀଙ୍କ ଧାରଣା

ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଛି । ଏଭଳି ଅଭିଯୋଗ ଆଣି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ନର୍ସିଂ ଅଧିକାରୀ ।

ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଛି । ଏଭଳି ଅଭିଯୋଗ ଆଣି କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ନର୍ସିଂ ଅଧିକାରୀ । ବଦଳି ଆଦେଶ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି ବ୍ରାହ୍ମଣୀପାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନ ବେହେରାଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ନର୍ସିଂ ଅଧିକାରୀ ନିର୍ମଳା ଦାସ ।

ତାଙ୍କୁ ଅନ୍ୟାୟ ଓ ଉଦ୍ଦେଶ୍ୟମୂଳକ ଭାବେ ବଦଳି କରାଯାଇଥିବା ଅଭିଯୋଗ କରିଛନ୍ତି। ଏନେଇ ସେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଭେଟି ନିଜ ସମସ୍ୟା ଜଣାଇଥିଲେ । ହେଲେ କୌଣସି ସମାଧାନ ନ ମିଳିବାରୁ ସେ ସିଡିଏମଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ପ୍ରତିବାଦ ଜଣାଇଛନ୍ତି। 

Leave a Reply

Your email address will not be published. Required fields are marked *