ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର୍ ଓପନର୍ ଯଶସ୍ବୀ ଜୟସ୍ୱାଲଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୧୧୦ ରନର ଶାନଦାର ଇନିଂସ ଖେଳିଥିଲେ ମଧ୍ୟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ତାଙ୍କୁ ସ୍ଥାନ ମିଳିନାହିଁ ।

ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଆଜି ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ଏହି ଦଳରେ ଅନେକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶୁବମନ ଗିଲ୍ ଦଳର ଅଧିନାୟକତ୍ୱ କରିବେ ଏବଂ ଶ୍ରେୟସ ଆୟରଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି ।
ଏହି ଚୟନର ସବୁଠାରୁ ବଡ଼ ଖବର ହେଉଛି ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରାଙ୍କ ପ୍ରତ୍ୟାବର୍ତ୍ତନ । ୨୦୨୩ ବିଶ୍ୱକପ୍ ଫାଇନାଲ୍ ପରେ ବୁମରା ପ୍ରଥମ ଥର ପାଇଁ ଦିନିକିଆ ଫର୍ମାଟକୁ ଫେରିଛନ୍ତି । ସେହିପରି ଅଲରାଉଣ୍ଡର ଅକ୍ଷର ପଟେଲ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ଅନ୍ୟପଟେ, ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଦଳରେ ସାମିଲ କରାଯାଇଥିଲେ ହେଁ ତାଙ୍କ ଖେଳିବା ଫିଟନେସ୍ ଟେଷ୍ଟ ଉପରେ ନିର୍ଭର କରେ।
ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର୍ ଓପନର୍ ଯଶସ୍ବୀ ଜୟସ୍ୱାଲଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୧୧୦ ରନର ଶାନଦାର ଇନିଂସ ଖେଳିଥିଲେ ମଧ୍ୟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଯୋଗୁଁ ତାଙ୍କୁ ସ୍ଥାନ ମିଳିନାହିଁ । ଭାରତର ଇଂଲଣ୍ଡ ଗସ୍ତ ଜୁଲାଇ ୧ରୁ ଟି-୨୦ ସିରିଜରୁ ଆରମ୍ଭ ହେବ ଏବଂ ଜୁଲାଇ ୧୪ରୁ ଦିନିକିଆ ସିରିଜ୍ ଖେଳାଯିବ। ଅନ୍ୟପଟେ, ଆଘାତ ଜନିତ ସମସ୍ୟା କାରଣରୁ ବରୁଣ ଚକ୍ରବର୍ତ୍ତୀ ଆୟର୍ଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାଦ୍ ପଡ଼ିଛନ୍ତି।
ଭାରତୀୟ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର (ଉପ-ଅଧିନାୟକ), କେଏଲ୍ ରାହୁଲ, ଇଶାନ କିଷାନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଜସପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂ ଏବଂ ଗୁରନୁର ବ୍ରାର।
