ଆରମ୍ଭରୁ ଝୁଣ୍ଟିଲା ‘କେଜିରୁ ପିଜି ମାଗଣା ଶିକ୍ଷା’, ଫି’ ମାଗୁଛନ୍ତି କଲେଜ କର୍ତ୍ତୃପକ୍ଷ

ସରକାରଙ୍କ କଥା କେହି ଶୁଣିଲେନି, ଆରମ୍ଭରୁ ଝୁଣ୍ଟିଲା ‘କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’। ଫି’ ମାଗୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ । ରାଜ୍ୟ ସରକାରଙ୍କ ଚର୍ଚ୍ଚିତ କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା ଆରମ୍ଭରୁ ଝୁଣ୍ଟିଲାଣି ।

ସରକାରଙ୍କ କଥା କେହି ଶୁଣିଲେନି, ଆରମ୍ଭରୁ ଝୁଣ୍ଟିଲା ‘କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’। ଫି’ ମାଗୁଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ, ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ଅଭିଭାବକ ମହାସଂଘ । ରାଜ୍ୟ ସରକାରଙ୍କ ଚର୍ଚ୍ଚିତ କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା ଆରମ୍ଭରୁ ଝୁଣ୍ଟିଲାଣି । ଖୋଦ୍‌ ରାଜଧାନୀରେ କିଛି କଲେଜ ନାମଲେଖା ଫି’ ଦାବି କରିବାରୁ ବହୁ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମ ଲେଖାଇ ପାରିନାହାନ୍ତି ।

ଏଥିପାଇଁ ଅଭିଭାବକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଘୋଷଣା ସତ୍ତ୍ବେ କଲେଜ କର୍ତ୍ତୃପକ୍ଷଙ୍କ ନାମଲେଖା ଫି’ଦାବିକୁ ଅଭିଭାବକମାନେ ସହଜରେ ଗ୍ରହଣ କରିପାରିନାହାନ୍ତି । ସରକାରଙ୍କ ନିର୍ଦ୍ଦେଶକୁ କିଛି କଲେଜ କର୍ତ୍ତୃପକ୍ଷ ଏଭଳି ଭାବେ ବେଖାତିର କରିଥିବାରୁ ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି ।

ଆରମ୍ଭରୁ ଝୁଣ୍ଟିଲା 
‘କେଜିରୁ ପିଜି ମାଗଣା ଶିକ୍ଷା ଯୋଜନା’
ସରକାରୀ ଓ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଆରମ୍ଭ 
ଛାତ୍ରଛାତ୍ରୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି
‘ଜ୍ଞାନୋଦୟ’-ଶିକ୍ଷାରୁ ସମୃଦ୍ଧି: କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ କୁହାଯାଇଛି
ଜୁଲାଇ ୮ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଥିଲା
ସାମ୍‌ସ ପୋର୍ଟାଲ୍‌ରେ ମଧ୍ୟ ଏ ନେଇ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି
ଏସବୁ ସତ୍ତ୍ବେ କେତେକ ଅନୁଦାନପ୍ରାପ୍ତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ମାନିବାକୁ ନାରାଜ
କ୍ୟାମ୍ପସ୍‌ ବାହାରେ ନାମଲେଖା ଫି’ ତାଲିକା ମରାଯାଇଛି
ଅଭିଭାବକଙ୍କୁ ନାମଲେଖା ଫି’ ପଇଠ କରିବାକୁ କହୁଛନ୍ତି କଲେଜ କର୍ତ୍ତୃପକ୍ଷ
ଅଭିଭାବକ ଗଣଶିକ୍ଷା ବିଭାଗର ହସ୍ତକ୍ଷେପ ଲୋଡ଼ିଛନ୍ତି
ଏହି କାରଣରୁ ଖୋର୍ଦ୍ଧା ଜିଲ୍ଲାରେ ନାମଲେଖା ବହୁତ କମ୍‌ ହୋଇଥିବା ଜଣାପଡ଼ିଛି
ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛି

Leave a Reply

Your email address will not be published. Required fields are marked *