ଆମେରିକାର ଆଚରଣ ସୁଧୁରିଲେ ଖୋଲିବ ହର୍ମୁଜ୍: ଇରାନ ରଖିଲା ୭ ସର୍ତ୍ତ

ଇରାନ ସର୍ତ୍ତ ରଖିଛି ଯେ,ଆମେରିକା ଆଉ କେବେ ଇରାନକୁ ଧମକ ଦେବ ନାହିଁ। ଇରାନ ଏବଂ ଏହି ଅଞ୍ଚଳରେ ଏହାର ସହଯୋଗୀଙ୍କ ବିରୋଧରେ ଯୁଦ୍ଧ ଶେଷ କରାଯିବ।ଆମେରିକା ଇରାନ ବନ୍ଦରଗୁଡ଼ିକ ଉପରେ ଅବରୋଧ ଉଠାଇବ। ଆମେରିକା ଏହି ଅଞ୍ଚଳରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବ। ଯୁଦ୍ଧ ଦ୍ୱାରା ହୋଇଥିବା କ୍ଷତି ପାଇଁ ଇରାନକୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବାକୁ ହେବ। ଇରାନ ବିରୋଧରେ ଲାଗୁ ହୋଇଥିବା‌ କଟକଣା ଉଠିବା ଜରୁରୀ। ଜବତ ହୋଇଥିବାର ସମ୍ପତ୍ତିକୁ ନିଃସର୍ତ୍ତ ମୁକ୍ତ କରାଯିବା ଆବଶ୍ୟକ।

ହର୍ମୁଜ୍ ପ୍ରଣାଳୀକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ବିଫଳ ହେଉଥିବା ପରି ମନେ ହେଉଛି। ହର୍ମୁଜ୍‌କୁ ପୁଣି ଖୋଲିବା ପାଇଁ ଇରାନ ଆମେରିକା ଆଗରେ ସାତଟି କଠୋର ସର୍ତ୍ତ ରଖିଛି। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ କହିଛି ଯେ, ଆମେରିକା ନିଜର ଆଚରଣ ନସୁଧାରିବା ପର୍ୟ୍ୟନ୍ତ ହର୍ମୁଜ୍ ଖୋଲାଯିବ ନାହିଁ। ପରିଷଦର ଏଭଳି ଦାବି ହର୍ମୁଜ୍ ଖୋଲିବା ଆଲୋଚନାରେ ବାଧା ସୃଷ୍ଟି କରିପାରେ ବୋଲି ଅନୁମାନ କରାଯାଉଛି। ଇରାନର ସରକାରୀ ଟିଭି ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ତଥା ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କୋର୍ପର କମାଣ୍ଡର ମହମ୍ମଦ ବାକର ଜୋଲଘାଦଜରଙ୍କ ଏକ ବିବୃତି ପ୍ରକାଶ କରିଛି। ଜୋଲଘାଦଜର କହିଛନ୍ତି ଯେ, ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ନିଜର ଦାବିରୁ ପଛକୁ ହଟିବ ନାହିଁ। ଆଲୋଚନା ହେଉ ଅବା ଯୁଦ୍ଧ ହେଉ ଆମେ ଦାବି ପୂରଣ ପାଇଁ ସବୁ ପଦକ୍ଷେପ ନେବୁ।

ଇରାନ ସର୍ତ୍ତ ରଖିଛି ଯେ,ଆମେରିକା ଆଉ କେବେ ଇରାନକୁ ଧମକ ଦେବ ନାହିଁ। ଇରାନ ଏବଂ ଏହି ଅଞ୍ଚଳରେ ଏହାର ସହଯୋଗୀଙ୍କ ବିରୋଧରେ ଯୁଦ୍ଧ ଶେଷ କରାଯିବ।ଆମେରିକା ଇରାନ ବନ୍ଦରଗୁଡ଼ିକ ଉପରେ ଅବରୋଧ ଉଠାଇବ। ଆମେରିକା ଏହି ଅଞ୍ଚଳରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବ। ଯୁଦ୍ଧ ଦ୍ୱାରା ହୋଇଥିବା କ୍ଷତି ପାଇଁ ଇରାନକୁ ସମ୍ପୂର୍ଣ୍ଣ କ୍ଷତିପୂରଣ ଦେବାକୁ ହେବ। ଇରାନ ବିରୋଧରେ ଲାଗୁ ହୋଇଥିବା‌ କଟକଣା ଉଠିବା ଜରୁରୀ। ଜବତ ହୋଇଥିବାର ସମ୍ପତ୍ତିକୁ ନିଃସର୍ତ୍ତ ମୁକ୍ତ କରାଯିବା ଆବଶ୍ୟକ।

ଇରାନର ନୂଆ ସର୍ତ୍ତ ନେଇ ଆମେରିକା ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ, କିନ୍ତୁ ଅବରୋଧ ସମାପ୍ତ ହେବା ପୂର୍ବରୁ ୱାସିଂଟନ୍ ହର୍ମୁଜ୍ ପ୍ରଣାଳୀ ଉପରେ ନିଜ ପାଇଁ ଗ୍ରହଣୀୟ ହେଉଥିବା ଏକ ଚୁକ୍ତିନାମା କରିବାକୁ ଚାହୁଁଛି। ଜୁନ୍ ମାସରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିନାମାରେ ପ୍ରତିବନ୍ଧକ ପ୍ରତ୍ୟାହାର ଏବଂ କ୍ଷତିପୂରଣ ଯୋଜନା ଅନ୍ତର୍ଭୁକ୍ତ ଥିଲା। ଆଲୋଚନାରେ ଫ୍ରିଜ୍ ହୋଇଥିବା ସମ୍ପତ୍ତିର ପ୍ରସଙ୍ଗ ମଧ୍ୟ ଯୋଡ଼ା ଯିବ।

Leave a Reply

Your email address will not be published. Required fields are marked *