ଆମେରିକାରେ ବନ୍ୟା ପାଣିରେ କାର୍‌ ଭାସି ଯିବାରୁ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଆମେରିକାର କାନସାସରେ ବନ୍ୟା ପାଣିର ସ୍ରୋତରେ କାର ଭାସିଯିବାରୁ ଜଣେ ୩୩ ବର୍ଷୀୟ ଭାରତୀୟ ଛାତ୍ର ଓ ଆଇଟି ପ୍ରଫେସନାଲ ଭେଙ୍କଟେଶ ଡୋପାଲାପୁଡିଙ୍କର ମୃତ୍ୟୁ ହୋଇଛି।

ଆମେରିକାର କାନସାସରେ ବନ୍ୟା ପାଣିର ସ୍ରୋତରେ କାର ଭାସିଯିବାରୁ ଜଣେ ୩୩ ବର୍ଷୀୟ ଭାରତୀୟ ଛାତ୍ର ଓ ଆଇଟି ପ୍ରଫେସନାଲ ଭେଙ୍କଟେଶ ଡୋପାଲାପୁଡିଙ୍କର ମୃତ୍ୟୁ ହୋଇଛି। ଶନିବାର ଅପରାହ୍ଣରେ ଦକ୍ଷିଣ କେନ୍ଦ୍ରୀୟ କାନସାସ୍‌ରେ ପ୍ରବଳ ବର୍ଷା ଯୋଗୁ ରାସ୍ତାରେ ବହୁ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାବେଳେ ଭେଙ୍କଟେଶ୍‌ ହ୍ୟୁଷ୍ଟନରୁ କାର୍‌ରେ ଫେରୁଥିବା ସମୟରେ ତାଙ୍କ କାର୍‌ ପାଣିରେ ଭାସି ଯାଇଥିଲା। ଭେଙ୍କଟେଶ ଡୋପାଲାପୁଡି ଜଣେ ଏଚ୍‌-୧ବି ଭିସାଧାରୀ ଥିଲେ ଓ ନେବ୍ରାସ୍କାର ଓମାହାରେ ରହୁଥିଲେ। ଭେଙ୍କଟେଶଙ୍କ ଘର ଆନ୍ଧ୍ର ପ୍ରଦେଶରେ।

ହ୍ୟୁଷ୍ଟନ ସ୍ଥିତ ଭାରତୀୟ ବାଣିଜ୍ୟିକ ଦୂତାବାସ ପକ୍ଷରୁ ଭେଙ୍କଟେଶଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରାଯାଇଛି ଓ ପରିବାର, ସମ୍ପର୍କୀୟଙ୍କ ପାଇଁ ଶୋକବ୍ୟକ୍ତ କରାଯାଇଛି। ସମ୍ନର କାଉଣ୍ଟି ସେରିଫ୍‌ଙ୍କ କାର୍ଯ୍ୟାଳୟ କହିଛି ଯେ, ପ୍ରତ୍ୟକ୍ଷଦର୍ଶୀମାନେ ଏକ ପୋଲ ନିକଟରେ ଏକ ଗାଡ଼ି ବୁଡ଼ି ଯାଇଥିବା ଓ ଗାଡ଼ି ଭିତରେ କେହି ଜଣେ ଫସି ରହିଥିବା ଖବର ଦେବା ପରେ କାନସାସର ୱେଲିଂଟନ୍ ନିକଟସ୍ଥ ଦକ୍ଷିଣ ଅଲିଭର ରୋଡର ୬୦୦ ବ୍ଲକରେ ଥିବା ଘଟଣାସ୍ଥଳକୁ ଜରୁରୀକାଳୀନ ୟୁନିଟ୍ ପହଞ୍ଚିଥିଲା। ତେବେ ପ୍ରବଳ ସ୍ରୋତ ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଥିଲା ଓ ରବିବାର ଭେଙ୍କଟେଶଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଦକ୍ଷିଣ-କେନ୍ଦ୍ରୀୟ କାନସାସ୍‌ରେ ପ୍ରବଳ ବନ୍ୟା ସ୍ଥିତି ଯୋଗୁ ଅନେକ ଲୋକ ସେମାନଙ୍କ ଗାଡ଼ି ସହିତ ରାସ୍ତାରେ ଫଶି ରହିଛନ୍ତି।

Leave a Reply

Your email address will not be published. Required fields are marked *