ଆଜି ରଥ ନିର୍ମାଣର ୭୪ତମ ଦିବସ : ଆଜି ତିନି ରଥ ବ୍ରେକରେ ବୋଲ୍ଟ ଓ ଧ୍ବଜବତା

ରଥ ନିର୍ମାଣର ୭୪ତମ ଦିବସ। ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶମତେ କାମ ଆରମ୍ଭ କରିଥିଲେ। ଆଜି ତିନି ରଥ ବ୍ରେକରେ ବୋଲ୍ଟ ଓ ଧ୍ବଜବତା ଲାଗିଛି। କୋଣ ପଟା ମୁଜା କାର୍ଯ୍ୟ କରାଯାଇଛି।

ରଥ ନିର୍ମାଣର ୭୪ତମ ଦିବସ। ରଥ ନିର୍ମାଣକାରୀ ସେବକ ମୁଖ୍ୟ ମହାରଣାଙ୍କ ନିର୍ଦ୍ଦେଶମତେ କାମ ଆରମ୍ଭ କରିଥିଲେ। ଆଜି ତିନି ରଥ ବ୍ରେକରେ ବୋଲ୍ଟ ଓ ଧ୍ବଜବତା ଲାଗିଛି। କୋଣ ପଟା ମୁଜା କାର୍ଯ୍ୟ କରାଯାଇଛି  । ଦୁଆର ବେଢ଼ାକୁ ମଜଭୁତ ରଖିବା ପାଇଁ ଦୁଆରବେଢ଼ା ଉପରି ଭାଗ ଚନ୍ଦ୍ରଶାଳିରେ ଧ୍ୱଜବତା ସଂଯୋଗ କରାଯାଇଛି। ମଝି ଭୂଇଁ ସେଣିରେ କଣ୍ଟା ବସି ଫିଟିଂ କାର୍ଯ୍ୟ କରାଯାଉଛି। ଗତକାଲି ଚାଳିରେ ଦୁଇଟି ଲେଖାଏଁ ସିଂହାସନ ମାଲ କାଠର ଚଉପଟ କାର୍ଯ୍ୟ ଶେଷ ହୋଇଥିଲା। ଭୋଇ ସେବକମାନେ ବାଉଁଶ ନିର୍ମିତ ରଥ ଚାଳିକୁ  ଭାଙ୍ଗିଛନ୍ତି।

ରଥଚାଳିରୁ ବାହାରିଥିବା ବାଉଁଶରେ ବାଉଁଶ ତେଣ୍ଟିଆ ପ୍ରସ୍ତୁତ କାର୍ଯ୍ୟ ଶେଷ କରିଛନ୍ତି। ରଥର ଆଗ ଆଣି, ପଛ ଆଣି ଓ ରଥ ଦୁଇ ପାର୍ଶ୍ୱର ଦୁଆରବେଢ଼ାକୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ଼ ସହ ସଂଯୋଗ କରାଯାଇଛି। ରଥରେ ଦଉଡ଼ି ଦ୍ୱାରା ବାନ୍ଧେଣି କାର୍ଯ୍ୟ ଶେଷ କରାଯାଇଛି। କମାର ସେବକମାନେ ତିନିରଥର ଦୁଆରବେଢ଼ା ପାଇଁ ଧ୍ୱଜ ବତା କଣ୍ଟା ସହ ରଥର ବ୍ରେକ ପୁଲି ପାଇଁ ଲୁହା କଣ୍ଟା ନିର୍ମାଣ ଶେଷ କରିଛନ୍ତି।

ରୂପକାର ସେବକମାନେ ବାକିଥିବା ପଟା ଗୁଜରେ ନର ବିରାଳ, ସିଂହ ବିରାଳ ଚିତ୍ର ଖୋଦେଇ ସହ ପ୍ରଭା ପଟାରେ ବାକି ରହି ଯାଇଥିବା ରୂପ ଖୋଦେଇର ପଲିସ୍ କାର୍ଯ୍ୟ ଶେଷ କରିଛନ୍ତି। ପାର୍ଶ୍ୱ ଦେବଦେବୀ, କଳସ, ହଂସ ପଟା, କନ୍ୟା ପଟା, ଠେକରା ବାଡ଼ର ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି। ରଥର ବାହ୍ୟ ଅଂଶରେ ରଙ୍ଗ କାର୍ଯ୍ୟ ସହ ସାରଥି ଓ ଘୋଡ଼ା ଇତ୍ୟାଦିରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। 

Leave a Reply

Your email address will not be published. Required fields are marked *