୨୦୨୭ରୁ ଗଡ଼ିବ ଦେଶର ପ୍ରଥମ ବୁଲେଟ୍ ଟ୍ରେନ , ଭଡ଼ାକୁ ନେଇ ବଢ଼ିଲା ଚର୍ଚ୍ଚା

ଦେଶର ବହୁ ପ୍ରତୀକ୍ଷିତ ମୁମ୍ବାଇ–ଅହମ୍ମଦାବାଦ ବୁଲେଟ୍ ଟ୍ରେନ ପ୍ରକଳ୍ପ ଏବେ ବାସ୍ତବ ରୂପ ନେବାକୁ ଯାଉଛି । ସୂଚନା ଅନୁସାରେ, ଏହି ହାଇସ୍ପିଡ୍ ରେଳ କରିଡୋରର ପ୍ରଥମ ପର୍ଯ୍ୟାୟ ୧୫ ଅଗଷ୍ଟ ୨୦୨୭ରୁ ସେବା ଆରମ୍ଭ କରିବ ।

ଦେଶର ବହୁ ପ୍ରତୀକ୍ଷିତ ମୁମ୍ବାଇ–ଅହମ୍ମଦାବାଦ ବୁଲେଟ୍ ଟ୍ରେନ ପ୍ରକଳ୍ପ ଏବେ ବାସ୍ତବ ରୂପ ନେବାକୁ ଯାଉଛି । ସୂଚନା ଅନୁସାରେ, ଏହି ହାଇସ୍ପିଡ୍ ରେଳ କରିଡୋରର ପ୍ରଥମ ପର୍ଯ୍ୟାୟ ୧୫ ଅଗଷ୍ଟ ୨୦୨୭ରୁ ସେବା ଆରମ୍ଭ କରିବ । ପ୍ରଥମ ପର୍ଯ୍ୟାୟରେ ଟ୍ରେନ୍ ସୁରତରୁ ବିଲିମୋରା ପର୍ଯ୍ୟନ୍ତ ଚଳାଚଳ କରିବ । ବୁଲେଟ୍ ଟ୍ରେନର ଗତି ଓ ସୁବିଧାକୁ ନେଇ ଯେତିକି ଉତ୍ସାହ ରହିଛି, ସେତିକି ଆଗ୍ରହ ଏହାର ଭଡ଼ାକୁ ନେଇ ମଧ୍ୟ ଦେଖାଯାଉଛି । ଯାତ୍ରୀଙ୍କ ମନରେ ପ୍ରଶ୍ନ ଉଠୁଛି—ବୁଲେଟ୍ ଟ୍ରେନର ଟିକେଟ୍ ଏସି ଟ୍ରେନଠାରୁ ମହଙ୍ଗା ହେବ କି ଫ୍ଲାଇଟ୍ ଭଡ଼ାଠାରୁ କମ୍? ଯଦିଓ ଚୂଡ଼ାନ୍ତ ଭଡ଼ା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ, ତଥାପି ସମ୍ଭାବ୍ୟ ଦରକୁ ନେଇ ଚର୍ଚ୍ଚା ଜୋର ଧରିଛି । ରେଳ ମନ୍ତ୍ରାଳୟ ଏବଂ ନ୍ୟାସନାଲ୍ ହାଇ ସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡ୍ (NHSRCL) ଭଡ଼ା ନିର୍ଦ୍ଧାରଣ ନେଇ କାର୍ଯ୍ୟ କରୁଛନ୍ତି ।

ପ୍ରାରମ୍ଭିକ ଆକଳନ ଅନୁସାରେ, ମୁମ୍ବାଇରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ୫୦୮ କିଲୋମିଟର ଯାତ୍ରା ପାଇଁ ଇକୋନୋମି କ୍ଲାସର ଭଡ଼ା ପ୍ରାୟ ୩,୦୦୦ ଟଙ୍କା ହୋଇପାରେ । ସେହିପରି ବିଜନେସ୍ କ୍ଲାସର ଭଡ଼ା ପ୍ରାୟ ୪,୦୦୦ରୁ ୪,୫୦୦ ଟଙ୍କା ମଧ୍ୟରେ ରହିପାରେ ବୋଲି ଆକଳନ କରାଯାଉଛି । ବିଶେଷଜ୍ଞଙ୍କ ମତରେ, ବୁଲେଟ୍ ଟ୍ରେନର ଭଡ଼ା ଏପରି ରଖାଯିବ ଯେପରି ଏହା ବିମାନ ଓ ପ୍ରିମିୟମ୍ ରେଳ ସେବା ମଧ୍ୟରେ ଏକ ସନ୍ତୁଳିତ ବିକଳ୍ପ ହୋଇପାରିବ । ପ୍ରକଳ୍ପର ବ୍ୟୟ ବୃଦ୍ଧି ପାଇଥିଲେ ମଧ୍ୟ ସାଧାରଣ ଯାତ୍ରୀଙ୍କ ସାମର୍ଥ୍ୟକୁ ଧ୍ୟାନରେ ରଖି ଭଡ଼ା ନିର୍ଦ୍ଧାରଣ କରାଯିବ ବୋଲି ସୂଚନା ମିଳୁଛି । ଭାରତରେ ପ୍ରଥମ ଥର ପାଇଁ ହାଇସ୍ପିଡ୍ ରେଳ ସେବା ଆରମ୍ଭ ହେବାକୁ ଯାଉଥିବାରୁ ଏହା ଦେଶର ପରିବହନ ବ୍ୟବସ୍ଥାରେ ଏକ ଐତିହାସିକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *