୧୩ ମାସ ବି ଗଲାନି ୧୩ କୋଟି ଟଙ୍କାର କାମ, ରାସ୍ତାର ଅନେକ ସ୍ଥାନରୁ ଉଠିଗଲାଣି ପିଚୁ

କେବଳ ରାସ୍ତା ନୁହେଁ, ବିଭିନ୍ନ ସ୍ଥାନରେ ଅଧାପନ୍ତରିଆ ହୋଇ ପଡ଼ିଛି ଶଙ୍ଖ ନିର୍ମାଣ। ଘୋଡ଼ାପଡ଼ା ବ୍ରିଜ୍‌ କାମ ମଧ୍ୟ ଅଧାରୁ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଘୋଡାପଡ଼ାରୁ ଖୋଜାପଲ୍ଲୀକୁ ଯାତାୟାତ କରିବାରେ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ବାଉଁଶ ଓ ପଟା ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ରାସ୍ତା ପାର ହେଉଛନ୍ତି ଲୋକେ।

ସମୟ ଅବଧି ସରିଲା, ହେଲେ ସରିଲାନି ରାସ୍ତା କାମ। ୧୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ରାସ୍ତା ନିର୍ମାଣ ପରେ କିଛି ସ୍ଥାନରେ ଉଠିଗଲାଣି ପିଚୁ । ଅନ୍ୟପଟେ ଅଧାପନ୍ତରିଆ ହୋଇ ପଡ଼ିଛି ଘୋଡାପଡ଼ା ବ୍ରିଜ୍ । ଯାତାୟାତ ପାଇଁ ନାନା ସମସ୍ୟା ଭୋଗୁଛନ୍ତି ଲୋକେ। ରାସ୍ତାର ମାନକୁ ନେଇ ଉଠିଛି ପ୍ରଶ୍ନ। 

କେଉଁଠି ପିଚୁ ଉଠିଗଲାଣି ତ’ ଆଉ କେଉଁଠି ଅଧପନ୍ତରିଆ ନିର୍ମାଣ। ଖଲ୍ଲିକୋଟ ବ୍ଲକ ଘୋଡାପଡ଼ାଠାରୁ ଲଙ୍ଗଳେଶ୍ୱରକୁ ସଂଯୋଗ କରୁଥିବା  ରାସ୍ତା ଉପରେ ନିର୍ଭର କରନ୍ତି ୮ରୁ ୧୦ଟି ପଞ୍ଚାୟତର ଲୋକେ। ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତାକୁ ଅଧିକ ଓସାର ଓ ମଜବୁତ କରିବା ପାଇଁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା। ୧୩ କୋଟିରୁ ଅଧିକ ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ନିର୍ମାଣ କାମ। ହେଲେ ଧାର୍ୟ୍ୟ ସମୟ ଅବଧି ସରିଥିଲେ ମଧ୍ୟ କାମ ଶେଷ ହୋଇନଥିବା ଅଭିଯୋଗ ହୋଇଛି। ଏପରିକି କିଛି ସ୍ଥାନରେ ନିର୍ମାଣ ପରେ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି। ଏଥିପାଇଁ ନିମ୍ନମାନର ନିର୍ମାଣକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

କେବଳ ରାସ୍ତା ନୁହେଁ, ବିଭିନ୍ନ ସ୍ଥାନରେ ଅଧାପନ୍ତରିଆ ହୋଇ ପଡ଼ିଛି ଶଙ୍ଖ ନିର୍ମାଣ। ଘୋଡ଼ାପଡ଼ା ବ୍ରିଜ୍‌ କାମ ମଧ୍ୟ ଅଧାରୁ ବନ୍ଦ ହୋଇଥିବା ଅଭିଯୋଗ ହୋଇଛି। ଫଳରେ ଘୋଡାପଡ଼ାରୁ ଖୋଜାପଲ୍ଲୀକୁ ଯାତାୟାତ କରିବାରେ ଲୋକେ ସମସ୍ୟାରେ ପଡ଼ୁଛନ୍ତି। ବାଉଁଶ ଓ ପଟା ସାହାଯ୍ୟରେ ବିପଦପୂର୍ଣ୍ଣ ଭାବେ ରାସ୍ତା ପାର ହେଉଛନ୍ତି ଲୋକେ।

 ଅବଧି ସରିବା ପରେ ବି କାହିଁକି ସରୁନି ନିର୍ମାଣ?
ଠିକାଦାରଙ୍କ ଖାମଖିଆଲ ମନୋଭାବ ଦିଗରେ କାହିଁକି ନିରବ ପ୍ରଶାସନ? 
ରାସ୍ତା ନିର୍ମାଣ ସମୟରେ ତଦାରଖ କରୁନଥିଲେ କି ଯନ୍ତ୍ରୀ?
ଏଭଳି ଅନେକ ପ୍ରଶ୍ନ ଉଠିଛି।

Leave a Reply

Your email address will not be published. Required fields are marked *