ହ୍ୱାଇଟ୍ ହାଉସ୍‌ ମିଡିଆ ବ୍ୟାନ୍‌ରେ କୋର୍ଟଙ୍କ ରୋକ୍! ଟ୍ରମ୍ପ ପ୍ରଶାସନକୁ ବଡ଼ ଝଟ୍‌କା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟଙ୍କ ବଡ଼ ଝଟ୍‌କା । ହ୍ୱାଇଟ୍ ହାଉସରେ କିଛି ପ୍ରମୁଖ ଟେଲିଭିଜନ ନେଟୱର୍କ ତଥା ଗଣମାଧ୍ୟମ ସଂସ୍ଥା ପ୍ରବେଶ ଉପରେ ଟ୍ରମ୍ପ ଲଗାଇଥିବା କଟକଣାକୁ ଆମେରିକାର ଏକ ଫେଡେରାଲ୍ କୋର୍ଟ ସାମୟିକ ଭାବେ ରୋକ୍‌ ଲଗାଇଛନ୍ତି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କୋର୍ଟଙ୍କ ବଡ଼ ଝଟ୍‌କା । ହ୍ୱାଇଟ୍ ହାଉସରେ କିଛି ପ୍ରମୁଖ ଟେଲିଭିଜନ ନେଟୱର୍କ ତଥା ଗଣମାଧ୍ୟମ ସଂସ୍ଥା ପ୍ରବେଶ ଉପରେ ଟ୍ରମ୍ପ ଲଗାଇଥିବା କଟକଣାକୁ ଆମେରିକାର ଏକ ଫେଡେରାଲ୍ କୋର୍ଟ ସାମୟିକ ଭାବେ ରୋକ୍‌ ଲଗାଇଛନ୍ତି । ଏହାସହ ସମ୍ପୃକ୍ତ ସାମ୍ବାଦିକମାନଙ୍କ ପ୍ରେସ୍ ପାସ୍ ତୁରନ୍ତ ଫେରାଇବା ଏବଂ ସେମାନଙ୍କୁ ପୂର୍ବଭଳି ପ୍ରବେଶ ଅନୁମତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ସିଏନ୍ଏନ୍ , ଏମ୍ଏସ୍ ନାଓ ଏବଂ ପଲିଟିକୋ ଭଳି ଗଣମାଧ୍ୟମ ସଂସ୍ଥା ଉପରେ ଲାଗିଥିବା ବ୍ୟାନ୍ ଉପରେ ରୋକ୍ ଲଗାଇଛନ୍ତି ।

କୋର୍ଟ କହିଛନ୍ତି ଯେ, ଏଭଳି ଭାବେ ଗଣମାଧ୍ୟମ ଉପରେ ଏକତରଫା କଟକଣା ଲଗାଇବା ଆମେରିକୀୟ ସମ୍ବିଧାନ ବିରୋଧୀ ହେବାର ସମ୍ଭାବନା ଅଧିକ । ମାମଲାର ପୂର୍ଣ୍ଣାଙ୍ଗ ସମୀକ୍ଷା ନହେବା ପର୍ଯ୍ୟନ୍ତ କୋର୍ଟ ୧୪ ଦିନ ପାଇଁ ଏକ ସାମୟିକ ନିଷେଧାଦେଶ ଜାରି କରି ସ୍ଥିତାବସ୍ଥା ବଜାୟ ରଖିବାକୁ କହିଛନ୍ତି । କିଛି ଦିନ ତଳେ ଟ୍ରମ୍ପ ପ୍ରଶାସନ ଏହି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଉପରେ ମିଥ୍ୟା ଖବର ପ୍ରଚାର କରୁଥିବା ଅଭିଯୋଗ ଆଣି ହ୍ୱାଇଟ୍ ହାଉସରେ ସେମାନଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହା ବିରୋଧରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଏବଂ ଗଣମାଧ୍ୟମର ସ୍ୱାଧୀନତା ଉପରେ ଆକ୍ରମଣ ବୋଲି ଅଭିଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *