
ଏହି ନିଷ୍ପତ୍ତି କେବଳ ନୂତନ ପଦବୀ ସୃଷ୍ଟିରେ ସୀମିତ ନୁହେଁ; ବରଂ ରାଜ୍ୟରେ ଚିକିତ୍ସା ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଦକ୍ଷ ଡାକ୍ତର ସୃଷ୍ଟି ଏବଂ ରୋଗୀଙ୍କୁ ଅଧିକ ଉନ୍ନତ ଓ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଏକ ଦୂରଦର୍ଶୀ ପଦକ୍ଷେପ ।
ସ୍ୱାସ୍ଥ୍ୟସେବା ସୁଦୃଢ଼ୀକରଣ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକ ପାଇଁ ୭୫୫ଟି ନୂତନ ପଦବୀ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଏବଂ ଲୋକଙ୍କ ନିକଟରେ ଉନ୍ନତମାନର ଚିକିତ୍ସାସେବା ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ସରକାର ଏହି ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।
ଏହି ନିଷ୍ପତ୍ତି କେବଳ ନୂତନ ପଦବୀ ସୃଷ୍ଟିରେ ସୀମିତ ନୁହେଁ; ବରଂ ରାଜ୍ୟରେ ଚିକିତ୍ସା ଶିକ୍ଷାର ଗୁଣବତ୍ତା ବୃଦ୍ଧି, ଦକ୍ଷ ଡାକ୍ତର ସୃଷ୍ଟି ଏବଂ ରୋଗୀଙ୍କୁ ଅଧିକ ଉନ୍ନତ ଓ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ଏକ ଦୂରଦର୍ଶୀ ପଦକ୍ଷେପ । ମଞ୍ଜୁର ହୋଇଥିବା ପଦବୀଗୁଡ଼ିକ ମଧ୍ୟରେ ୭ଟି ପ୍ରଫେସର, ୩୫ଟି ଆସୋସିଏଟ ପ୍ରଫେସର, ୫୦ଟି ଆସିଷ୍ଟାଣ୍ଟ ପ୍ରଫେସର, ୨୯ଟି ଟ୍ୟୁଟର, ୨୪୮ଟି ସିନିୟର ରେସିଡେଣ୍ଟ, ୧୯୦ଟି ଜୁନିୟର ରେସିଡେଣ୍ଟ (ଏମ୍ବିବିଏସ୍), ୧୧୨ଟି କାଜୁଆଲଟି ମେଡିକାଲ ଅଫିସର (ସିଏମ୍ଓ) ଏବଂ ୮୪ଟି ବ୍ଲଡ୍ ବ୍ୟାଙ୍କ ଅଫିସର (ବିବିଓ) ପଦବୀ ରହିଛି ।
ଏହି ପଦବୀଗୁଡ଼ିକ ପୂରଣ ହେବା ପରେ ମେଡିକାଲ କଲେଜଗୁଡ଼ିକରେ ଶିକ୍ଷକ ଏବଂ ଚିକିତ୍ସକଙ୍କ ଉପଲବ୍ଧତା ବୃଦ୍ଧି ପାଇବ, ଯାହା ଚିକିତ୍ସା ଶିକ୍ଷା ଓ ରୋଗୀସେବା ଉଭୟ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ । ଏହି ପଦବୀ ମଞ୍ଜୁର ଫଳରେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଓଡ଼ିଶାର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ସହିତ ଆଗାମୀ ଦିନରେ ଗୁଣାତ୍ମକ ଚିକିତ୍ସା ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିବ ବୋଲି ମାନ୍ୟବର ମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି ।
