ପ୍ରଥମ ବ୍ୟାଟିଂ କରିଥିବା ଭାରତ-ଏ’ର ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ଏହି ବିଶ୍ବ ରେକର୍ଡ ତଥା ନିଜର ପ୍ରଥମ ଲିଷ୍ଟ୍-ଏ’ ଅର୍ଦ୍ଧଶତକ ବାମହାତୀ ଦ୍ରୁତବୋଲର ଦୁଲାଜ ସମୁଦିତାଙ୍କୁ ଛକା ମାରି ହାସଲ କରିଥିଲେ।
ଭାରତର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ଆଉ ଏକ କୀର୍ତ୍ତିମାନ ନିଜ ରେକର୍ଡ ବୁକ୍ରେ ଯୋଡ଼ିଛନ୍ତି। ରବିବାର ଶ୍ରୀଲଙ୍କା ଏ’ ବିପକ୍ଷ ତ୍ରିରାଷ୍ଟ୍ରୀୟ ଦିନିକିଆ ଶୃଙ୍ଖଳାର ଫାଇନାଲ୍ରେ ସୂର୍ଯ୍ୟବଂଶୀ ୧୧ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରିଛନ୍ତି। ଯାହ ଲିଷ୍ଟ୍-ଏ କ୍ରିକେଟ୍ର ଦ୍ରୁତତମର ଗୌବ ବହନ କରିଛି। ଏହି ରେକର୍ଡ ପୂର୍ବରୁ ଶ୍ରୀଲଙ୍କାର କୌଶଲ୍ୟା ବୀରରତ୍ନେ (୧୨ ବଲ୍ରୁ ଅର୍ଦ୍ଧଶତକ)ଙ୍କ ନମରେ ଥିଲା।
ପ୍ରଥମ ବ୍ୟାଟିଂ କରିଥିବା ଭାରତ-ଏ’ର ୧୫ ବର୍ଷୀୟ ସୂର୍ଯ୍ୟବଂଶୀ ଏହି ବିଶ୍ବ ରେକର୍ଡ ତଥା ନିଜର ପ୍ରଥମ ଲିଷ୍ଟ୍-ଏ’ ଅର୍ଦ୍ଧଶତକ ବାମହାତୀ ଦ୍ରୁତବୋଲର ଦୁଲାଜ ସମୁଦିତାଙ୍କୁ ଛକା ମାରି ହାସଲ କରିଥିଲେ। ଏହି ଅର୍ଦ୍ଧଶତକରେ ୫ ଲେଖାଏଁ ଛକା ଓ ଚୌକା ମାରିଥିଲା ବେଳେ ଗୋଟିଏ ଡଟ୍ ବଲ୍ ଖେଳିଥିଲେ। ତାଙ୍କର ବିସ୍ଫୋରକ ପାଳି ବଳରେ ଭାରତ ୬.୩ ଓଭରରେ ୧୦୦ ରନ୍ ପୂରଣ କରିଥିଲେ। ସେ ୨୯ ବଲ୍ରେ ୯୪ ରନ୍ (୧୦ ଚୌକା, ୮ ଛକା) କରି ୬ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇ ପ୍ୟାଭିଲିୟନ ଫେରିଥିଲେ।

