ସାୱାରର ଛିଦ୍ର ବନ୍ଦ ହୋଇଗଲା କି? ଘରେ ସହଜ ଉପାୟରେ କରନ୍ତୁ ସଫା

ବାଥରୁମର ସାୱାର ଖୋଲିଲେ ପାଣି ଧାର ବଦଳରେ ବୁନ୍ଦା ବୁନ୍ଦା ହୋଇ ପାଣି ପଡ଼ୁଛି କି? ଶାୱାରର ଅନେକ ଛୋଟ ଛୋଟ ଛିଦ୍ରରୁ ପାଣି ବାହାରୁନାହିଁ କି? ତେବେ ଏଥିପାଇଁ ସବୁବେଳେ ପ୍ଲମ୍ବର ଡାକିବା କିମ୍ବା ନୂଆ ସାୱାରହେଡ୍ କିଣିବାର ଆବଶ୍ୟକତା ନାହିଁ ।

ବାଥରୁମର ସାୱାର ଖୋଲିଲେ ପାଣି ଧାର ବଦଳରେ ବୁନ୍ଦା ବୁନ୍ଦା ହୋଇ ପାଣି ପଡ଼ୁଛି କି? ଶାୱାରର ଅନେକ ଛୋଟ ଛୋଟ ଛିଦ୍ରରୁ ପାଣି ବାହାରୁନାହିଁ କି? ତେବେ ଏଥିପାଇଁ ସବୁବେଳେ ପ୍ଲମ୍ବର ଡାକିବା କିମ୍ବା ନୂଆ ସାୱାରହେଡ୍ କିଣିବାର ଆବଶ୍ୟକତା ନାହିଁ । ସାଧାରଣତଃ ହାର୍ଡ ୱାଟର ବା କଠିନ ପାଣିରେ ଥିବା କ୍ୟାଲସିୟମ ଓ ମ୍ୟାଗ୍ନେସିୟମ ଭଳି ମିନେରାଲ୍ସ ସାୱାରହେଡ୍‌ର ଛୋଟ ଛୋଟ ଛିଦ୍ରରେ ଜମିଯାଏ । ସମୟ ବିତିବା ସହ ଏହି ପରତ ମୋଟା ହୋଇ ପାଣିର ରାସ୍ତାକୁ ବନ୍ଦ କରିଦିଏ । ଫଳରେ ସାୱାରର ପାଣି ଧାର କମିଯାଏ । 
ତେବେ ଏହି ସମସ୍ୟାର ସହଜ ଘରୋଇ ସମାଧାନ ହେଉଛି ସାଇଟ୍ରିକ୍ ଏସିଡ୍ । ଏହା ସାୱାରହେଡ୍‌ରେ ଜମିଥିବା ମିନେରାଲ୍ ପରତକୁ ଢିଲା କରିବାରେ ସାହାଯ୍ୟ କରେ ।
କେମିତି କରିବେ ସାୱାରହେଡ୍ ସଫା?
ପ୍ରଥମେ ଏକ ପାତ୍ରରେ ଗୁନଗୁନା ପାଣି ନିଅନ୍ତୁ । ସେଥିରେ ୨ରୁ ୩ ବଡ଼ ଚାମଚ ସାଇଟ୍ରିକ୍ ଏସିଡ୍ ମିଶାନ୍ତୁ । ସାୱାରହେଡ୍ ଖୋଲି ହେଉଥିଲେ ଏହାକୁ ସେହି ଘୋଳରେ ପ୍ରାୟ ୩୦ ମିନିଟ୍‌ରୁ ୧ ଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ ।ଏହାପରେ ଏକ ପୁରୁଣା ଟୁଥବ୍ରଶ୍ ନେଇ ସାୱାରହେଡ୍‌ର ଛିଦ୍ରଗୁଡ଼ିକୁ ହାଲୁକା ଭାବେ ଘଷନ୍ତୁ । ଶେଷରେ ସଫା ପାଣିରେ ଭଲ ଭାବେ ଧୋଇ ସାୱାରହେଡ୍‌କୁ ପୁଣି ଲଗାଇ ଦିଅନ୍ତୁ । 
ସାୱାରହେଡ୍ ଖୋଲୁନାହିଁ? ଚିନ୍ତା ନାହିଁ
ଯଦି ସାୱାର ଖୋଲି ହେଉନାହିଁ, ତେବେ ଏକ ପ୍ଲାଷ୍ଟିକ୍ ବ୍ୟାଗ୍‌ରେ ଗୁନଗୁନା ପାଣି ଓ ସାଇଟ୍ରିକ୍ ଏସିଡ୍‌ର ଘୋଳ ନିଅନ୍ତୁ । ଏହି ବ୍ୟାଗ୍‌କୁ ସାୱାରହେଡ୍‌ ଚାରିପାଖରେ ଏପରି ବାନ୍ଧନ୍ତୁ, ଯେପରି ଶାୱାରର ସମସ୍ତ ଛିଦ୍ର ଘୋଳ ସହ ସଂସ୍ପର୍ଶରେ ରହିବ । କିଛି ସମୟ ପରେ ବ୍ୟାଗ୍ ଖୋଲି ଶାୱାରହେଡ୍‌କୁ ସଫା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ । ତେବେ ଗୋଟିଏଥର ସଫା କରିଦେଲେ ହିଁ ସମସ୍ୟା ସବୁଦିନ ପାଇଁ ଦୂର ହୋଇଯିବ ନାହିଁ । ହାର୍ଡ ୱାଟର ଅଞ୍ଚଳରେ ପୁଣି ମିନେରାଲ୍ ପରତ ଜମିପାରେ । ତେଣୁ ନିୟମିତ ଭାବେ ସାୱାରହେଡ୍ ସଫା କରିବା ଏବଂ ବ୍ୟବହାର ପରେ ଏହାକୁ ଶୁଖିଲା ରଖିବା ଭଲ । ଆବଶ୍ୟକ ହେଲେ ହାର୍ଡ ୱାଟର ଫିଲ୍ଟର କିମ୍ବା ଆଣ୍ଟି-ଲାଇମସ୍କେଲ୍ ସିଷ୍ଟମ୍ ବିଷୟରେ ମଧ୍ୟ ବିଚାର କରାଯାଇପାରେ । 
ତେଣୁ ସାୱାରର ପାଣି ଧାର କମିଗଲେ ତୁରନ୍ତ ନୂଆ ସାୱାରହେଡ୍ କିଣନ୍ତୁ ନାହିଁ । ମାତ୍ର କିଛି ସାଇଟ୍ରିକ୍ ଏସିଡ୍ ଏବଂ ଅଳ୍ପ ସମୟର ସଫା କରିବା ଦ୍ୱାରା ଅନେକ ସମୟରେ ବନ୍ଦ ଛିଦ୍ରକୁ ପୁଣି ଖୋଲାଯାଇପାରେ ।

Leave a Reply

Your email address will not be published. Required fields are marked *