ସରକାରି ସୁବିଧା ରୁ ବଞ୍ଚିତ ହୋଇ ଫରେଷ୍ଟ ବିଟ୍ ହାଉସ୍ ବାରଣ୍ଡାରେ ଜୀବନ ବିତାଉଛନ୍ତି ୭୫ ବର୍ଷିୟ ଅସହାୟ ବୃଦ୍ଧା।।କଟକ ଜିଲ୍ଲା ବଡ଼ମ୍ବା ବ୍ଲକ୍ ଅନ୍ତର୍ଗତ ବଡ଼ମ୍ବା ପଞ୍ଚାୟତ ର ଯୋଡ଼ା ଆମ୍ବ ଗ୍ରାମ ରେ ଦେଖିବାକୁ ମିଳୁଛି ଏମିତି ଅଭାବନୀୟ ଦୃଶ୍ୟ।। ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ ହୋଇ ଫରେଷ୍ଟ ବିଟ୍ ହାଉସ୍ ବାରଣ୍ଡାରେ ଦୁଃଖ ଯନ୍ତ୍ରଣା ରେ ଜୀବନ ବିତାଉଛନ୍ତି ୭୫ ବର୍ଷୀୟ ବୃଦ୍ଧା ହାରା ପ୍ରଧାନ । ସେ ଅବିବାହିତ ହୋଇଥିବା ବେଳେ ତାଙ୍କର ସାହାରା ବୋଲି କେହି ନାହାନ୍ତି । ଭିକ ମାଗି ଯାହା ମିଳୁଛି ସେଥିରେ ନିଜର ପେଟ ଭରୁଛନ୍ତି ଅସହାୟ ବୃଦ୍ଧା। ବୃଦ୍ଧା ମାଉସୀ ଜଣକ ଫରେଷ୍ଟ ବିଟ୍ ହାଉସ ସାମ୍ନାରେ ଏକ ମାଟିଘରେ ରହୁଥିଲେ ।ବର୍ଷା ପବନରେ ଘରଟି ଭଗିଯିବା ପରେ ଏହି ବାରଣ୍ଡା ହିଁ ସାଜିଛି ଆଶ୍ରୟ ସ୍ଥଳୀ । ଘର କାନ୍ଥ ପଡ଼ି ବୃଦ୍ଧା ଙ୍କର ଗୋଡ଼ ମଧ୍ୟ ଭାଙ୍ଗିଯାଇଛି । ଭଙ୍ଗା ଗୋଡ଼ ର ଯନ୍ତ୍ରଣା ସହି ଆଜିପର୍ଯ୍ୟନ୍ତ ସେଇ ବାରଣ୍ଡାରେ ପଡ଼ିରହିଛନ୍ତି ବୃଦ୍ଧା।ତେବେ କାହିଁକି ଆଜିପର୍ଯ୍ୟନ୍ତ ପ୍ରଶାସନ ବୃଦ୍ଧା ଙ୍କ ପାଖରେ ପହଞ୍ଚି ପାରିଲାନି ?ବୃଦ୍ଧା ଙ୍କୁ କାହିଁକି ସରକାରୀ ସୁବିଧାରୁ ବଞ୍ଚିତ କରାଗଲା?ଏଥିପାଇଁ ଦାୟୀ କିଏ ?ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ବୃଦ୍ଧା ମାଉସୀ ର ଦୁଃଖ ବୁଝୁଛନ୍ତି ।



