ଶାନ୍ତିପୂର୍ଣ୍ଣ ଏବଂ ଆଇନଗତ ପ୍ରତିବାଦ ଏକ ସାମ୍ବିଧାନିକ ଭାବରେ ସୁରକ୍ଷିତ ଅଧିକାର। ପ୍ରତିବାଦ ହେଉଛି ବୋଲି ପୁଲିସର ଅତ୍ୟାଚାରକୁ ଯଥାର୍ଥ କୁହାଯାଇପାରିବ ନାହିଁ। ଜନ୍ତରମନ୍ତରରେ ପ୍ରଦର୍ଶନକାରୀଙ୍କ ବିରୋଧରେ ପୁଲିସ କାର୍ୟ୍ୟାନୁଷ୍ଠାନ ସମ୍ପର୍କିତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଏହି ମତାମତ ଦେଇଛନ୍ତି।
ଶାନ୍ତିପୂର୍ଣ୍ଣ ଏବଂ ଆଇନଗତ ପ୍ରତିବାଦ ଏକ ସାମ୍ବିଧାନିକ ଭାବରେ ସୁରକ୍ଷିତ ଅଧିକାର। ପ୍ରତିବାଦ ହେଉଛି ବୋଲି ପୁଲିସର ଅତ୍ୟାଚାରକୁ ଯଥାର୍ଥ କୁହାଯାଇପାରିବ ନାହିଁ। ଜନ୍ତରମନ୍ତରରେ ପ୍ରଦର୍ଶନକାରୀଙ୍କ ବିରୋଧରେ ପୁଲିସ କାର୍ୟ୍ୟାନୁଷ୍ଠାନ ସମ୍ପର୍କିତ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ସୋମବାର ଏହି ମତାମତ ଦେଇଛନ୍ତି। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ୟ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହା ମଧ୍ୟ କହିଛନ୍ତି ଯେ, ଆମେ ଅନ୍ୟ ବିଚାରାଧୀନ ଆବେଦନ ସହିତ, କିଛି ପୁଲିସ କର୍ମଚାରୀଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଦାୟର ଏକ ପୃଥକ ଆବେଦନର ଶୁଣାଣି କରିବୁ। ଯେଉଁଥିରେ ପ୍ରତିବାଦ ସମୟରେ ସେମାନଙ୍କ ଉପରେ ଆକ୍ରମଣ ଅଭିଯୋଗ କରାଯାଇଛି।
ସୁପ୍ରିମକୋର୍ଟ କହିଛନ୍ତି, ବିକ୍ଷୋଭ ଏବଂ ପୁଲିସ କାର୍ୟ୍ୟାନୁଷ୍ଠାନ ସମ୍ପର୍କରେ ଏକ ସ୍ପଷ୍ଟ ପ୍ରୋଟୋକଲ ରହିବା ଉଚିତ୍। ପ୍ରଦର୍ଶନ ପାଇଁ ଉପଯୁକ୍ତ ସ୍ଥାନ ଯୋଗାଇ ଦିଆଯିବା ଉଚିତ୍, ଏବଂ ଅନାବଶ୍ୟକ କଟକଣା ଲଗାଯିବା ଉଚିତ୍ ନୁହେଁ। ଯଦି କିଛି ଅସାମାଜିକ ତତ୍ତ୍ୱ ଥାଆନ୍ତି, ତେବେ ସେମାନଙ୍କୁ ଆଇନ ଅନୁଯାୟୀ ମୁକାବିଲା କରାଯାଇପାରିବ। ଏହା କେବଳ ଦିଲ୍ଲୀର ପ୍ରସଙ୍ଗ ନୁହେଁ। ସାରା ଦେଶରେ ଏକ ସମାନ ପ୍ରୋଟୋକଲ ରହିବା ଉଚିତ୍। ଖଣ୍ଡପୀଠ କହିଛନ୍ତି ଯେ, ଯଦି ପୁଲିସ କୌଣସି ସ୍ଥାନରେ ଅତ୍ୟଧିକ ବଳ ପ୍ରୟୋଗ କରିଛି, ତେବେ ଏହାର ସ୍ୱାଧୀନ ତଦନ୍ତ କରାଯିବା ଉଚିତ୍।ଖଣ୍ଡପୀଠ କହିଛନ୍ତି ଯେ, ଗଣତନ୍ତ୍ରରେ ଶୃଙ୍ଖଳା ଅତ୍ୟନ୍ତ ଜରୁରୀ ଏବଂ କେବଳ ପ୍ରତିବାଦ ହେଲେ ପୁଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୁଏ ନାହିଁ। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ପ୍ରତିବାଦ ସମୟରେ ପୁଲିସ ଅଧିକାରୀମାନଙ୍କ ସମେତ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ଏବଂ ସୁରକ୍ଷା ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ପ୍ରସଙ୍ଗ ସହିତ ଜଡିତ ସମସ୍ତ ବିଚାରାଧୀନ ଆବେଦନଗୁଡ଼ିକୁ ଏକତ୍ର ତାଲିକାଭୁକ୍ତ କରାଯିବ ଏବଂ ପରବର୍ତ୍ତୀ ଶୁଣାଣି ୨୮ ଜୁଲାଇ ମଙ୍ଗଳବାର ବିସ୍ତୃତ ଶୁଣାଣି ହେବ।

