ନା ପାଦରେ ଜୋତା… ନା ଦେହରେ ଟ୍ରାକ୍ ସୁଟ୍… ଖାଲି ପାଦ, ଘର ପିନ୍ଧା ଶାଢ଼ୀ… ଏକା ନିଶ୍ବାସରେ ଧାଇଁଛନ୍ତି… ପେଟ ପାଇଁ , ପିଲାଙ୍କ ପାଇଁ, ଜୀବନ ରଖିବା ପାଇଁ… ଏ ଦୌଡ଼ିବା ଗୋଟେ ସଂଘର୍ଷ. ଏମୀତି ସେମିତି ସଂଘର୍ଷ ନୁହେଁ , ୟା ପଛରେ ଅଛି ଅନେକ ଅକୁହା କାହାଣୀ, ଅନେକ ଯନ୍ତ୍ରଣା…
ନା ପାଦରେ ଜୋତା… ନା ଦେହରେ ଟ୍ରାକ୍ ସୁଟ୍… ଖାଲି ପାଦ, ଘର ପିନ୍ଧା ଶାଢ଼ୀ… ଏକା ନିଶ୍ବାସରେ ଧାଇଁଛନ୍ତି… ପେଟ ପାଇଁ , ପିଲାଙ୍କ ପାଇଁ, ଜୀବନ ରଖିବା ପାଇଁ…
ଏ ଦୌଡ଼ିବା ଗୋଟେ ସଂଘର୍ଷ. ଏମୀତି ସେମିତି ସଂଘର୍ଷ ନୁହେଁ , ୟା ପଛରେ ଅଛି ଅନେକ ଅକୁହା କାହାଣୀ, ଅନେକ ଯନ୍ତ୍ରଣା…
ଶାଢ଼ୀ ପିନ୍ଧି ଦୌଡ଼ିଲେ, ପାଦରେ ଜୋତା ନଥିଲା… ୧୬୦୦ ମିଟର ଦୌଡ଼ ୬ ମିନିଟ୍ରେ ପୂରା କଲେ କବିତା କୁମାରୀ !
ଝାଡ଼ଖଣ୍ଡର ରାମଗଡ଼ରେ ଚାଲିଥିବା ହୋମଗାର୍ଡ ନିଯୁକ୍ତି ପ୍ରସ୍ତୁତି ସମୟରେ କବିତା କୁମାରୀ ଶାଢ଼ୀ ପିନ୍ଧି, ଖାଲି ପାଦରେ ଫିଜିକାଲ୍ ଟେଷ୍ଟ ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଝାଡ଼ଖଣ୍ଡର ୨୭ ବର୍ଷୀୟା କବିତା କୁମାରୀଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଶାଢ଼ି ପିନ୍ଧି ଖାଲି ପାଦରେ ୧,୬୦୦ ମିଟରର Physiacal test ପାଇଁ ଦୌଡ଼ି ବଡ଼ ବାର୍ତ୍ତା ଦେଇଛନ୍ତି । ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ପ୍ରେରଣା ଦେଇଛନ୍ତି । ରାମଗଡ଼ ଜିଲ୍ଲାର ସୋସୋ ଗାଁର ବାସିନ୍ଦା କବିତା ନିର୍ଦ୍ଧାରିତ ୧୦ ମିନିଟ୍ ସମୟସୀମା ପୂର୍ବରୁ ମାତ୍ର ୬ ମିନିଟ୍ରେ ଏହି ଦୌଡ଼ ପୂରା କରି ହୋମଗାର୍ଡ ଚାକିରି ପାଇଁ ଯୋଗ୍ୟତା ହାସଲ କରିଛନ୍ତି।
ଏପରି କରି କବିତା ଖାଲି ଚମକାଇ ନାହାନ୍ତି ତ ସାରା ଦେଶକୁ ବାର୍ତ୍ତା ଦେଇଛନ୍ତି ।
କବିତାଙ୍କ ଘରର ଆର୍ଥିକ ଅବସ୍ଥା ଏତେ ଖରାପ ଯେ ଦୌଡ଼ିବା ପାଇଁ ଟ୍ରାକ୍ ସୁଟ୍ କିମ୍ବା ଜୋତା କିଣିବାକୁ ମଧ୍ୟ ଟଙ୍କା ନାହିଁ । ହେଲେ ଏ ଅଭାବ ତାଙ୍କ ସ୍ୱପ୍ନର ବାଟ ଅଟକାଇ ପାରିଲାନି । ମୁଣ୍ଡଫଟା ଖରା ଓ ତତଲା ପଡ଼ିଆଟାରେ ଖାଲି ପାଦରେ, ଶାଢ଼ୀ ପିନ୍ଧି ଦୌଡ଼ିଲେ। ପାଦକୁ କଷ୍ଟ ହେଲେ ବି ଆଖିରେ ଥିଲା ଦୁଇ ପିଲାଙ୍କ ଭୋକିଲା ପେଟ ଆଉ ସେମାନଙ୍କର ଭବି୍ୟେତ । ତେଣୁ ସବୁ ଯନ୍ତ୍ରଣା ତାଙ୍କର ଦେହରେ ମିଶିଯାଉଥିଲା ।

