ଅନ୍ୟପଟେ, ମହାରାଷ୍ଟ୍ରର ପୁଣେର ବାସିନ୍ଦା ଜଗଦୀଶ ଆଫାଲେ ଦୀର୍ଘ ଦିନ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡ଼ିତ ଅଛନ୍ତି । ଟ୍ରଷ୍ଟ ପକ୍ଷରୁ ମୁଖପାତ୍ର ପଦ ପାଇଁ ଚୟନ ପ୍ରକ୍ରିୟା ମଧ୍ୟ ଜାରି ରହିଥିବା ସୂଚନା ମିଳିଛି ।
ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିଚାଳନାରେ ବଡ଼ ପରିବର୍ତ୍ତନ କରାଯାଇଛି । ମନ୍ଦିରରେ ଦାନ ଚୋରି ମାମଲାର ତଦନ୍ତକୁ ମଧ୍ୟ ନୂଆ ମୋଡ଼ ଦେଖିବାକୁ ମିଳିଛି । ମନ୍ଦିର ନିର୍ମାଣ ପ୍ରକଳ୍ପର ପରିଚାଳକ ଇଞ୍ଜିନିୟର ଜଗଦୀଶ ଆଫାଲେଙ୍କୁ ଟ୍ରଷ୍ଟର ନୂଆ ସଚିବ ଭାବେ ନିଯୁକ୍ତ କରିବାକୁ ଟ୍ରଷ୍ଟ ନିଷ୍ପତ୍ତି ନେଇଛି । ଅନ୍ତରୀଣ ମହାସଚିବ କୃଷ୍ଣ ମୋହନ ଏହି ସୂଚନା ଦେଇଛନ୍ତି । ସେପ୍ଟେମ୍ବର ୨ରେ ହେବାକୁ ଥିବା ଟ୍ରଷ୍ଟ ବୈଠକରେ ଏହାର ଆନୁଷ୍ଠାନିକ ଭାବେ ଘୋଷଣା ହେବ ।
ଏପଟେ, ଦାନ ଚୋରି ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ନୂଆ ତିନି ସଦସ୍ୟ ବିଶିଷ୍ଟ ଏସ୍ଆଇଟି ତଦନ୍ତକୁ ଜୋରଦାର କରିଛି । ଆଇଜି କିରଣ ଏସ୍ଙ୍କ ନେତୃତ୍ୱରେ ଗଠିତ ଏହି ଟିମ୍ ପ୍ରଥମେ ଚଢ଼ାଉ ଗଣନା କରିଥିବା ବ୍ୟାଙ୍କ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି । ଏବେ ଟ୍ରଷ୍ଟର ଅଧିକାରୀମାନଙ୍କୁ ପଚରାଉଚରା ଆରମ୍ଭ କରାଯାଇଛି ।
ଏସଇଆଇଟିର ପୂର୍ବତନ ଟ୍ରଷ୍ଟି ଡାକ୍ତର ଅନିଲ ମିଶ୍ରଙ୍କୁ ବୟାନ ଦେବା ପାଇଁ ନୋଟିସ ପଠାଇବା ପ୍ରକ୍ରିୟା ଆରମ୍ଭ କରିଛି । ବ୍ୟାଙ୍କ ରେକର୍ଡ ଓ ଅନ୍ୟ ଦସ୍ତାବିଜ ଆଧାରରେ ତାଙ୍କୁ ପଚରାଉଚରା କରାଯିବ । ଆବଶ୍ୟକ ହେଲେ ଟ୍ରଷ୍ଟ ସହ ଜଡ଼ିତ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଡକାଯାଇପାରେ । ସୁପ୍ରିମକୋର୍ଟ ଜୁଲାଇ ୨୦ରେ ଦେଇଥିବା ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଏହି ନୂଆ ଏସ୍ଆଇଟି ଗଠନ କରିଥିଲେ । ଏହି ଦଳରେ ଆଇଜି କିରଣ ଏସ୍ଙ୍କ ସହ ଅଯୋଧ୍ୟା ରେଞ୍ଜ ଡିଆଇଜି ସୋମେନ ବର୍ମା ଓ ଏସଏସପି ଡାକ୍ତର ଗୌରବ ଗ୍ରୋଭର ସଦସ୍ୟ ଅଛନ୍ତି ।
ଅନ୍ୟପଟେ, ମହାରାଷ୍ଟ୍ରର ପୁଣେର ବାସିନ୍ଦା ଜଗଦୀଶ ଆଫାଲେ ଦୀର୍ଘ ଦିନ ଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ସହ ଜଡ଼ିତ ଅଛନ୍ତି । ଟ୍ରଷ୍ଟ ପକ୍ଷରୁ ମୁଖପାତ୍ର ପଦ ପାଇଁ ଚୟନ ପ୍ରକ୍ରିୟା ମଧ୍ୟ ଜାରି ରହିଥିବା ସୂଚନା ମିଳିଛି ।
ସୂଚନା ଯୋଗ୍ୟଯେ ଅଯୋଧ୍ୟା ଶ୍ରୀରାମ ଜନ୍ମଭୂମି ମନ୍ଦିରରେ ଭକ୍ତଙ୍କ ଚଢ଼ାଉ ଟଙ୍କା ଚୋରି ଅଭିଯୋଗ ମାମଲାରେ ତଦନ୍ତ ଜୋରଦାର ହୋଇଛି । ଅଭିଯୋଗ ଅନୁସାରେ, ଦାନ ପେଟିରୁ ବାହାରୁଥିବା ନଗଦ ଅର୍ଥ ଗଣନା ବେଳେ କିଛି କର୍ମଚାରୀ ଟଙ୍କା ଚୋରି କରୁଥିଲେ । ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଉତ୍ତର ପ୍ରଦେଶ ସରକାର ଏସ୍ଆଇଟିକୁ ପୁନର୍ଗଠନ କରି ଫରେନ୍ସିକ୍ ଅଡିଟ୍ ବିଶେଷଜ୍ଞଙ୍କୁ ସାମିଲ କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ସ୍ଥିତି ରିପୋର୍ଟ ଦେବାକୁ ଏସ୍ଆଇଟିକୁ ନିର୍ଦ୍ଦେଶ ମିଳିଛି । ତେବେ ମାମଲାର ତଦନ୍ତ ଜାରି ରହିଥିବାରୁ କାହାକୁ ଏପର୍ୟ୍ୟନ୍ତ ଆଇନଗତ ଭାବେ ଦୋଷୀ ସାବ୍ୟସ୍ତ କରାଯାଇ ପାରିନାହିଁ ।

