ନରେନ୍ଦ୍ର ଦାମୋଦର ଦାସ ମୋଦୀ । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ୨୦୧୪ରେ ଶପଥ ନେଲା ବେଳେ କେହି କେବେ କଳ୍ପନା କରିନଥିବେ ଯେ, ଦୀର୍ଘ ୧୨ ବର୍ଷ ଧରି ଭାରତର ଶାସନଡୋରି ମୋଦିଙ୍କ ହାତରେ ରହିବ । ହେଲେ ଏହାକୁ କେବଳ ସମ୍ଭବ କରି ପାରିଛନ୍ତି ମୋଦୀ । ୩ ଥରର ପ୍ରଧାନମନ୍ତ୍ରୀ, ବିଶ୍ୱର ବଡ଼ ଗଣତନ୍ତ୍ରର ମୁଖ୍ୟ ।
ଭାରତ ରାଜନୀତିରେ ଅପ୍ରତିଦ୍ୱନ୍ଦ୍ୱୀ, ଅଦ୍ୱିତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ଯାତ୍ରା ଭିତରେ କେବେ ଲାଗିନି ପରାଜୟର ଦାଗ । ୩ ଥରର ପ୍ରଧାନମନ୍ତ୍ରୀ, ୧୨ ବର୍ଷ ଧରି ଦେଶର ଶାସନ ଡୋରି ଧରିଛନ୍ତି ମୋଦୀ । ଏହି ଅବଧି ଭିତରେ ଅନେକ ରେକର୍ଡ ଭାଙ୍ଗିଛନ୍ତି, ଇତିହାସ ପୃଷ୍ଠାରେ ଅନେକବାର ନିଜ ନାଁ ଲେଖିଛନ୍ତି । ଏବେ ଆଉ ଏକ ଇତିହାସ ରଚିବା ଅପେକ୍ଷାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ନରେନ୍ଦ୍ର ଦାମୋଦର ଦାସ ମୋଦୀ । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ୨୦୧୪ରେ ଶପଥ ନେଲା ବେଳେ କେହି କେବେ କଳ୍ପନା କରିନଥିବେ ଯେ, ଦୀର୍ଘ ୧୨ ବର୍ଷ ଧରି ଭାରତର ଶାସନଡୋରି ମୋଦିଙ୍କ ହାତରେ ରହିବ । ହେଲେ ଏହାକୁ କେବଳ ସମ୍ଭବ କରି ପାରିଛନ୍ତି ମୋଦୀ । ୩ ଥରର ପ୍ରଧାନମନ୍ତ୍ରୀ, ବିଶ୍ୱର ବଡ଼ ଗଣତନ୍ତ୍ରର ମୁଖ୍ୟ । ସବକା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସର ନାରା ଦେଇ ଦେଶବାସୀଙ୍କ ମନ ଜିଣିଛନ୍ତି ମୋଦୀ ।
ଏବେ ପ୍ରଧାନମନ୍ତ୍ରୀ ଭାବେ ନୂଆ ରେକର୍ଡ କରିବାକୁ ଯାଉଛନ୍ତି ମୋଦୀ । ରାତି ପାହିଲେ ଅଥାର୍ତ ଜୁନ୍ ୧୦ ତାରିଖରେ ଲଗାତାର ଭାରତର ସର୍ବାଧିକ ଦିନ ପ୍ରଧାନମନ୍ତ୍ରୀ ପଦରେ ଥିବା ବ୍ୟକ୍ତିଙ୍କ ତାଲିକାର ସର୍ବାଗ୍ରେରେ ରହିବେ ମୋଦୀ । ଏହାସହ ଭାଙ୍ଗିବେ ଦିବଙ୍ଗତ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ରେକର୍ଡ । ଲଗାତାର ୪ ହଜାର ୩୯୯ ଦିନ ପ୍ରଧାନମନ୍ତ୍ରୀ ପଦରେ ରହି ରଚିବେ ନୂଆ ଇତିହାସ । ଏହାସତ୍ତ୍ୱେ ଭାରତର ପ୍ରଧାନମନ୍ତ୍ରୀ ଭାବେ ସର୍ବାଧିକ ସମୟ କାର୍ଯ୍ୟକାଳ ଜବାହାର ଲାଲ ନେହେରୁଙ୍କ ନାଁରେ ରହିଛି ।
ବିଜେପି ସରକାରରେ ୩ ଥରର ପ୍ରଧାନମନ୍ତ୍ରୀ । ଅଖଣ୍ଡ କ୍ଷମତା । ୫୩ ଲକ୍ଷ କୋଟିର ଆର୍ଥିକ ବଜେଟର ପୁରୋଧା । ଗତ ୧୨ ବର୍ଷ ଭିତରେ ନିର୍ବିବାଦୀୟ ଚେହେରା ଭାବେ ଅଧିକରୁ ଅଧିକ ଜନପ୍ରିୟ ହୋଇପାରିଛନ୍ତି ନରେନ୍ଦ୍ର ମୋଦୀ । ସରକାର ବିରୋଧୀ ହାୱାକୁ ଜନମଙ୍ଗଳକାରୀ ଯୋଜନା ଜରିଆରେ ପ୍ରତିହତ କରିବାରେ ସକ୍ଷମ ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଲୋକାଲ ଟୁ ଭୋକାଲର ସ୍ୱପ୍ନ ଭିତରେ ଭାରତକୁ ବିଶ୍ୱଗୁରୁ କରିବାକୁ ଆଙ୍କିଛନ୍ତି ନକ୍ସା । ଯାହା ତାଙ୍କୁ ବିଶ୍ୱସ୍ତରରେ କେବଳ ପ୍ରସିଦ୍ଧି ଦେଇନି ବରଂ ଭାରତକୁ ନୂଆ ମହାଶକ୍ତି ଭାବେ ଉଭା କରିଛି । ୭୫ ବର୍ଷ ବୟସରେ ବିଜେପିର କ୍ରାଉଡପୁଲର, ଷ୍ଟାର କ୍ୟାମ୍ପେନର ଭାବେ ଏବେ ବି ରହିଛି ମୋଦିଙ୍କ ମ୍ୟାଜିକ୍ ।

