କିରଣ ବେଦୀ କହିଛନ୍ତି, ଗଣତନ୍ତ୍ରରେ ମତଭେଦ ଏକ ସ୍ୱାଭାବିକ କଥା । ନିଜ ମତ ସହ ଅନ୍ୟମାନେ ଏକମତ ନ ହେଲେ ମଧ୍ୟ ସେମାନଙ୍କ ପ୍ରତି ସମ୍ମାନ ଦେଖାଇବା ଆମର ଦାୟିତ୍ୱ । ନିଜ ଦାବି ଉପସ୍ଥାପନ କରିବା କିମ୍ବା କୌଣସି ବିଷୟକୁ ବିରୋଧ କରିବା ପାଇଁ ଅଶାଳୀନ ଓ ଅପମାନଜନକ ଭାଷାର ଆବଶ୍ୟକତା ନାହିଁ ।
ଭାରତ ଭଳି ବିଶାଳ ଗଣତାନ୍ତ୍ରିକ ଦେଶକୁ ପରିଚାଳନା କରିବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ । ଗଣତନ୍ତ୍ରରେ ସମସ୍ତଙ୍କୁ ନିଜ ମତ ରଖିବା, ବିରୋଧ କରିବା ଓ ନ୍ୟାୟସଙ୍ଗତ ଦାବି ଉଠାଇବାର ଅଧିକାର ରହିଛି । କିନ୍ତୁ ମତଭେଦ ଥିଲେ ମଧ୍ୟ ପରସ୍ପର ପ୍ରତି ସମ୍ମାନ ଓ ଶାଳୀନତା ବଜାୟ ରଖିବା ଜରୁରୀ । ଏଭଳି ମତ ରଖି ସାର୍ବଜନୀନ ଆଲୋଚନାରେ ସଂଯମ ଅବଲମ୍ବନ କରିବାକୁ ମୁଖପାତ୍ର ଓ ଆଲୋଚନାରେ ଭାଗ ନେଉଥିବା ବ୍ୟକ୍ତିଙ୍କୁ ଆହ୍ୱାନ ଦେଇଛନ୍ତି ପୂର୍ବତନ ଆଇପିଏସ୍ ଅଧିକାରୀ କିରଣ ବେଦୀ ।
କିରଣ ବେଦୀ କହିଛନ୍ତି, ଗଣତନ୍ତ୍ରରେ ମତଭେଦ ଏକ ସ୍ୱାଭାବିକ କଥା । ନିଜ ମତ ସହ ଅନ୍ୟମାନେ ଏକମତ ନ ହେଲେ ମଧ୍ୟ ସେମାନଙ୍କ ପ୍ରତି ସମ୍ମାନ ଦେଖାଇବା ଆମର ଦାୟିତ୍ୱ । ନିଜ ଦାବି ଉପସ୍ଥାପନ କରିବା କିମ୍ବା କୌଣସି ବିଷୟକୁ ବିରୋଧ କରିବା ପାଇଁ ଅଶାଳୀନ ଓ ଅପମାନଜନକ ଭାଷାର ଆବଶ୍ୟକତା ନାହିଁ ।
ସେ ଆହୁରି କହିଛନ୍ତି, ସମ୍ମାନ ଏପରି ଏକ ମୂଲ୍ୟବୋଧ, ଯାହା ଆମେ ପିଲାଦିନରୁ ମାତାପିତା ଓ ଶିକ୍ଷକଙ୍କଠାରୁ ଶିଖିଥାଉ। କିନ୍ତୁ ଗଣମାଧ୍ୟମରେ ବାରମ୍ବାର ଅପମାନଜନକ ମନ୍ତବ୍ୟ ଦିଆଯିବା ଚିନ୍ତାର ବିଷୟ । କାରଣ, ନୂଆ ପିଢ଼ି ଆମର କଥାବାର୍ତ୍ତା ଓ ଆଚରଣକୁ ଦେଖି ଅନେକ କିଛି ଶିଖୁଛି ।
କିରଣ ବେଦୀଙ୍କ ମତରେ, ଅନ୍ୟକୁ ଅସମ୍ମାନ ନ କରି ମଧ୍ୟ ନିଜ ମତକୁ ଦୃଢ଼ ଭାବେ ଉପସ୍ଥାପନ କରିହେବ। ଯୁକ୍ତିପୂର୍ଣ୍ଣ ସମାଲୋଚନା ସହ ନିଜର ମର୍ଯ୍ୟାଦା ମଧ୍ୟ ବଜାୟ ରଖିହେବ ।
ତେଣୁ ସାର୍ବଜନୀନ ଆଲୋଚନାରେ ଭାଗ ନେଉଥିବା ବ୍ୟକ୍ତି ଓ ମୁଖପାତ୍ରମାନେ ନିଜ ଭାଷା ଉପରେ ନିୟନ୍ତ୍ରଣ ରଖିବା ସହ ପାରସ୍ପରିକ ସମ୍ମାନ, ଶାଳୀନତା ଓ ଦାୟିତ୍ୱପୂର୍ଣ୍ଣ କଥାବାର୍ତ୍ତାକୁ ଗୁରୁତ୍ୱ ଦେବା ଉଚିତ ବୋଲି ସେ ଆହ୍ୱାନ ଦେଇଛନ୍ତି ।

