ମସ୍କୋର ବୃହତ ତୈଳ ବିଶୋଧନାଗାର ଉପରେ ୟୁକ୍ରେନର ପ୍ରଳୟଙ୍କରୀ ଡ୍ରୋନ୍ ଆକ୍ରମଣ

ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ଅତି ଭୟଙ୍କର ମୋଡ଼ ନେଇଥିବା ବେଳେ ଗୁରୁବାର ଭୋର ସମୟରେ ୟୁକ୍ରେନ ସେନା ରୁଷିଆର ରାଜଧାନୀ ମସ୍କୋସ୍ଥିତ ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି।

ରୁଷିଆ-ୟୁକ୍ରେନ ଯୁଦ୍ଧ ଏବେ ଅତି ଭୟଙ୍କର ମୋଡ଼ ନେଇଥିବା ବେଳେ ଗୁରୁବାର ଭୋର ସମୟରେ ୟୁକ୍ରେନ ସେନା ରୁଷିଆର ରାଜଧାନୀ ମସ୍କୋସ୍ଥିତ ଏକ ପ୍ରମୁଖ ତୈଳ ବିଶୋଧନାଗାର ଉପରେ ଏକ ବଡ଼ ଧରଣର ଆକ୍ରମଣ କରିଛି। ଚଳିତ ସପ୍ତାହ ମଧ୍ୟରେ ଏହା ଦ୍ୱିତୀୟ ବଡ଼ ଆକ୍ରମଣ ଅଟେ। ମସ୍କୋର ମେୟର ସରଗେଇ ସୋବ୍ୟାନନିନ୍ ସୋସିଆଲ ମିଡିଆ ଆପ୍ ‘ଟେଲିଗ୍ରାମ୍’ ଜରିଆରେ ସ୍ପଷ୍ଟ କରିଛନ୍ତି ଯେ, କିଭ୍ ପକ୍ଷରୁ କରାଯାଇଥିବା ଏହି ବ୍ୟାପକ ସାମରିକ ଅଭିଯାନ ସମୟରେ ମସ୍କୋର ଦକ୍ଷିଣ-ପୂର୍ବ ଜିଲ୍ଲା କାପୋତନ୍ୟାରେ ଥିବା ତୈଳ ବିଶୋଧନାଗାରକୁ ଏକାଧିକ ଆତ୍ମଘାତୀ ଡ୍ରୋନ୍ ମାଡ କରାଯାଇ ବଡ଼ ବିସ୍ଫୋରଣ ଘଟିଛି। ରୁଷିଆର ବାୟୁ ପ୍ରତିରକ୍ଷା ବାହିନୀ ତୁରନ୍ତ ସକ୍ରିୟ ହୋଇ ରାଜଧାନୀ ଆଡ଼କୁ ମାଡ଼ି ଆସୁଥିବା ୪୮ରୁ ଉର୍ଦ୍ଧ୍ୱ ୟୁକ୍ରେନୀୟ ଡ୍ରୋନକୁ ଆକାଶରେ ହିଁ ଗୁଳି କରି ଧ୍ୱଂସ କରିଦେଇଛନ୍ତି, ମାତ୍ର କିଛି ଡ୍ରୋନ୍ କାପୋତନ୍ୟା ରିଫାଇନେରୀ ଉପରେ ପଡ଼ିବାରେ ସଫଳ ହୋଇଥିଲେ ।

ଏହି ସାଂଘାତିକ ଆକ୍ରମଣ ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳରେ ଥିବା ରଣନୈତିକ ତଥା ଶକ୍ତି କେନ୍ଦ୍ରଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ଅଚଳ କରିବା ପାଇଁ ୟୁକ୍ରେନର ଦୂରଗାମୀ ରଣନୀତିକୁ ପ୍ରମାଣିତ କରୁଛି। ମେୟର ସୋବ୍ୟାନନିନ୍ ସୂଚନା ଦେଇଛନ୍ତି ଯେ, ସହର ଉପରେ ହୋଇଥିବା ଏହି ବଡ଼ ଆକ୍ରମଣକୁ ପ୍ରତିହତ କରିବା ପାଇଁ ରୁଷ ସେନା ଏବେ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ରକ୍ଷଣାତ୍ମକ କାର୍ଯ୍ୟାନୁଷ୍ଠାନ ଜାରି ରଖିଛି। ତେବେ ଏହି ଆକ୍ରମଣ ଯୋଗୁଁ ତୈଳ ବିଶୋଧନାଗାରର କେତେ ପରିମାଣର କ୍ଷତି ହୋଇଛି କିମ୍ବା ଏଥିରେ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ ରୁଷ ପ୍ରଶାସନ ପକ୍ଷରୁ କୌଣସି ଆଧିକାରିକ ସୂଚନା ପ୍ରଦାନ କରାଯାଇ ନାହିଁ ।

Leave a Reply

Your email address will not be published. Required fields are marked *