ଭିଆର୍ଏସ୍ ନେବେ ଓଇଝ ଆର୍.ଏସ୍. ଗୋପାଳନ । ଭିଆର୍ଏସ୍ ପାଇଁ ସେ ଆବେଦନ କରିଥିବା ସୂଚନା ଦେଇଛନ୍ତି। ୨୦୦୧ ବ୍ୟାଚ୍ର ଓଇଝ ଆର୍.ଏସ୍. ଗୋପାଳନ ୨ ବର୍ଷ ଧରି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ୟ୍ୟ କରୁଛନ୍ତି ।
ଭିଆର୍ଏସ୍ ନେବେ ଓଇଝ ଆର୍.ଏସ୍. ଗୋପାଳନ । ଭିଆର୍ଏସ୍ ପାଇଁ ସେ ଆବେଦନ କରିଥିବା ସୂଚନା ଦେଇଛନ୍ତି। ୨୦୦୧ ବ୍ୟାଚ୍ର ଓଇଝ ଆର୍.ଏସ୍. ଗୋପାଳନ ୨ ବର୍ଷ ଧରି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ୟ୍ୟ କରୁଛନ୍ତି । ବ୍ୟକ୍ତିଗତ କାରଣ ପାଇଁ ସ୍ୱେଚ୍ଛାକୃତ ଅବସର ନେବେ ବୋଲି ସୂଚନା ଦେଇଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ୟ୍ୟଭାର ତୁଲାଇବା ସହ ବର୍ତ୍ତମାନ ସେ ଅବକାରୀ ବିଭାଗର ସଚିବ ବି ଅଛନ୍ତି । ୨୫ ବର୍ଷ ଧରି ଓଇଝ ଭାବେ ସେ କାର୍ୟ୍ୟରତ ଥିଲେ। ୨୦୨୮ ଜୁନରେ ତାଙ୍କର କାର୍ୟ୍ୟକାଳ ସରୁଥିବା ବେଳେ ଆଗୁଆ ଭିଆରଏସ୍ ଆବେଦନ କରିବା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି ।
ଚାକିରି ଛାଡ଼ୁଛନ୍ତି ବାବୁ
ନିକଟରେ ଅନେକ ବାବୁ ଚାକିରି ଛାଡ଼ିଲେଣି
ଆଜି ଭିଆରଏସ୍ ପାଇଁ ଆବେଦନ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍ ଗୋପାଳନ
ନିକଟରେ ଆଇପିଏସ୍ ଚାକିରିରୁ ଇସ୍ତଫା ଦେଇସାରିଛନ୍ତି ଜଗମୋହନ ମୀନା
ପ୍ରୋବେସନରେ ଥିବା ସମୟରେ ଇସ୍ତଫା ଦେଇଥିଲେ ୨୦୨୫ ବ୍ୟାଚ୍ର ଆଇପିଏସ୍ ସି.ଏ ରାମଦାସ୍
କାର୍ୟ୍ୟଭାର ଗ୍ରହଣ କରିବା ପୂର୍ବରୁ ଏବଂ ପ୍ରଶିକ୍ଷଣ ପର୍ୟ୍ୟାୟରେ ଥାଇ ହିଁ ଚାକିରିରୁ ଓହରି ଯାଇଥିଲେ
କାହିଁକି ଅବସର ପୂର୍ବରୁ ନେଉଛନ୍ତି ଭିଆର୍ଏସ୍?
କାର୍ୟ୍ୟଭାର ନା ମାନସିକ ଚାପ ସାଜୁଛି ମୁଖ୍ୟ କାରଣ?
ବାବୁଙ୍କ ଚାକିରି ମୋହ ତୁଟିବା ପଛରେ ବ୍ୟକ୍ତିଗତ କାରଣ ନା ଆଉ କିଛି?
ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ଏବେ ଦେଶ ବ୍ୟାପୀ ବିରୋଧାଭାସ ଦେଖିବାକୁ ମିଳୁଛି
ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରକୁ ନେଇ ବଢ଼ୁଛି ବିବାଦ
ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ
ମହାରାଷ୍ଟ୍ରର ମୁଖ୍ୟ ନିର୍ବାଚନ ଅଧିକାରୀ ଇସିଆଇଙ୍କୁ ଏସ୍ଆଇଆର୍ ପ୍ରସଙ୍ଗରେ ଲେଖିଛନ୍ତି ଚିଠି
ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମାନଙ୍କ ଉପରେ ବି ରହୁଛି କି ଚାପ?

