ଭାରତ-ବାଂଲାଦେଶ ସୀମାରେ ସୀମା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଅମିତ ଶାହ

ଭାରତ-ବାଂଲାଦେଶ ସୀମା ସୁରକ୍ଷାକୁ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଏକ ଦେଶୀୟ ରେଡିଓ-ଭିତ୍ତିକ ସୀମା ସୁରକ୍ଷା ପ୍ରଣାଳୀର ଗ୍ରାଉଣ୍ଡ ରିଭ୍ୟୁ କରିଛନ୍ତି

ଭାରତ-ବାଂଲାଦେଶ ସୀମା ସୁରକ୍ଷାକୁ ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଏକ ଦେଶୀୟ ରେଡିଓ-ଭିତ୍ତିକ ସୀମା ସୁରକ୍ଷା ପ୍ରଣାଳୀର ଗ୍ରାଉଣ୍ଡ ରିଭ୍ୟୁ କରିଛନ୍ତି। ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ପରେ ଗୃହମନ୍ତ୍ରୀଙ୍କର ସୀମାନ୍ତ ଅଞ୍ଚଳକୁ ଏହା ପ୍ରଥମ ଗସ୍ତ। ଏହି ଅତ୍ୟାଧୁନିକ ସ୍ମାର୍ଟ ଫେନ୍ସିଂ ବ୍ୟବସ୍ଥା ଦ୍ୱାରା ଯଦି କେହି ସୀମା ବାଡ଼ ସହ କୌଣସି ପ୍ରକାରର ହସ୍ତକ୍ଷେପ କରେ, ତେବେ ଏହା ସଙ୍ଗେ ସଙ୍ଗେ ସୀମା ସୁରକ୍ଷା ବାହିନୀ (ବିଏସଏଫ) ର ଯବାନମାନଙ୍କୁ ସତର୍କ ସୂଚନା ଦେବା ସହ ଏକ ପୂର୍ବ-ରେକର୍ଡିଂ ଚେତାବନୀ ବାର୍ତ୍ତା ପ୍ରସାରଣ କରିବ, ଯାହାଦ୍ୱାରା ଯବାନମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ।

ଏହା ବ୍ୟତୀତ ନଦୀ କିମ୍ବା ଜଟିଳ ଭୌଗୋଳିକ ସୀମା, ଯେଉଁଠି ବାଡ଼ ପକାଇବା ସମ୍ଭବ ନୁହେଁ, ସେଠା ପାଇଁ ଏକ ‘ଇନଫ୍ରାରେଡ୍ ଆଲାର୍ମ ସିଷ୍ଟମ୍’ ଏବଂ ସୀମାନ୍ତ ବାସିନ୍ଦା ଓ ଚାଷୀଙ୍କ ପାଇଁ ଗେଟ୍ ମ୍ୟାନେଜମେଣ୍ଟ ସିଷ୍ଟମର ମଧ୍ୟ ସେ ସମୀକ୍ଷା କରିଛନ୍ତି। ନରେନ୍ଦ୍ର ମୋଦୀ ସରକାର ଅନୁପ୍ରବେଶ, ନିଶାଦ୍ରବ୍ୟ ଚୋରା ଚାଲାଣ ଓ ଆର୍ଥିକ ଅପରାଧ ବିରୁଦ୍ଧରେ ‘ଜିରୋ ଟଲରାନ୍ସ’ ନୀତି ଆପଣାଇଛନ୍ତି ବୋଲି ଶାହ ପ୍ରକାଶ କରିଛନ୍ତି।

ଏହି ଗସ୍ତ ସମୟରେ ଗୃହମନ୍ତ୍ରୀ ଭର୍ଚ୍ଚୁଆଲ୍ ମାଧ୍ୟମରେ ୪୭ କୋଟି ଟଙ୍କାର ତିନୋଟି ବିଏସଏଫ୍ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ୩୦ କୋଟି ଟଙ୍କା ବ୍ୟୟରେ ୪ କିଲୋମିଟର ଦୀର୍ଘ ସୀମା ବାଡ଼ ନିର୍ମାଣର ଶୁଭାରମ୍ଭ କରିଛନ୍ତି। ଆଗାମୀ ଦିନରେ ସୀମାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ପାଇଁ ଭୂତଳ ରାଡାର ବ୍ୟବସ୍ଥା, ଆଣ୍ଟି-ଡ୍ରୋନ୍ ଡିଭାଇସ୍ ଏବଂ ଅତ୍ୟାଧୁନିକ ଡ୍ରୋନ୍ ସର୍ଭେଲାନ୍ସ ସିଷ୍ଟମ୍ ମଧ୍ୟ ସୀମାନ୍ତରେ ମୁତୟନ କରାଯିବାର ଯୋଜନା ରହିଛି।

Leave a Reply

Your email address will not be published. Required fields are marked *