ବାତ୍ୟା ଭଳି ବିପଦ ସମୟରେ ମଧ୍ୟ ଅସାବଧାନତାର ସହ ରିଲ୍ସ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପୁରୀ ପୁରୁଣା ଜେଲ୍ ରୋଡ୍ର ପାର୍କିଂ ଛାତ ଉପରେ ଦୁଇ ଯୁବକ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।
ରିଲ୍ସ ପାଇଁ ବିପଦକୁ ଖାତିର କରୁନାହାନ୍ତି ଯୁବପିଢ଼ି । ବାତ୍ୟା ଭଳି ବିପଦ ସମୟରେ ମଧ୍ୟ ଅସାବଧାନତାର ସହ ରିଲ୍ସ କରୁଥିବା ଦୃଶ୍ୟ ସାମ୍ନାକୁ ଆସିଛି । ପୁରୀ ପୁରୁଣା ଜେଲ୍ ରୋଡ୍ର ପାର୍କିଂ ଛାତ ଉପରେ ଦୁଇ ଯୁବକ ରିଲ୍ସ କରୁଥିବା ଦେଖିବାକୁ ମିଳିଛି ।
ପ୍ରବଳ ପବନ ବହୁଥିବା ବେଳେ ଛାତର ଶେଷ ପାର୍ଶ୍ୱରେ ଠିଆ ହୋଇ ଦୁଇ ଯୁବକ ରିଲ୍ସ ବନାଉଥିଲେ । ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ ଏଭଳି ବିପଦପୂର୍ଣ୍ଣ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଛି । ଏନେଇ ପୁରୀ ଏସ୍ପି ପ୍ରତୀକ ସିଂ କହିଛନ୍ତି, ନିଜ ସୁରକ୍ଷା ନିଜେ ନେବାକୁ ପଡ଼ିବ । ବିପଦ ସମୟରେ ସମସ୍ତେ ସଚେତନ ହେବା ସହ ଅସାବଧାନତାରୁ ଦୂରେଇ ରହିବା ଆବଶ୍ୟକ ।

