ବାତ୍ୟା ନେଇ ଆଲର୍ଟ ଆନ୍ଧ୍ର ସରକାର, ଓଡ଼ିଶାକୁ ଦୁଇଦିନ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ସମ୍ଭାବନା। ପ୍ରଭାବରେ ବଡ଼ ବର୍ଷା ଆଶଙ୍କା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ବଳ ଗୋଟାଉଛି। ଆଗକୁ ବଢ଼ିବା ସହ ଏହା ଅଧିକ ଘନୀଭୂତ ହେବାର ଆକଳନ କରାଯାଉଛି। ପ୍ରଥମେ ଅବପାତ, ପରେ ଗଭୀର ଅବପାତ। ଅନୁକୂଳ ପାଣିପାଗ ସ୍ଥିତି ରହିଲେ, ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ। ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ନିକଙ୍ଗଟରେ ପହଞ୍ଚିବାର ଆକଳନ ରହିଛି। ତେବେ ସେତେବେଳକୁ ବାତ୍ୟାର ଶକ୍ତି କେତେ ଥିବ? କେଉଁ ଅଞ୍ଚଳରେ ଏହା ଉପକୂଳ ଛୁଇଁବ? ଏସବୁ ଏବେ ବି ସ୍ପଷ୍ଟ ହୋଇନାହିଁ। କିନ୍ତୁ ବାତ୍ୟା ଅଧିକ ଘନୀଭୂତ ହେଲେ ଏହାର ପ୍ରଭାବ ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି।

ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ ।  ଧୀରେ ଧୀରେ ବଢ଼ୁଛି ବାତ୍ୟାର ଆଶଙ୍କା। ୨୬ ତାରିଖ ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ। ତେବେ ବାତ୍ୟା କେଉଁ ଦିଗରେ ଗତି କରିବ? କେଉଁଠି କରିବ ଲ୍ୟାଣ୍ଡଫଲ୍? କେତେ ରହିବ ଏହାର ତୀବ୍ରତା?ଏସବୁକୁ ନେଇ ଭିନ୍ନ ଭିନ୍ନ ପାଣିପାଗ ମଡେଲ୍‌ର ଆକଳନ ଅଲଗା ରହିଛି। ତେବେ ଏହି ବାତ୍ୟା ପ୍ରବଳ ବର୍ଷା ନେଇ ଆସିବ, ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ସେପଟେ ବାତ୍ୟାକୁ ନେଇ ବଢୁଛି  ଚିନ୍ତା। 

ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟା ସମ୍ଭାବନା। ପ୍ରଭାବରେ ବଡ଼ ବର୍ଷା ଆଶଙ୍କା । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଧୀରେ ଧୀରେ ବଳ ଗୋଟାଉଛି। ଆଗକୁ ବଢ଼ିବା ସହ ଏହା ଅଧିକ ଘନୀଭୂତ ହେବାର ଆକଳନ କରାଯାଉଛି। ପ୍ରଥମେ ଅବପାତ, ପରେ ଗଭୀର ଅବପାତ। ଅନୁକୂଳ ପାଣିପାଗ ସ୍ଥିତି ରହିଲେ, ୨୬ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେଇପାରେ। ଏହାପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୮ ତାରିଖ ସକାଳ ସୁଦ୍ଧା ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ନିକଙ୍ଗଟରେ ପହଞ୍ଚିବାର ଆକଳନ ରହିଛି। ତେବେ ସେତେବେଳକୁ ବାତ୍ୟାର ଶକ୍ତି କେତେ ଥିବ? କେଉଁ ଅଞ୍ଚଳରେ ଏହା ଉପକୂଳ ଛୁଇଁବ? ଏସବୁ ଏବେ ବି ସ୍ପଷ୍ଟ ହୋଇନାହିଁ। କିନ୍ତୁ ବାତ୍ୟା ଅଧିକ ଘନୀଭୂତ ହେଲେ ଏହାର ପ୍ରଭାବ ଗୁରୁତର ହୋଇପାରେ ବୋଲି ଆଶଙ୍କା କରାଯାଉଛି।

 ଲ୍ୟାଣ୍ଡଫଲ୍ ସ୍ଥାନକୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ବିଭିନ୍ନ ମଡେଲ୍ ।   ବାତ୍ୟା  ସ୍ଥଳଭାଗ ଛୁଇଁବା ନେଇ କିଛି ଅନ୍ତର୍ଜାତୀୟ ପାଣିପାଗ ମଡେଲ୍‌ର ଆକଳନ ଅନୁସାରେ, ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ୍‌ରୁ କାକିନାଡ଼ା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ। ଇସିଏମଡବ୍ଲୁଏଫ୍ ଏବଂ ଜିଏଫଏସ୍  ମଡେଲ୍ ଏଭଳି ସମ୍ଭାବନା ଦର୍ଶାଉଛନ୍ତି। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍ କରିବ ଏବଂ ସେତେବେଳେ ପବନର ବେଗ କେତେ ରହିବ, ତାହା ଆଗାମୀ ପୂର୍ବାନୁମାନରୁ ଅଧିକ ସ୍ପଷ୍ଟ ହେବ। ବାତ୍ୟାର ପ୍ରଭାବରେ ରାଜ୍ୟରେ ୩ରୁ ୪ ଦିନ ପର୍ୟ୍ୟନ୍ତ ବର୍ଷା ଲାଗି ରହିବାର ଆଶଙ୍କା ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ୨୭ ତାରିଖରେ ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଇଁ ରହିଛି ଅରେଞ୍ଜ ୱାର୍ଣ୍ଣିଂ।

୨୮ ତାରିଖରେ ବର୍ଷାର ପ୍ରକୋପ ଆହୁରି ବଢ଼ିପାରେ। ରାଜ୍ୟର ସବୁ ଅଞ୍ଚଳରେ ବର୍ଷା ସମ୍ଭାବନା ଥିବାବେଳେ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହି ୫ଟି ଜିଲ୍ଲା ପାଇଁ ଜାରି ହୋଇଛି ରେଡ୍ ୱାର୍ଣ୍ଣିଂ। ସେହିପରି, ୨୯ ତାରିଖରେ ବାତ୍ୟାର ପ୍ରଭାବ ଉତ୍ତର ଓ ପଶ୍ଚିମ ଓଡ଼ିଶା ଉପରେ ରହିପାରେ। ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।

Leave a Reply

Your email address will not be published. Required fields are marked *