ଫୁଟବଲ୍ ମ୍ୟାଚ୍ ଖେଳିବାକୁ ନେପାଳ ଯାଇ ଫସିଲେ ଭୁବନେଶ୍ୱରର ଛାତ୍ରଛାତ

ନେପାଳରେ ଫୁଟବଲ ମ୍ୟାଚ୍ ପାଇଁ ଯାଇ ଛାତ୍ରଛାତ୍ରୀ ଫସିଥିବା ସୂଚନା । ଭୁବନେଶ୍ୱରରୁ ନେପାଳର ପୋଖରାକୁ ଫୁଟବଲ ମ୍ୟାଚ୍ ଖେଳିବା ପାଇଁ ଯାଇଥିବା ଏକ ଦଳର ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ସୂଚନା ମିଳିଛି ।

ନେପାଳରେ ଫୁଟବଲ ମ୍ୟାଚ୍ ପାଇଁ ଯାଇ ଛାତ୍ରଛାତ୍ରୀ ଫସିଥିବା ସୂଚନା । ଭୁବନେଶ୍ୱରରୁ ନେପାଳର ପୋଖରାକୁ ଫୁଟବଲ ମ୍ୟାଚ୍ ଖେଳିବା ପାଇଁ ଯାଇଥିବା ଏକ ଦଳର ଛାତ୍ରଛାତ୍ରୀ ସେଠାରେ ଫସି ରହିଥିବା ସୂଚନା ମିଳିଛି । ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ କୋଚ୍ ହାଲିମ ମଧ୍ୟ ଅଛନ୍ତି । ଦଳରେ ଛାତ୍ରଛାତ୍ରୀଙ୍କ ସମେତ ମୋଟ ୭ ଜଣ ଅନ୍ୟ ବ୍ୟକ୍ତି ଥିବା ଜଣାପଡ଼ିଛି ।

ଦଳରେ ପ୍ରେମାନନ୍ଦ ରାଉତ, ବିଶ୍ୱଜିତ ବାରିକ, ନୈତିଫ କୁମାର, ରିତେଶ କୁମାର, ସୁରନାମ ସୁର ଓ ପୀୟୁଷ କୁମାର ଅଛନ୍ତି । ପରିବାର ପକ୍ଷରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ ପାଇଥିବାବେଳେ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି କୋଚ । ପୋଖରାରେ ବିଶେଷ ସମସ୍ୟା ନଥିବାରୁ ବିପଦ ନଥିବା କନକ ନ୍ୟୁଜକୁ ସୂଚନା ଦେଇଛନ୍ତି କୋଚ । 

Leave a Reply

Your email address will not be published. Required fields are marked *