ଫିଫା ବିଶ୍ୱକପ୍ ୨୦୨୬: ଏମ୍ବାପେଙ୍କ ଗୋଲ୍‌ରେ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ

ବିଶ୍ୱକପ୍ ଇତିହାସରେ ଏମ୍ବାପେଙ୍କର ଏହା ୧୯ତମ ଗୋଲ୍। ସେ ମାତ୍ର ୧୯ଟି ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ଏବଂ ଏବେ ସେ ଲିଓନେଲ ମେସିଙ୍କ (୨୦ ଗୋଲ୍) ରେକର୍ଡ ଭାଙ୍ଗିବାଠାରୁ ମାତ୍ର ଗୋଟିଏ ଗୋଲ୍ ପଛରେ ଅଛନ୍ତି ।

ଫିଫା ବିଶ୍ୱକପ୍ ୨୦୨୬ରେ ଫ୍ରାନ୍ସର ତାରକା ଷ୍ଟ୍ରାଇକର କିଲିଆନ୍ ଏମ୍ବାପେଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି । ଏମ୍ବାପେଙ୍କ ଏକମାତ୍ର ଗୋଲ ବଳରେ ଫ୍ରାନ୍ସ ୧-୦ରେ ପାରାଗୁଏକୁ ପରାସ୍ତ କରି କ୍ରମାଗତ ଚତୁର୍ଥ ଥର ପାଇଁ କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି । ଫିଲାଡେଲଫିଆରେ ପ୍ରବଳ ଗରମ ମଧ୍ୟରେ ଖେଳାଯାଇଥିବା ଏହି ମୁକାବିଲାରେ ୭୦ତମ ମିନିଟରେ VAR ସହାୟତାରେ ଫ୍ରାନ୍ସକୁ ଏକ ପେନାଲଟି ମିଳିଥିଲା, ଯାହାକୁ ଏମ୍ବାପେ ସଫଳତାର ସହ ଗୋଲରେ ପରିଣତ କରିଥିଲେ।

ବିଶ୍ୱକପ୍ ଇତିହାସରେ ଏମ୍ବାପେଙ୍କର ଏହା ୧୯ତମ ଗୋଲ୍। ସେ ମାତ୍ର ୧୯ଟି ମ୍ୟାଚରେ ଏହି ସଫଳତା ହାସଲ କରିଛନ୍ତି ଏବଂ ଏବେ ସେ ଲିଓନେଲ ମେସିଙ୍କ (୨୦ ଗୋଲ୍) ରେକର୍ଡ ଭାଙ୍ଗିବାଠାରୁ ମାତ୍ର ଗୋଟିଏ ଗୋଲ୍ ପଛରେ ଅଛନ୍ତି । ଚଳିତ ବିଶ୍ୱକପରେ ମଧ୍ୟ ଏମ୍ବାପେ ୭ଟି ଗୋଲ୍ ସହ ‘ଗୋଲ୍ଡେନ୍ ବୁଟ୍’ ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି । ମେସି ମଧ୍ୟ ୭ଟି ଗୋଲ୍ ଦେଇଛନ୍ତି, କିନ୍ତୁ ଆସିଷ୍ଟ ମାମଲାରେ ଏମ୍ବାପେ ଆଗରେ ଅଛନ୍ତି।

ପାରାଗୁଏର ଗୋଲକିପର ଓରଲାଣ୍ଡୋ ଗିଲ୍ ଚମତ୍କାର ପ୍ରଦର୍ଶନ କରି ଅନେକ ଗୋଲ୍ ଅଟକାଇଥିଲେ ହେଁ ଦଳକୁ ପରାଜୟରୁ ରକ୍ଷା କରିପାରିନଥିଲେ। ବର୍ତ୍ତମାନ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସର ମୁକାବିଲା ମରକ୍କୋ ସହିତ ହେବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚଟି ଜୁଲାଇ ୧୦ ତାରିଖରେ ବୋଷ୍ଟନ ଷ୍ଟାଡିୟମରେ ଖେଳାଯିବ। ଫ୍ରାନ୍ସର ନଜର ଏବେ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ ଫାଇନାଲରେ ପ୍ରବେଶ କରିବା ଉପରେ ରହିଛି।

Leave a Reply

Your email address will not be published. Required fields are marked *