ଦ୍ୱିତୀୟ ବନ୍ୟା ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ତଳିଆ ଅଂଚଳର ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହା ଯାଇଛି. ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ତଳିଆ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ଗତ ୩୧ ତାରିଖ ଦିନ ବୈତରଣୀ ରେ ଆସିଥିବା ଭୟଙ୍କର ବନ୍ୟାର ଦୁର୍ଦ୍ଦଶା ଏଯାଏ ଯାଇ ନଥିବା ବେଳେ ପୁଣି ଆଖୁଆପଦା ନିକଟରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ବିପଦ ସଂକେତ ୧୮.୩୩ ଥିବା ବେଳେ ଏବେ ବୈତରଣୀ ଆଖୁଆପଦା ନିକଟରେ ୧୯.୨୭ ମିଟର ଉଚ୍ଚରେ ପ୍ରବାହିତ ହେଉଛି । ଦ୍ୱିତୀୟ ବନ୍ୟା ହେବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ତଳିଆ ଅଂଚଳର ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହା ଯାଇଛି. ଫଳରେ ଭଣ୍ଡାରିପୋଖରୀ ଓ ଧାମନଗର ବ୍ଲକର ତଳିଆ ଲୋକମାନେ ଭୟଭୀତ ଅବସ୍ଥାରେ ଅଛନ୍ତି ।
ସେପଟେ ବୈତରଣୀର ବନ୍ୟାଜଳ ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ହାଟଡ଼ିହି, ଆନନ୍ଦପୁର ବ୍ଳକ ସମେତ ଘସିପୁରା ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଆନନ୍ଦପୁର ରିଙ୍ଗ ରୋଡ଼ରେ ସୃଷ୍ଟି ହୋଇଥିବା ଘାଇରେ ବନ୍ୟା ପାଣି ପଶିବା ପରେ ପ୍ରଭାବିତ ହୋଇଛନ୍ତି ଲୋକେ । ସେହିଭଳି ଆନନ୍ଦପୁର ପୌରପରିଷଦ ର ୧୩ ନମ୍ବର ୱାର୍ଡ ର ସାଉଁନ୍ତି ସାହି ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ। ଏବେ ମଧ୍ୟ ନଦୀ ବିପଦ ସଂକେତର ଢେର ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ଠାରେ ବିପଦ ସଂକେତ ୩୮.୩୬୦ ମିଟର ଥିବା ବେଳେ ନଦୀ ୪୦.୨୫୦ ମିଟର ରେ ପ୍ରବାହିତ ହେଉଛି।

