ପୁଣି ଜନ୍ତର-ମନ୍ତରରେ ଗର୍ଜିବ ସିଜେପି, ଜନ୍ତର-ମନ୍ତରରୁ ସଂସଦ ଯାଏ ମାର୍ଚ୍ଚ, ରଖିଲା ବିଭିନ୍ନ ଦାବି

ଏପରିସ୍ଥିତିରେ ଇଥାନଲ ମିଶ୍ରିତ ଇ-୨୦ ପେଟ୍ରୋଲକୁ ବିରୋଧ କରି ଇ-୨୦ ଜନତା ପାର୍ଟି ମଧ୍ୟ ସଂସଦ ମାର୍ଚ୍ଚର ଚେତାବନୀ ଦେଇଛି । ଦଳର ଦାବି ଅନୁଯାୟୀ, ବର୍ତ୍ତମାନର ଇଥାନଲ ମିଶ୍ରଣ ନୀତିରେ ତ୍ରୁଟି ରହିଥିବାରୁ ଏହାର ସଂଶୋଧନ ଆବଶ୍ୟକ । ନୀତିରେ ପରିବର୍ତ୍ତନ କରାଗଲେ ପେଟ୍ରୋଲ ଦରକୁ ଲିଟର ପିଛା ୮୦ରୁ ୯୦ ଟଙ୍କା ମଧ୍ୟରେ ରଖାଯାଇପାରିବ ଏବଂ ଚାଷୀମାନେ ମଧ୍ୟ ଅଧିକ ଲାଭ ପାଇପାରିବେ ବୋଲି ଦଳ ଦାବି କରିଛି ।

ପୁଣି ଦିଲ୍ଲୀର ଜନ୍ତର-ମନ୍ତର ଆଉ ଏକ ଆନ୍ଦୋଳନ ପାଇଁ ପ୍ରସ୍ତୁତ ହେଲାଣି । ବ୍ୟାରିକେଡ୍‌ ବେଲ୍ଡ ଲାଗିଗଲାଣି । ରାପିଡ୍‌ ଆକ୍ସନ ଫୋର୍ସ ନିୟୋଜିତ ହୋଇ ଗଲେଣି । ଦିଲ୍ଲୀ ପୋଲିସ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା କରି ସାରିଲାଣି । କୁହାଯାଉଛି ଯେ ପୁଣି ଥରେ କକ୍ରୋଚ୍‌ ଜନତା ପାର୍ଟି ଆନ୍ଦୋଳନ ପାଇଁ ସଜ ହେଉଛି । ସିଜେପି ଏବଂ ଛାତ୍ରମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର ହେବାର ୫ ଦିନ ପରେ ପୁଣି ଥରେ ଚେତାବନୀ ଦେଇଛି ଦଳ । ପ୍ରଶ୍ନ ଉଠୁଛି ପୁଣି କାହିଁକି ଆନ୍ଦୋଳନ ପାଇଁ ସିଜେପି ଚେତାବନୀ ଦେଇଛି । ସରକାରଙ୍କ କେଉଁ କାମର ବିରୋଧ କରି ଆନ୍ଦୋଳନର ଡାକ ଦେଇଛି ସିଜେପି । ରିପୋର୍ଟରୁ ଜଣାପଡ଼ିଛି ଯେ କକ୍ରୋଚ୍‌ ଜନତା ପାର୍ଟି ନିଜର ଆନ୍ଦୋଳନକାରୀଙ୍କ ଉପରେ ହୋଇଥିବା ସମସ୍ତ ଏତଲାକୁ ପ୍ରତ୍ୟାହାର ନେଇ ଦାବି ରଖିଛି । ଯଦି ତୁରନ୍ତ ଏହି ଦାବି ପୂରଣ ନ କରାଯାଏ, ତେବେ ପୁଣି ଥରେ ଜନ୍ତର-ମନ୍ତରରେ ଆନ୍ଦୋଳନ କରିବାକୁ ସିଜେପି ଚେତାବନୀ ଦେଇଛି । 

ସିଜେପିର ପ୍ରମୁଖ ଦାବି ମଧ୍ୟରେ ରହିଛି—ଆନ୍ଦୋଳନକାରୀଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ଏଫଆଇଆର ପ୍ରତ୍ୟାହାର, ଗିରଫ ହୋଇଥିବା ଛାତ୍ର ଓ ଆନ୍ଦୋଳନକାରୀଙ୍କୁ ମୁକ୍ତ କରିବା, ନୂଆ ଅପରାଧିକ ମାମଲା ରୁଜୁ ବନ୍ଦ କରିବା ଏବଂ ଜୁଲାଇ ୨୫ର ଚୁକ୍ତିନାମାକୁ ସାର୍ବଜନୀନ କରିବା ।

ଦଳର ମୁଖପାତ୍ର ଆଶୁତୋଷ ରାଙ୍କାଙ୍କ କହିବା ଅନୁଯାୟୀ, ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଶତାଧିକ ଛାତ୍ରଛାତ୍ରୀଙ୍କୁ ଗିରଫ କରାଯାଇଛି ଏବଂ ଆନ୍ଦୋଳନକାରୀଙ୍କ ବିରୋଧରେ ନୂଆ ମାମଲା ରୁଜୁ କରାଯାଉଛି । ଏହାକୁ ଦଳ ଚୁକ୍ତିର ଉଲ୍ଲଂଘନ ବୋଲି ଅଭିଯୋଗ କରିଛି ।

ଆନ୍ଦୋଳନକୁ ଆହୁରି ସୁଦୃଢ଼ କରିବା ପାଇଁ ସିଜେପି ଦେଶବ୍ୟାପୀ ଏକ ଆଇନଗତ ସହାୟତା ସେଲ୍‌ ଗଠନ କରିବା ସହ ‘ସାକ୍ଷୀ  ନାମକ ଏକ ଅନଲାଇନ ପ୍ଲାଟଫର୍ମ ଆରମ୍ଭ କରିଛି । ଏହି ପ୍ଲାଟଫର୍ମରେ ଆନ୍ଦୋଳନ ସମ୍ପର୍କିତ ପ୍ରମାଣ ସଂଗ୍ରହ କରାଯିବ । ଏହାସହ ରାଜ୍ୟସଭା ସାଂସଦ କପିଲ ସିବଲ ଆନ୍ଦୋଳନକାରୀଙ୍କ ଆଇନଗତ ସହାୟତା ପାଇଁ ୧ କୋଟି ଟଙ୍କାର ତହବିଲ ଘୋଷଣା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ପୂର୍ବତନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ସିଜେପି ୩୬ ଦିନ ଧରି ଜନ୍ତର-ମନ୍ତରରେ ଆନ୍ଦୋଳନ କରିଥିଲା । ଜୁଲାଇ ୨୫ରେ ତାଙ୍କ ଇସ୍ତଫା ପରେ ସେହି ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିଲା ।

ଏପରିସ୍ଥିତିରେ ଇଥାନଲ ମିଶ୍ରିତ ଇ-୨୦ ପେଟ୍ରୋଲକୁ ବିରୋଧ କରି ଇ-୨୦ ଜନତା ପାର୍ଟି ମଧ୍ୟ ସଂସଦ ମାର୍ଚ୍ଚର ଚେତାବନୀ ଦେଇଛି । ଦଳର ଦାବି ଅନୁଯାୟୀ, ବର୍ତ୍ତମାନର ଇଥାନଲ ମିଶ୍ରଣ ନୀତିରେ ତ୍ରୁଟି ରହିଥିବାରୁ ଏହାର ସଂଶୋଧନ ଆବଶ୍ୟକ । ନୀତିରେ ପରିବର୍ତ୍ତନ କରାଗଲେ ପେଟ୍ରୋଲ ଦରକୁ ଲିଟର ପିଛା ୮୦ରୁ ୯୦ ଟଙ୍କା ମଧ୍ୟରେ ରଖାଯାଇପାରିବ ଏବଂ ଚାଷୀମାନେ ମଧ୍ୟ ଅଧିକ ଲାଭ ପାଇପାରିବେ ବୋଲି ଦଳ ଦାବି କରିଛି ।

ଏହାସହ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଇସ୍ତଫା ଦାବି କରାଯାଇଛି । ଦଳର ମୁଖ୍ୟ ଦାବି ହେଉଛି, ଦେଶରେ ଇ-୨୦ (ଶୁଦ୍ଧ ପେଟ୍ରୋଲ), ଇ-୨୦ ଓ ଇ-୮୫ ଭଳି ବିଭିନ୍ନ ଇନ୍ଧନ ବିକଳ୍ପ ଉପଲବ୍ଧ କରାଯାଉ ଏବଂ ଉପଭୋକ୍ତାଙ୍କୁ ନିଜ ପସନ୍ଦର ଇନ୍ଧନ ବାଛିବାର ସୁଯୋଗ ଦିଆଯାଉ ।

ଦଳ ପକ୍ଷରୁ କୁହାଯାଇଛି ଯେ, ଏହି ଅଭିଯାନକୁ ସୋସିଆଲ ମିଡିଆରେ ବ୍ୟାପକ ସମର୍ଥନ ମିଳୁଛି । ଆନୁଷ୍ଠାନିକ ଘୋଷଣା ନ ହୋଇଥିଲେ ମଧ୍ୟ, ଅଗଷ୍ଟ ୧ରୁ ୪ ତାରିଖ ମଧ୍ୟରେ ଜନ୍ତର-ମନ୍ତରରୁ ସଂସଦ ପର୍ୟ୍ୟନ୍ତ ମାର୍ଚ୍ଚ କରାଯାଇପାରେ ବୋଲି ସୂଚନା ମିଳୁଛି ।

Leave a Reply

Your email address will not be published. Required fields are marked *