ମହାପ୍ରଭୁ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବା ବେଳେ ମହାଲକ୍ଷ୍ମୀ ଧାଇଁ ଆସନ୍ତି । ଯେମିତି ଢେର ଦିନ ପରେ ଫେରିଥିବା ସ୍ବାମୀଙ୍କୁ ଦେଖିବାକୁ ମନ ଉଚ୍ଛୁର ଥାଏ
ମହାପ୍ରଭୁ ରଥରୁ ଓହ୍ଲାଇ ଶ୍ରୀମନ୍ଦିର ରତ୍ନବେଦିକୁ ଫେରିବା ବେଳେ ମହାଲକ୍ଷ୍ମୀ ଧାଇଁ ଆସନ୍ତି। ଯେମିତି ଢେର ଦିନ ପରେ ଫେରିଥିବା ସ୍ବାମୀଙ୍କୁ ଦେଖିବାକୁ ମନ ଉଚ୍ଛୁର ଥାଏ। ମନରେ ଯେତେ ରାଗ ଥାଉନା କାହିଁକି ପ୍ରାଣପ୍ରିୟ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରୁଥିବା କଥା ଜାଣି ଭେଟିବାକୁ ଛୁଟି ଆସନ୍ତି। ଶ୍ରୀମନ୍ଦିରର ଦକ୍ଷିଣ ପାର୍ଶ୍ବରେ ମେଘନାଦ ପାଚେରିକୁ ଲାଗି ରହିଥିବା ଭେଟ ମଣ୍ଡପରେ ମହାଲକ୍ଷ୍ମୀ ଉପସ୍ଥିତ ରହୁନ୍ତି।
ରଥରୁ ଓହ୍ଲାଉଥିବା ଶ୍ରୀଜଗନ୍ନାଥଙ୍କର ଭେଟ ମଣ୍ଡପରେ ଥିବା ଲକ୍ଷ୍ମୀଙ୍କ ଚକ୍ଷୁର ମିଳନ ହୋଇଥାଏ। ସେତେବେଳେ ଉଭୟଙ୍କ ବନ୍ଦାପନା କରାଯାଏ। ଶ୍ରୀଜଗନ୍ନାଥଙ୍କର ବନ୍ଦାପନା ପତି ମହାପାତ୍ର କରିଥାନ୍ତି। ଦେବୀ ଲକ୍ଷ୍ମୀଙ୍କର ବନ୍ଦାପନା କରନ୍ତି ଭିତରଛ ମହାପାତ୍ର। ସେହି ସମୟରେ ଭେଟ ମଣ୍ଡପଠାରେ ଭିତରଛ ମହାପାତ୍ରଙ୍କ ଘରୁ ଆସିଥିବା ରସଗୋଲା ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ଦେବୀ ଲକ୍ଷ୍ମୀଙ୍କୁ ନିବେଦିତ ହୋଇଥାଏ।

