ଦ୍ରୁତ ଅଭିଜ୍ଞତା ହାସଲ କରୁଛନ୍ତି ବୈଭବ, କିନ୍ତୁ ଫିଟନେସ୍‌ରେ ଉନ୍ନତି ଜରୁରୀ: ଲକ୍ଷ୍ମଣ

ଇଂଲଣ୍ଡ ଗସ୍ତରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ବୈଭବ ଭଲ ପ୍ରଦର୍ଶନ କରିପାରି ନଥିଲେ। କିନ୍ତୁ ଜିମ୍ବାଓ୍ବେ ବିପକ୍ଷ ଶୃଙ୍ଖଳାରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଓ ଶେଷ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଜିମ୍ବାଓ୍ବେ ଗସ୍ତରେ ଭାରତୀୟ ଦଳର ଉଲ୍ଲେଖନୀୟ ପ୍ରଦର୍ଶନ ପରେ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି ପୂର୍ବତନ ବ୍ୟାଟର ତଥା ବିସିସିଆଇ ଉତ୍କର୍ଷ କେନ୍ଦ୍ର ମୁଖ୍ୟ ଭିଭିଏସ ଲକ୍ଷ୍ମଣ। ସେ କହିଛନ୍ତି ଯେ ଗତ ୬ ମାସରେ ବୈଭବଙ୍କ ପରିପକ୍ବତା, ଅଭିଜ୍ଞତା ଓ କ୍ରିକେଟ୍‌ ସମ୍ପର୍କିତ ଜ୍ଞାନ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଇଂଲଣ୍ଡ ଗସ୍ତରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ବୈଭବ ଭଲ ପ୍ରଦର୍ଶନ କରିପାରି ନଥିଲେ। କିନ୍ତୁ ଜିମ୍ବାଓ୍ବେ ବିପକ୍ଷ ଶୃଙ୍ଖଳାରେ ସେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ଓ ଶେଷ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ଶୃଙ୍ଖଳାରେ ସେ ଦୁଇ ଅର୍ଦ୍ଧଶତକ ସହ ମୋଟ ୧୫୧ ରନ୍‌ କରିଥିଲେ।
ଜିମ୍ବାଓ୍ବେ ଗସ୍ତରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବରେ ଥିବା ଲକ୍ଷ୍ନଣ କହିଛନ୍ତି, “ଜଣେ ଖେଳାଳିଭାବେ ସେ ଯେପରି ପରିପକ୍ବ ହେଉଛନ୍ତି ତାହା ପ୍ରଶଂସନୀୟ।

ଗତ ୬ ମାସରେ ତାଙ୍କର ଅଭିଜ୍ଞତା ଓ ଖେଳ ସମ୍ପର୍କୀୟ ସଚେତନତା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏଣୁ ସେ କଠିନ ପରିସ୍ଥିତିର ସାମନା କରିପାରୁଛନ୍ତି। ସେ ୧୯ ବର୍ଷରୁ କମ ବିଶ୍ବକପରେ ଭଲ ପ୍ରଦର୍ଶନ ପରେ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ଆଇପିଏଲ୍‌ରେ ଆଧିପତ୍ୟ ବିସ୍ତାର କରିଥିଲେ। ବିଶ୍ବର ପ୍ରମୁଖ ବୋଲରମାନଙ୍କୁ ସମ୍ମୁଖୀନ ହେବା ସହ ସେ ଯେପରି ଜଣେ ଖେଳାଳିଭାବେ ବିକଶିତ ହୋଇଛନ୍ତି ତାହା ତାଙ୍କର ଦକ୍ଷତା ଓ ପ୍ରତିଭାକୁ ଦର୍ଶାଏ। ’’ ତେବେ ବୈଭବଙ୍କ ଗୋଟିଏ ଦୁର୍ବଳତା ପ୍ରତି ଇଙ୍ଗିତ କରିବାକୁ ଭୁଲି ନାହାନ୍ତି ଲକ୍ଷ୍ମଣ। ସେ କହିଛନ୍ତି ଯେ ଗୋଟିଏ କ୍ଷେତ୍ରରେ ସେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି, ତାହା ହେଉଛି ଫିଟ୍‌ନେସ୍‌।

Leave a Reply

Your email address will not be published. Required fields are marked *