ଦୁର୍ଗାପୂଜା ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା। ଆସନ୍ତା ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ ହେବ ଦୁର୍ଗାପୂଜା। ଏହି ସମୟରେ ରାଜଧାନୀରେ ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
ଦୁର୍ଗାପୂଜା ପାଇଁ ରାଜଧାନୀରେ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା। ଆସନ୍ତା ଅକ୍ଟୋବର ୧୬ରୁ ୨୧ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳନ ହେବ ଦୁର୍ଗାପୂଜା। ଏହି ସମୟରେ ରାଜଧାନୀରେ ଟ୍ରାଫିକ୍ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଲୋକଙ୍କ ଯାତାୟାତକୁ ସୁଗମ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
୨୧ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ଅପରାହ୍ନ ୨ ଘଟିକାଠାରୁ ରାତ୍ରୀ ୨ ଘଟିକା ପର୍ଯ୍ୟନ୍ତ ଏହି କଟକଣା କାର୍କ୍ୟକାରୀ ହେବ।
ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ସମୟ ମଧ୍ୟରେ ସହରର ବିଭିନ୍ନ ରାସ୍ତାରେ କୌଣସି ପ୍ରକାରର ଭାରୀ ଯାନ ଚଳାଚଳ କରିପାରିବ ନାହିଁ। ନିୟମ ଖିଲାପ କଲେ ଖିଲାପକାରୀଙ୍କୁ ୫୦୦ ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ପୁଲିସ, ଅଗ୍ନିଶମ ସେବା, ଏକ୍ସାଇଜ୍, ଆମ୍ବୁଲାନ୍ସ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ଅତ୍ୟାବଶ୍ୟକୀୟ ଗାଡ଼ିଗୁଡ଼ିକ ପାଇଁ ଏହି କଟକଣା ଲାଗୁ ହେବ ନାହିଁ। ପୁରୀ ପଟୁ ଆସୁଥିବା ସମସ୍ତ ବସ୍ ଲିଙ୍ଗିପୁର ଛକରୁ ପାଣ୍ଡରା ଛକ, କେଶୁରା ଛକ ଏବଂ ହାଇଟେକ୍ ଛକ ଦେଇ ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ଯିବେ। କୌଣସି ପରିସ୍ଥିତିରେ ମଧ୍ୟ ବସ୍ଗୁଡ଼ିକୁ ସହର ଭିତରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ମାଷ୍ଟର କ୍ୟାଣ୍ଟିନ୍ ବସ୍ଷ୍ଟାଣ୍ଡରୁ ବାହାରୁଥିବା ବସ୍ ଗୁଡ଼ିକ ବାଣୀବିହାର କିମ୍ବା ରବି ଟକିଜ୍ ଆଡ଼କୁ ଯାଇପାରିବେ ନାହିଁ। ପରିବର୍ତ୍ତେ ଏଗୁଡ଼ିକ ରାମ ମନ୍ଦିର ଓ ହାଉସିଂ ବୋର୍ଡ ଛକ ଦେଇ ଆଚାର୍ଯ୍ୟ ବିହାର ଆଡ଼କୁ ଯିବେ। ପୂଜା ସମୟରେ ସାଧାରଣ ଜନତା ଏବଂ ଯାତ୍ରୀମାନେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପୁଲିସ ପ୍ରଶାସନ ପକ୍ଷରୁ ଅପିଲ୍।

