ଦିଲ୍ଲୀର ଏକ ହୋଟେଲରୁ ଏୟାର୍ ଇଣ୍ଡିଆ ପାଇଲଟଙ୍କ ମୃତଦେହ ଉଦ୍ଧାର

ମୃତ ପାଇଲଟଙ୍କ ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେ ମୁମ୍ବାଇର ବାସିନ୍ଦା ଥିଲେ । ଉଡ଼ାଣ ମଧ୍ୟବର୍ତ୍ତୀକାଳୀନ ରହଣି (ଲେ-ଓଭର) ପାଇଁ ସେ ଦିଲ୍ଲୀ ଆସି ହୋଟେଲରେ ରହିଥିଲେ ।

 ରାଜଧାନୀ ଦିଲ୍ଲୀର ଏକ ଅଭିଜାତ ହୋଟେଲରୁ ଏୟାର୍ ଇଣ୍ଡିଆର ଜଣେ ବରିଷ୍ଠ ପାଇଲଟ୍ ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ପାଇଲଟଙ୍କ ବୟସ ୪୦ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ସେ ମୁମ୍ବାଇର ବାସିନ୍ଦା ଥିଲେ । ଉଡ଼ାଣ ମଧ୍ୟବର୍ତ୍ତୀକାଳୀନ ରହଣି (ଲେ-ଓଭର) ପାଇଁ ସେ ଦିଲ୍ଲୀ ଆସି ହୋଟେଲରେ ରହିଥିଲେ ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ବସନ୍ତ କୁଞ୍ଜସ୍ଥିତ ‘ଦି ଗ୍ରାଣ୍ଡ୍’ ହୋଟେଲରେ ରହୁଥିବା ସମୟରେ ଗତକାଲି ସନ୍ଧ୍ୟାରେ ତାଙ୍କୁ ନିଜ କୋଠରୀରେ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସମ୍ପୃକ୍ତ ପାଇଲଟ୍ ଜଣକ ପୂର୍ବରୁ ‘ଏୟାର୍ ଇଣ୍ଡିଆ ଏକ୍ସପ୍ରେସ୍’ରେ କାର୍ଯ୍ୟ କରୁଥିଲେ ଏବଂ ମାତ୍ର କିଛି ମାସ ପୂର୍ବେ ‘ଏୟାର୍ ଇଣ୍ଡିଆ’କୁ ସ୍ଥାନାନ୍ତର ହୋଇଥିଲେ । ଆଜି ଭୋରରୁ ତାଙ୍କର ଏକ ବିମାନ ଉଡ଼ାଣ ପରିଚାଳନା କରିବାର କାର୍ଯ୍ୟସୂଚୀ ରହିଥିଲା ।

ଏହି ଆକସ୍ମିକ ବିୟୋଗରେ ଏୟାର୍ ଇଣ୍ଡିଆ କର୍ତ୍ତୃପକ୍ଷ ଗଭୀର ଶୋକ ପ୍ରକାଶ କରିଛନ୍ତି । କମ୍ପାନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଶୋକସନ୍ତପ୍ତ ପରିବାର ପ୍ରତି ସମ୍ପୂର୍ଣ୍ଣ ସମବେଦନା ରହିଛି ଏବଂ ଏହି କଠିନ ସମୟରେ ପରିବାରବର୍ଗଙ୍କ ସହ ଯୋଗାଯୋଗ ରଖି ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇ ଦିଆଯାଉଛି ।

Leave a Reply

Your email address will not be published. Required fields are marked *