ଦନ୍ତା ହାତୀର ଆକ୍ରମଣରେ ଜଣେ ମୃତ! : ଶୌଚ ପାଇଁ ଯାଇଥିବା ବେଳେ ଘଟିଲା ଅଘଟଣ

ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବେଲପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବେଲପଡ଼ା ଥାନା ନୁହାଣ ଗାଁରେ ।

ଦନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ବେଲପଡ଼ା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବେଲପଡ଼ା ଥାନା ନୁହାଣ ଗାଁରେ । ମୃତକ ହେଲେ ନୁନହାଣ ଗାଁର ଧର୍ମୁ ନାଏକ ।
ସୂଚନା ଅନୁସାରେ, ଆଜି ସକାଳୁ ଧର୍ମୁ ନିଜ କ୍ଷେତକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ଏକ ଦନ୍ତା ହାତୀର ସମ୍ମୁଖୀନ ହୋଇଥିବା ବେଳେ ହାତୀ ଆକ୍ରମଣ କରିଥିବା ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକେ ଧର୍ମୁଙ୍କୁ ତୁରନ୍ତ ବେଲପଡ଼ା ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଧର୍ମୁଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ, ବନ ବିଭାଗର ଅବହେଳା ଯୋଗୁଁ ଏଭଳି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି।
ତେବେ ହାତୀର ଗତିବିଧି ନେଇ ବନ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଇଥିଲା? ଏବଂ ଘଟଣା ପରେ ବନ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ l 

Leave a Reply

Your email address will not be published. Required fields are marked *