ତିବ୍ଦତରେ ୫ ତୀବ୍ରତାର ଭୂମିକମ୍ପ ଅନୁଭୂତ

ହଜାରେରୁ ଲୋକ ପ୍ରାଣ ହରାଇଥିଲେ କିମ୍ବା ନିଖୋଜ ହୋଇଯାଇଥିଲେ। ଗୁରୁବାର ସୁଦ୍ଧା ନେପାଳ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧,୨୫୨ରେ ପହଞ୍ଚିଛି। ଏହାସହିତ ଏପର୍ଯ୍ୟନ୍ତ ୪,୨୦୦ ଲୋକ ନିଖୋଜ ଅଛନ୍ତି। ତିବ୍ଦତରେ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଥିବାବେଳେ ୫୪୧ ଲୋକ ନିଖୋଜ ଥିବା ଚୀନ ସୂଚନା ଦେଇଛି।

ତିବ୍ଦତରେ ଗୁରୁବାର ଭୂମିକମ୍ପ ଅନୁଭୂତ ହୋଇଛି। ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫ ରହିଛି। ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟା ଆସିବାର ଗୋଟିଏ ସପ୍ତାହ ପରେ ଏହି ଭୂମିକମ୍ପ ଆସିଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ (ଜେଏଫ୍‌ଜି) ଅନୁଯାୟୀ, ଭୂମିକମ୍ପ ୧୦ କିଲୋମିଟର ଗଭୀରରେ ଅନୁଭୂତ ହୋଇଥିଲା। କୌଣସି କ୍ଷୟକ୍ଷତି କିମ୍ବା ଆହତ ହେବାର ରିପୋର୍ଟ ତୁରନ୍ତ ମିଳିନାହିଁ।ଅଗଷ୍ଟ ୨୬ ତାରିଖରେ ନେପାଳ ସୀମା ନିକଟରେ ତିବ୍ଦତରେ ଏକ ହିମଖଣ୍ଡ ଭୁଶୁଡ଼ି ପଡ଼ିବା ଫଳରେ ହୋଇଥିବା ମହାପ୍ରଳୟ ପରେ ଭୂମିକମ୍ପ ହୋଇଥିଲା, ଯାହା ସହର ଓ ଉପତ୍ୟକାକୁ ଭାଙ୍ଗି ପକାଇଥିଲା। ହଜାରେରୁ ଲୋକ ପ୍ରାଣ ହରାଇଥିଲେ କିମ୍ବା ନିଖୋଜ ହୋଇଯାଇଥିଲେ। ଗୁରୁବାର ସୁଦ୍ଧା ନେପାଳ ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୧,୨୫୨ରେ ପହଞ୍ଚିଛି। ଏହାସହିତ ଏପର୍ଯ୍ୟନ୍ତ ୪,୨୦୦ ଲୋକ ନିଖୋଜ ଅଛନ୍ତି। ତିବ୍ଦତରେ ମୃତ୍ୟୁ ସଂଖ୍ୟା ୨୧ରେ ପହଞ୍ଚିଥିବାବେଳେ ୫୪୧ ଲୋକ ନିଖୋଜ ଥିବା ଚୀନ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *