ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ରେ ନୀରଜ ଚୋପ୍ରା , ବ୍ରସେଲ୍ସରେ ଟାଇଟଲ୍‌ ଉପରେ ନଜର

ଭାରତୀୟ ଆଥଲେଟିକ୍ସ ପାଇଁ ବଡ଼ ଖବର । ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ରେ ପୁଣି ଥରେ ନଜର ଆସିବେ ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା । ବ୍ରସେଲ୍ସରେ ହେବାକୁ ଥିବା ୨୦୨୬ ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ ପାଇଁ ନୀରଜ ଯୋଗ୍ୟତା ହାସଲ କରିଛନ୍ତି ।

ଭାରତୀୟ ଆଥଲେଟିକ୍ସ ପାଇଁ ବଡ଼ ଖବର । ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ରେ ପୁଣି ଥରେ ନଜର ଆସିବେ ଭାରତର ଷ୍ଟାର୍ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରା । ବ୍ରସେଲ୍ସରେ ହେବାକୁ ଥିବା ୨୦୨୬ ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ ପାଇଁ ନୀରଜ ଯୋଗ୍ୟତା ହାସଲ କରିଛନ୍ତି ।ଚଳିତ ସିଜନ୍‌ରେ ନୀରଜ ଡାଇମଣ୍ଡ ଲିଗ୍‌ର ମାତ୍ର ଦୁଇଟି ମିଟ୍‌ରେ ଅଂଶଗ୍ରହଣ କରିଥିଲେ। ଦୋହା ଡାଇମଣ୍ଡ ଲିଗ୍‌ରେ ସେ ୮୫.୬୯ ମିଟର ଜାଭେଲିନ୍ ଫିଙ୍ଗି ଚତୁର୍ଥ ସ୍ଥାନରେ ରହିଥିଲେ। ଏହାପରେ ଲୋଜାନ୍‌ ଡାଇମଣ୍ଡ ଲିଗ୍‌ରେ ନୀରଜଙ୍କ ପ୍ରଦର୍ଶନ ଆହୁରି ଜବରଦସ୍ତ ରହିଥିଲା। ସେଠାରେ ୮୮.୦୫ ମିଟର ଥ୍ରୋ କରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ଏହା ଚଳିତ ସିଜନ୍‌ରେ ନୀରଜଙ୍କ ବେଷ୍ଟ ଥ୍ରୋ। ଏହି ଦୁଇଟି ପ୍ରତିଯୋଗିତାରୁ ନୀରଜ ମୋଟ ୧୨ ପଏଣ୍ଟ ହାସଲ କରିଛନ୍ତି । ଦୋହାରେ ଚତୁର୍ଥ ସ୍ଥାନ ପାଇଁ ୫ ପଏଣ୍ଟ ଏବଂ ଲୋଜାନ୍‌ରେ ରନର୍ସ-ଅପ୍‌ ହୋଇ ୭ ପଏଣ୍ଟ ପାଇଥିଲେ।

ଏହି ପଏଣ୍ଟ ତାଙ୍କୁ ଫାଇନାଲ୍‌ରେ ସ୍ଥାନ ଦେଇଛି । ତେବେ ନୀରଜଙ୍କ ପାଇଁ ଫାଇନାଲ୍‌ର ରାସ୍ତା ସହଜ ନଥିଲା। ସେ ଜୁରିଖ୍‌ ଡାଇମଣ୍ଡ ଲିଗ୍‌ରେ ଅଂଶ ନେଇନଥିଲେ। ଅନ୍ୟପଟେ ଶ୍ରୀଲଙ୍କାର ରୁମେଶ ଥରଙ୍ଗା ପଥିରାଜେ ଜୁରିଖ୍‌ରେ ୯୨.୦୭ ମିଟର ଥ୍ରୋ କରି ଜିତିବା ସହ ଜାଭେଲିନ୍‌ ଷ୍ଟାଣ୍ଡିଂରେ ଶୀର୍ଷରେ ରହିଛନ୍ତି। ଫାଇନାଲ୍‌ରେ ନୀରଜ ଓ ପଥିରାଜେଙ୍କ ମଧ୍ୟରେ ପୁଣି ଜୋରଦାର ମୁକାବିଲା ଦେଖିବାକୁ ମିଳିପାରେ। ସେପ୍ଟେମ୍ବର ୪ ଓ ୫ ତାରିଖରେ ବ୍ରସେଲ୍ସରେ ହେବ ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ । ନୀରଜ ଏବେ ଏହି ବଡ଼ ମଞ୍ଚରେ ଭାରତ ପାଇଁ ପୁଣି ଏକ ଐତିହାସିକ ସଫଳତା ଆଣିବା ଲକ୍ଷ୍ୟରେ ରହିବେ । ୨୦୨୨ରେ ନୀରଜ ଡାଇମଣ୍ଡ ଲିଗ୍‌ ଫାଇନାଲ୍‌ ଜିତି ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ୍‌ ହାସଲ କରିଥିଲେ। ଏବେ ପୁଣି ଥରେ ଟାଇଟଲ୍‌ ଜିତିବା ଉପରେ ତାଙ୍କ ନଜର । ଅର୍ଥାତ୍‌, କମ୍‌ ମିଟ୍‌ରେ ଖେଳି ମଧ୍ୟ ଫାଇନାଲ୍‌ରେ ନୀରଜଙ୍କ ଏଣ୍ଟ୍ରି। ଏବେ ବ୍ରସେଲ୍ସରେ ଚାମ୍ପିଅନ୍‌ ହେବାର ପାଳି!

Leave a Reply

Your email address will not be published. Required fields are marked *