ଜେନ୍‌-ଜି ଉପରେ କେନ୍ଦ୍ରର ଫୋକସ୍‌! ବିଶ୍ୱବିଦ୍ୟାଳୟ ଯିବେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ର ସରକାରଙ୍କ ଫୋକସ୍‌ରେ ଜେନ୍-ଜି । ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ ପାଇଁ ‘ୱାନ ଡେ, ୱାନ ୟୁନିଭରସିଟି’ ଅଭିଯାନ । ଅଭିଯାନ ଅଧୀନରେ ପ୍ରତିଦିନ ଜଣେ କେନ୍ଦ୍ର ମନ୍ତ୍ରୀ ଦେଶର କୌଣସି ନା କୌଣସି ବିଶ୍ୱବିଦ୍ୟାଳୟ କରିବେ ଗସ୍ତ ।

କେନ୍ଦ୍ର ସରକାରଙ୍କ ଫୋକସ୍‌ରେ ଜେନ୍-ଜି। ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ ପାଇଁ ‘ୱାନ ଡେ, ୱାନ ୟୁନିଭରସିଟି’ ଅଭିଯାନ । ଅଭିଯାନ ଅଧୀନରେ ପ୍ରତିଦିନ ଜଣେ କେନ୍ଦ୍ର ମନ୍ତ୍ରୀ ଦେଶର କୌଣସି ନା କୌଣସି ବିଶ୍ୱବିଦ୍ୟାଳୟ କରିବେ ଗସ୍ତ । ଦେଶର ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ସଂଯୋଗ ପାଇଁ ‘ୱାନ ଡେ, ୱାନ ୟୁନିଭରସିଟି ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଦେଶର ଯୁବପିଢ଼ି ଓ ବିଶେଷକରି ‘ଜେନ୍ ଜି ବର୍ଗର ଛାତ୍ରଛାତ୍ରୀଙ୍କ ସମସ୍ୟା ବୁଝିବା ଏବଂ ସେମାନଙ୍କ ସହ ସିଧାସଳଖ ଯୋଗାଯୋଗ ସ୍ଥାପନ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଏକ ବୃହତ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । 

ଏହି ଅଭିଯାନର ନାମ ଦିଆଯାଇଛି ‘ୱାନ ଡେ, ୱାନ ୟୁନିଭରସିଟି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ରୀୟ ମନ୍ତ୍ରୀମାନେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ ଏବଂ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।

ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଛାତ୍ରଛାତ୍ରୀଙ୍କ ମନରେ ଥିବା ପ୍ରଶ୍ନ ଓ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ସିଧାସଳଖ ଶୁଣିବା । ଏହି ଅବସରରେ ମନ୍ତ୍ରୀମାନେ ଶିକ୍ଷା, ନିଯୁକ୍ତି ଏବଂ ଯୁବ ବିକାଶ ସହ ଜଡିତ ସରକାରୀ ଯୋଜନାଗୁଡିକ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ । ସାମ୍ପ୍ରତିକ ସମୟରେ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା, ନିଯୁକ୍ତି ସମ୍ବନ୍ଧୀୟ ଆଶଙ୍କା ଏବଂ ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତାକୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଯେଉଁ ଉଦବେଗ ଦେଖାଦେଇଛି, ତାହାର ସମାଧାନ ଦିଗରେ ଏହି କାର୍ଯ୍ୟକ୍ରମ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ ବୋଲି ଆଶା କରାଯାଉଛି । ଆଜିର ଯୁବପିଢ଼ି ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଏବଂ ନିଜର ଭବିଷ୍ୟତ, ଶିକ୍ଷା ଓ ଚାକିରିକୁ ନେଇ ଅଧିକ ସଚେତନ । ବିଶେଷକରି NEET ଭଳି ପରୀକ୍ଷାକୁ ନେଇ ହୋଇଥିବା ବିବାଦ ଓ ପ୍ରଶ୍ନପତ୍ର ଲିକ ହେବା ଭଳି ଘଟଣା ଛାତ୍ର ସମାଜ ଓ ଅଭିଭାବକଙ୍କ ମଧ୍ୟରେ ଚିନ୍ତା ବଢ଼ାଇଛି । ଏଭଳି ପରିସ୍ଥିତିରେ ସରକାରଙ୍କ ଏହି ପ୍ରୟାସ ଏକ ସକାରାତ୍ମକ ପଦକ୍ଷେପ ଭାବେ ବିବେଚନା କରାଯାଉଛି ।

Leave a Reply

Your email address will not be published. Required fields are marked *