ଛେଳି ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲେ ଚୋର । ଚୋରକୁ ଗଛରେ ବାନ୍ଧିବା ସହିତ ନିର୍ଘାତ ଛେଚିଲେ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଜୁଗୁନିଖୁଣ୍ଟା ଗ୍ରାମରେ ଅଭାବନୀୟ ଘଟଣା ।
ଛେଳି ଚୋରି କରିବାକୁ ଆସି ଗ୍ରାମବାସୀଙ୍କ ହାବୁଡ଼ରେ ପଡିଲେ ଚୋର । ଚୋରକୁ ଗଛରେ ବାନ୍ଧିବା ସହିତ ନିର୍ଘାତ ଛେଚିଲେ । ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଜୁଗୁନିଖୁଣ୍ଟା ଗ୍ରାମରେ ଅଭାବନୀୟ ଘଟଣା । ଜୁଗୁନିଖୁଣ୍ଟା ଗ୍ରାମକୁ ଦୁଇ ଜଣ ଯୁବକ ବାଇକରେ ଆସି ଗୋଟିଏ ଛେଳି ଚୋରି କରିବା ପାଇଁ ବାନ୍ଧିଥିଲେ । ଗ୍ରାମବାସୀ ଏକଥା ଜାଣିବା ପରେ ଦୁଇ ଛେଳି ଚୋରଙ୍କୁ ଗୋଡ଼ାଇଥିଲେ । ଜଣେ ଖସି ଚାଲି ଯାଇଥିବାବେଳେ ଆଉଜଣେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ ।
ପରେ ଗ୍ରାମବାସୀ ଚୋରକୁ ଏକ ଗଛରେ ଦଉଡ଼ି ସାହାଯ୍ୟରେ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ବାନ୍ଧି ରଖିବା ସହିତ ନିର୍ଘାତ ମାଡ଼ ମାରିଥିଲେ । ଏ ନେଇ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛେଳି ଚୋରି କରିବାକୁ ଆସିଥିବା ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି ।

