ଚନ୍ଦ୍ରିକା ମୃତ୍ୟୁ ମାମଲାରେ ନୂଆ ମୋଡ଼ ; ମୃତ୍ୟୁ ପୂର୍ବରୁ ଦୁଇ ଦିନ ପୁରୁଷ ବନ୍ଧୁଙ୍କ ସହ ହୋଟେଲରେ ରହିଥିବା ସୂଚନା

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୁଲିସ ସୂଚନା ଅନୁସାରେ, ଚନ୍ଦ୍ରିକା ମୃତ୍ୟୁର ଦୁଇ ଦିନ ପୂର୍ବରୁ, ଅର୍ଥାତ୍ ୨୭ ଓ ୨୮ ତାରିଖରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଭୁବନେଶ୍ୱରର ଇନଫିନିଟି ଥାନା ଅଞ୍ଚଳର ଏକ ହୋଟେଲରେ ରହିଥିଲେ ।

ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମଙ୍କ ରହସ୍ୟଜନକ ମୃତ୍ୟୁ ମାମଲାର ତଦନ୍ତ ଯେତିକି ଆଗକୁ ବଢ଼ୁଛି, ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ପୁଲିସ ସୂଚନା ଅନୁସାରେ, ଚନ୍ଦ୍ରିକା ମୃତ୍ୟୁର ଦୁଇ ଦିନ ପୂର୍ବରୁ, ଅର୍ଥାତ୍ ୨୭ ଓ ୨୮ ତାରିଖରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଭୁବନେଶ୍ୱରର ଇନଫିନିଟି ଥାନା ଅଞ୍ଚଳର ଏକ ହୋଟେଲରେ ରହିଥିଲେ । ହୋଟେଲର ରେଜିଷ୍ଟର, ରହଣିର ବିବରଣୀ ଏବଂ ସିସିଟିଭି ଫୁଟେଜ୍ ପୁଲିସ ଜବତ କରିଛି । ଉଭୟଙ୍କ ହୋଟେଲକୁ ଆସିବା, ଯିବା ଓ ସେଠାରେ ରହିବା ସମୟର ଗତିବିଧିକୁ ଯାଞ୍ଚ କରାଯାଉଛି ।

ଏହି ସମସ୍ତ ତଥ୍ୟକୁ ଆଧାର କରି ଘଟଣାର ପ୍ରକୃତ କାରଣ ଖୋଜିବାରେ ଲାଗିଛି ପୁଲିସ । ସେପଟେ ଘଟଣାରେ ଅଭିଯୁକ୍ତ ପୁରୁଷ ବନ୍ଧୁଙ୍କ ବିରୋଧରେ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ତାଙ୍କୁ ସରକାରୀ ଚାକିରିରୁ ସମ୍ପୂର୍ଣ୍ଣ ବହିଷ୍କୃତ କରାଯାଇଛି । ତେବେ ଚନ୍ଦ୍ରିକାଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ଏହା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଏବଂ ହୋଟେଲରେ ରହିବା ସମୟର ଘଟଣାକ୍ରମ ମୃତ୍ୟୁ ସହ କିପରି ଜଡ଼ିତ—ସେସବୁ ପ୍ରଶ୍ନର ଉତ୍ତର ଖୋଜିବାକୁ ପୁଲିସ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରିଛି ।

Leave a Reply

Your email address will not be published. Required fields are marked *