ଖଣ୍ଡିଏ କାଠରେ ଟ୍ରଫି କରି ଦେଲେ… ସମାଲୋଚନା କଲେ ୟୁଜର୍ସ

ଅଷ୍ଟ୍ରେଲିଆ ୧-୨ରେ ପରାଜିତ ହୋଇଥିଲା । ଇତିହାସରେ ପ୍ରଥମ ଥର ପାଇଁ ବାଂଲାଦେଶ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜ୍‌ରେ ହରାଇବାକୁ ସକ୍ଷମ ହୋଇଥିଲା । ତେଣୁ ନିଜ ମାଟିରେ ନିଜ ସମ୍ମାନ ବଞ୍ଚାଇବା ପାଇଁ କଙ୍ଗାରୁ ଟିମ୍‌କୁ ଏହି ଟେଷ୍ଟ ସିରିଜ୍ ଜିତିବା ନିହାତି ଜରୁରୀ । 

ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଅଗଷ୍ଟ ୧୩ରୁ ୨ ଟିକିଆ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ସିରିଜର ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆର ଡାର୍ବିନ୍‌ସ୍ଥିତ ‘ମରାରା କ୍ରିକେଟ୍ ଗ୍ରାଉଣ୍ଡ’ରେ ଖେଳାଯିବ । ତେବେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ପକ୍ଷରୁ ଉନ୍ମୋଚିତ ହୋଇଥିବା ଟ୍ରଫିକୁ ନେଇ ଏବେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି ।

ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ସିରିଜ୍ ବିଜେତାଙ୍କ ପାଇଁ ଏକ ସାଧାରଣ କାଠ ଖଣ୍ଡରେ ଲୋଗୋ ଲଗାଇ ଟ୍ରଫି ରୂପେ ପ୍ରସ୍ତୁତ କରିଛି । ଏହାର ଫଟୋ ଭାଇରାଲ ହେବା ପରେ କ୍ରିକେଟ୍ ପ୍ରେମୀମାନେ ଅଷ୍ଟ୍ରେଲିଆ ବୋର୍ଡକୁ ପ୍ରବଳ ଟ୍ରୋଲ୍ କରିବା ଆରମ୍ଭ କରିଦେଇଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି, ‘ଅଷ୍ଟ୍ରେଲିଆ କ୍ରିକେଟ୍ ବୋର୍ଡ ଏତେ ଗରିବ ହୋଇଗଲାଣି ଯେ ଗୋଟିଏ ଭଲ ଟ୍ରଫି ଡିଜାଇନ୍ କରିପାରିଲା ନାହିଁ ! କାଠ ଖଣ୍ଡେ ଆଣି ଲୋଗୋ ମାରିଦେଲେ, ଟ୍ରଫି ରେଡି !” ଅନ୍ୟ ଜଣେ ୟୁଜର୍ ମଜାକିଆ ଶୈଳୀରେ ଲେଖିଛନ୍ତି, ‘କାଠ ବଦଳରେ ବାଉଁଶ ବ୍ୟବହାର କରିବାର ଥିଲା !’ ଗତ ଜୁନ୍ ମାସରେ ବାଂଲାଦେଶ ବିପକ୍ଷ ଦିନିକିଆ (ODI) ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୨ରେ ପରାଜିତ ହୋଇଥିଲା । ଇତିହାସରେ ପ୍ରଥମ ଥର ପାଇଁ ବାଂଲାଦେଶ ଅଷ୍ଟ୍ରେଲିଆକୁ ଦିନିକିଆ ସିରିଜ୍‌ରେ ହରାଇବାକୁ ସକ୍ଷମ ହୋଇଥିଲା । ତେଣୁ ନିଜ ମାଟିରେ ନିଜ ସମ୍ମାନ ବଞ୍ଚାଇବା ପାଇଁ କଙ୍ଗାରୁ ଟିମ୍‌କୁ ଏହି ଟେଷ୍ଟ ସିରିଜ୍ ଜିତିବା ନିହାତି ଜରୁରୀ । ପ୍ୟାଟ୍ କମିନ୍ସ (ଅଧିନାୟକ), ସ୍କଟ୍ ବୋଲାଣ୍ଡ, ଆଲେକ୍ସ କେରୀ, କ୍ୟାମେରନ୍ ଗ୍ରୀନ୍, ଜୋସ୍ ହାଜଲେଉଡ୍, ଟ୍ରାଭିସ୍ ହେଡ୍, ଜୋସ୍ ଇଂଲିସ୍, ମାର୍ନସ ଲାବୁସେନ୍, ନାଥନ୍ ଲିଓନ୍, ଷ୍ଟିଭ୍ ସ୍ମିଥ୍, ମିଚେଲ୍ ଷ୍ଟାର୍କ, ଜେକ୍ ୱେଦରଲ୍ଡ, ବ୍ୟୁ ୱେବଷ୍ଟର।

ନଜମୁଲ୍ ହୁସେନ୍ ଶାନ୍ତୋ (ଅଧିନାୟକ), ମେହଦୀ ହସନ୍ ମିରାଜ୍ (ଉପ-ଅଧିନାୟକ), ସୌମ୍ୟ ସରକାର, ଶାଦମାନ୍ ଇସଲାମ୍, ତଞ୍ଜିଦ୍ ହସନ୍ ତମିମ୍, ମୋମିନୁଲ୍ ହକ୍, ମୁଶଫିକର ରହିମ୍, ଲିଟନ ଦାସ, ଅମିତ ହସନ୍, ଜାକର ଅଲ୍ଲୀ, ତୈଜୁଲ୍ ଇସଲାମ୍, ତସକିନ୍ ଅହମ୍ମଦ, ହସନ୍ ମହମୁଦ, ସୈୟଦ ଖାଲିଦ୍ ଅହମ୍ମଦ, ଏବାଦୋତ ହୁସେନ୍ ଚୌଧୁରୀ, ମୁସଫିକ୍ ହସନ୍।

Leave a Reply

Your email address will not be published. Required fields are marked *