କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଡିଜିଟାଲ୍ ଆରେଷ୍ଟ ସିଣ୍ଡିକେଟ୍ ଉପରେ ଦେଶବ୍ୟାପୀ କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି। ଅପରେସନ୍ ଚକ୍ର-୬ ଅନ୍ତର୍ଗତ ତିନୋଟି ପ୍ରମୁଖ ମାମଲାରେ ୨୦ଟି ରାଜ୍ୟର ୮୯ଟି ସ୍ଥାନରେ ଚଢ଼ଉ କରିଛି। ଏଜେନ୍ସି ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରିଛି। ସିବିଆଇ କହିଛି ଯେ, ସୁପ୍ରିମକୋର୍ଟ ଏପରି ଅପରାଧରେ ସମ୍ପୃକ୍ତ ବ୍ୟକ୍ତି ଓ ସେମାନଙ୍କୁ ସହାୟତା କରୁଥିବା ବ୍ୟାପକ ନେଟୱାର୍କ ବିରୋଧରେ ମିଳିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ରାଜ୍ୟରୁ ଡିଜିଟାଲ ଆରେଷ୍ଟ ସହିତ ଜଡିତ ଅନେକ ମାମଲାରେ ସିବିଆଇ ନିଜ ହସ୍ତକ୍ଷେପ କରିଛି। ସଦ୍ୟତମ ଅଭିଯାନରେ ଅନ୍ତର୍ଭୁକ୍ତ ତିନୋଟି ମାମଲାରେ ପୀଡିତମାନଙ୍କୁ ଗୋଟିଏରୁ ତିନି ମାସ ପର୍ୟ୍ୟନ୍ତ ଡିଜିଟାଲ ଗିରଫଦାରୀରେ ରଖାଯାଇଥିଲା ଓ ସାମୂହିକ ଭାବରେ ୪୨.୩୬ କୋଟି ଟଙ୍କା ଠକେଇ କରାଯାଇଥିଲା।

ଏହି ମାମଲାଗୁଡ଼ିକ ମଧ୍ୟରୁ ଗୋଟିଏ ବିଟ୍ସ ପିଲାନି ସହିତ ଜଡିତ, ଯେଉଁଠାରେ ଜଣେ ପୀଡିତଙ୍କୁ ତିନି ମାସ ପାଇଁ ଡିଜିଟାଲ ଆରେଷ୍ଟ କରାଯାଇଥିଲା ଏବଂ ଠକମାନେ ନିଜକୁ ପୁଲିସ ଅଧିକାରୀ ବୋଲି ପରିଚୟ ଦେଇ ୭.୬୭ କୋଟି ଟଙ୍କା ଠକେଇ କରିଥିଲେ। ଗୁଜରାଟରେ ଅନ୍ୟ ଏକ ମାମଲାରେ, ଠକମାନେ ଜଣେ ପୀଡିତଙ୍କୁ ତିନି ମାସ ପାଇଁ ଡିଜିଟାଲ ଆରେଷ୍ଟ କରିଥିଲେ ଏବଂ ପୁଲିସ ଅଧିକାରୀ ଭାବରେ ପରିଚୟ ଦେଇ ୧୯.୨୪ କୋଟି ଟଙ୍କା ଠକେଇ କରିଥିଲେ। ତୃତୀୟ ମାମଲା କର୍ଣ୍ଣାଟକର ହୋଇଥିବାବେଳେ ପୀଡ଼ିତଙ୍କୁ ମାସେ ଧରି ଡିଜିଟାଲ ଆରେଷ୍ଟରେ ରଖାଯାଇଥିବାବେଳେ ୧୫.୪୫ କୋଟି ଟଙ୍କା ଠକେଇ ହୋଇଥିଲା।

କେନିଆରେ ଟାଟା କେମିକାଲ୍ସ ତୀବ୍ର ବିରୋଧର ସମ୍ମୁଖୀନ ହେଉଛି। ପାଖାପାଖି ୧୦୦ ବର୍ଷ ହେଲା କେନିଆରେ ‘ସୋଡା ଆସ୍‌’ ଖନନ କରୁଥିବା ଟାଟା କେମିକାଲ୍ସକୁ ଦେଶରୁ ବାହାରି ଯିବାକୁ କୁହାଯାଇଛି। ରାଷ୍ଟ୍ରପତି ୱିଲିୟମ୍ ରୁଟୋ ଗୁରୁବାର କହିଛନ୍ତି ଯେ, ଭାରତୀୟ କମ୍ପାନୀ ସ୍ଥାନୀୟ ଭାବରେ ଖଣିଜ ସମ୍ପଦକୁ ପ୍ରସ୍ତୁତ ଉତ୍ପାଦରେ ପରିଣତ କରିବା ପାଇଁ ଯଥେଷ୍ଟ ପଦକ୍ଷେପ ନ ନେଇ ଦେଶରୁ ସୋଡା ଆସ୍‌ ନେଇଯାଉଛି। ତେବେ ଟାଟା କେମିକାଲ୍ସ କେନିଆ ରାଷ୍ଟ୍ରପତିଙ୍କ ଅଭିଯୋଗକୁ ଖଣ୍ଡନ କରିଛି।

ରୁଟୋ କହିଛନ୍ତି ଯେ, କେନିଆ କାର୍ୟ୍ୟଭାର ନେବା ପାଇଁ ନୂତନ ନିବେଶକଙ୍କୁ ଖୋଜିବ। ‘ଟାଟା ୧୦୦ ବର୍ଷ ଧରି ଖଣି ଅଧିକାର ରଖିଛି କିନ୍ତୁ ଏହା କାଜିଆଡୋରେ କିଛି ନିର୍ମାଣ କରିନାହିଁ। ରୁଟୋ ଦକ୍ଷିଣ କେନିଆର ମାଗାଡି ଗସ୍ତ ସମୟରେ ଏହା କହିଥିଲେ। ରୁଟୋ କହିଛନ୍ତି ଯେ, ସରକାର ଦୁଇଟି ନୂତନ କମ୍ପାନୀ ଆଣିବାକୁ ଯୋଜନା କରିଛନ୍ତି। ଗୋଟିଏ ଖଣିଜ ପଦାର୍ଥକୁ କାଚରେ ପ୍ରକ୍ରିୟାକରଣ କରିବ ଓ ଅନ୍ୟ ଗୋଟିଏ କାଜିଆଡୋରେ ରାସାୟନିକ ପଦାର୍ଥ ପ୍ରସ୍ତୁତ କରିବ। ସେମାନେ କାଜିଆଡୋରେ ବଡ଼ କାଚ କମ୍ପାନୀ ଓ ରାସାୟନିକ ପଦାର୍ଥ ତିଆରି କରିବା ପାଇଁ ଆଉ ଏକ କମ୍ପାନୀ ସ୍ଥାପନ କରିବା ଉଚିତ। ଆମେ କ”ଣ ଅନ୍ୟମାନଙ୍କର ଦାସ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଟାଟା କେମିକାଲ୍ସ ଶୁକ୍ରବାର କହିଛି ଯେ, ଏହାପୂର୍ବ ଆଫ୍ରିକୀୟ ଦେଶର ଅର୍ଥନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଓ ରହି ଯାଇଥିବା ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ।

Leave a Reply

Your email address will not be published. Required fields are marked *