କଲମ୍ବିଆକୁ ପ୍ରି-କ୍ୱାର୍ଟର ନେଲେ ଆରିଆସ୍‌

ଏହି ନାଟକୀୟ ମ୍ୟାଚ୍‌ ଆରମ୍ଭରୁ କଲମ୍ବିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଅଷ୍ଟମ ମିନିଟ୍‌ରେ ଷ୍ଟ୍ରାଇକର ଝନ୍‌ କୋର୍ଡୋବା ଆହତ ହୋଇ ପଡ଼ିବା ପରେ ଅଭିଜ୍ଞ ତାରକା ଲୁଇସ୍‌ ସୁଆରେଜ୍‌ ପଡ଼ିଆକୁ ଓହ୍ଲାଇଥିଲେ । ସେ ଆସିବାର ମାତ୍ର ୬ ମିନିଟ୍‌ ପରେ ଅର୍ଥାତ୍‌ ଚତୁର୍ଦ୍ଦଶ ମିନିଟ୍‌ରେ ସୁଆରେଜ୍‌ଙ୍କ ସଠିକ୍‌ କ୍ରସ୍‌କୁ ଝନ୍‌ ଆରିଆସ୍‌ ଚମତ୍କାର ଢଙ୍ଗରେ ଗୋଲ୍‌ରେ ପରିଣତ କରି କଲମ୍ବିଆକୁ ୧-୦ରେ ଅଗ୍ରଣୀ କରାଇଥିଲେ ।

ଝନ୍‌ ଆରିଆସ୍‌ଙ୍କ ପ୍ରଥମାର୍ଧ ଗୋଲ୍‌ ବଳରେ କଲମ୍ବିଆ ରୋମାଞ୍ଚକ ଭାବେ ୧-୦ ଗୋଲ୍‌ରେ ଘାନାକୁ ପରାସ୍ତ କରି ଚଳିତ ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟର୍‌ରେ ପ୍ରବେଶ କରିଛି । କଲମ୍ବିଆ ସେଠାରେ ଆସନ୍ତା ମଙ୍ଗଳବାର ସ୍ୱିଜରଲ୍ୟାଣ୍ଡକୁ ଭେଟିବ । ଏହି ମ୍ୟାଚ୍‌ କାନାହାଣ ଭ୍ୟାଙ୍କୁଭରରେ ଖେଳାଯିବ ।

ଏହି ନାଟକୀୟ ମ୍ୟାଚ୍‌ ଆରମ୍ଭରୁ କଲମ୍ବିଆ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଅଷ୍ଟମ ମିନିଟ୍‌ରେ ଷ୍ଟ୍ରାଇକର ଝନ୍‌ କୋର୍ଡୋବା ଆହତ ହୋଇ ପଡ଼ିବା ପରେ ଅଭିଜ୍ଞ ତାରକା ଲୁଇସ୍‌ ସୁଆରେଜ୍‌ ପଡ଼ିଆକୁ ଓହ୍ଲାଇଥିଲେ । ସେ ଆସିବାର ମାତ୍ର ୬ ମିନିଟ୍‌ ପରେ ଅର୍ଥାତ୍‌ ଚତୁର୍ଦ୍ଦଶ ମିନିଟ୍‌ରେ ସୁଆରେଜ୍‌ଙ୍କ ସଠିକ୍‌ କ୍ରସ୍‌କୁ ଝନ୍‌ ଆରିଆସ୍‌ ଚମତ୍କାର ଢଙ୍ଗରେ ଗୋଲ୍‌ରେ ପରିଣତ କରି କଲମ୍ବିଆକୁ ୧-୦ରେ ଅଗ୍ରଣୀ କରାଇଥିଲେ ।

ଏହାପରେ କଲମ୍ବିଆ ଦ୍ୱିତୀୟ ଗୋଲ୍‌ ପାଇଁ ଲଗାତାର ଆକ୍ରମଣ କରିଥିଲା । ଲୁଇସ୍‌ ଡିଆଜ୍‌ ଅନେକ ସୁଯୋଗ ସୃଷ୍ଟି କରିଥିଲେ । ଦ୍ୱିତୀୟାର୍ଧରେ ସେ ଏକ ଗୋଲ୍‌ ମଧ୍ୟ କରିଥିଲେ, କିନ୍ତୁ ଅଫ୍‌ସାଇଡ୍‌ କାରଣରୁ ତାହା ବାତିଲ୍‌ ହୋଇଯାଇଥିଲା । ଘାନା ପାଇଁ ଆଣ୍ଟୋନି ସେମେନ୍ୟୋ ଆକ୍ରମଣର ମୁଖ୍ୟ ଭରସା ଥିଲେ । ତେବେ କଲମ୍ବିଆର ସୁଦୃଢ଼ ରକ୍ଷଣଭାଗ ତାଙ୍କୁ କୌଣସି ସହଜ ସୁଯୋଗ ଦେଇନଥିଲା । ଅନ୍ୟପକ୍ଷରେ ଘାନା ଗୋଲ୍‌ରକ୍ଷକ ଲରେନ୍ସ ଆଟି ଜିଗି ଏକାଧିକ ଦର୍ଶନୀୟ ସେଭ୍‌ କରି ଦଳକୁ ବଡ଼ ବ୍ୟବଧାନରେ ପରାଜୟରୁ ରକ୍ଷା କରିଥିଲେ ।

ଏହି ବିଜୟ ସହ କଲମ୍ବିଆ ବ୍ରାଜିଲ୍‌, ଆର୍ଜେଣ୍ଟିନା ଓ ପାରାଗୁଏ ପରେ ବିଶ୍ୱକପ୍‌ର ଶେଷ-୧୬ରେ ପହଞ୍ଚିଥିବା ଚତୁର୍ଥ ଦକ୍ଷିଣ ଆମେରିକୀୟ ଦଳ ହୋଇଛି । ଅନ୍ୟପଟେ, ଘାନାର ବିଶ୍ୱକପ୍‌ ଅଭିଯାନ ଏଠାରେ ଶେଷ ହୋଇଛି । ଏହି ମ୍ୟାଚ୍‌ରେ ଏକ ବିରଳ ଘଟଣା ବି ଘଟିଥିଲା । ପ୍ରଥମ ୧୫ ମିନିଟ୍‌ର ଖେଳ ଭିତରେ ଉଭୟ ଦଳକୁ ଆହତ ଖେଳାଳିଙ୍କୁ ବଦଳ କରିବାକୁ ପଡ଼ିଥିଲା । ଯାହା ବିଶ୍ୱକପ୍‌ ଇତିହାସରେ ପ୍ରଥମ ଘଟଣା ଥିଲା ।

Leave a Reply

Your email address will not be published. Required fields are marked *