କଟକ ବଡ଼ ମେଡିକାଲରେ ୧.୪୦ କୋଟିର ହେରଫେର! ଡାଟା ଏଣ୍ଟ୍ରି ଅପରେଟର ଗିରଫ

କଟକ ବଡ଼ ମେଡିକାଲରେ ବଡ଼ ଧରଣର ଆର୍ଥିକ ହେରଫେର ଅଭିଯୋଗ । ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ନେଇ ଆକ୍ସନ୍ । ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ ।

 କଟକ ବଡ଼ ମେଡିକାଲରେ ବଡ଼ ଧରଣର ଆର୍ଥିକ ହେରଫେର ଅଭିଯୋଗ । ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ଅନିୟମିତତା ନେଇ ଆକ୍ସନ୍ । ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଗିରଫ କରିଛି ମଙ୍ଗଳାବାଗ ପୋଲିସ । କଟକ ବଡ଼ ମେଡିକାଲର ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଗତ ୧୦ ବର୍ଷ ମଧ୍ୟରେ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ବିଭିନ୍ନ ଭତ୍ତା ଓ ଆର୍ଥିକ ସୁବିଧା ବାବଦରେ ବଡ଼ ଧରଣର ଅନିୟମିତତା ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଟିଏ, ଡିଏ, ଏରିଅର, ଷ୍ଟଡି ଟୁର୍ ଏବଂ ମାଟର୍ନିଟି ଲିଭ୍‌ ଭଳି ବିଭିନ୍ନ ଖର୍ଚ୍ଚ ବାବଦରେ ପ୍ରାୟ ୧ କୋଟି ୪୦ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ହୋଇଥିବା ଅଭିଯୋଗ ରହିଛି ।

ଏହି ଘଟଣାକୁ ନେଇ ତଦନ୍ତ ପରେ ମଙ୍ଗଳାବାଗ ପୋଲିସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ପୋଲିସ ଗିରଫ କରିଛି । ତେବେ ଏହି ଆର୍ଥିକ ଅନିୟମିତତା କିପରି ହେଲା, ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ଏହି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ସେନେଇ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *