ଏସବିଆଇରେ ୧,୫୩୮ଟି କ୍ଲର୍କ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ : ଜାଣନ୍ତୁ ବୟସ ସୀମା

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରେ ୧,୫୩୮ କ୍ଲର୍କ ପଦବିରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ୨୦୨୬ ଅଗଷ୍ଟ ୭ରୁ ଆରମ୍ଭ ହୋଇଛି। ଆବେଦନ ଦାଖଲ କରିବାର ଶେଷ ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୬ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ରେ ୧,୫୩୮ କ୍ଲର୍କ ପଦବିରେ ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ୨୦୨୬ ଅଗଷ୍ଟ ୭ରୁ ଆରମ୍ଭ ହୋଇଛି। ଆବେଦନ ଦାଖଲ କରିବାର ଶେଷ ଏସବିଆଇ କ୍ଲର୍କ ନିଯୁକ୍ତି ୨୦୨୬ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏସବିଆଇର ସରକାରୀ ୱେବସାଇଟ୍ ପରିଦର୍ଶନ କରି https://sbi.bank.in/web/careers/current-openings ଅନଲାଇନ୍ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ। ତାରିଖ ୨୦୨୬ ଅଗଷ୍ଟ ୨୭ ତାରିଖ ରହିଛି।

ବୟସ ସୀମା
ଏସବିଆଇରେ କ୍ଲର୍କ ପଦବିରେ ଆବେଦନ କରିବା ପାଇଁ ନିର୍ଦ୍ଧାରିତ ବୟସ ସୀମା ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ୨୮ବର୍ଷ ଧାର୍ଯ୍ୟ କରାଯାଇଛି। ସେହିପରି ଓବିସି ପ୍ରାର୍ଥୀଙ୍କ ପାଇଁ ୩ ବର୍ଷ, ଏସସି ଏବଂ ଏସଟି ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ଏବଂ ପିଡବ୍ଲୁଡି ପ୍ରାର୍ଥୀଙ୍କ ପାଇଁ ୧୦ ବର୍ଷ ସ୍ଥିର କରାଯାଇଛି। ଆବେଦନ କରିବାକୁ ପ୍ରାର୍ଥୀମାନେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ପ୍ରତିଷ୍ଠାନରୁ ସ୍ନାତକ ଡିଗ୍ରି ହାସଲ କରିଥିବା ଏବଂ ଅନ୍ୟାନ୍ୟ ନିର୍ଦ୍ଧାରିତ ଯୋଗ୍ୟତା ମାନଦଣ୍ଡ ପୂରଣ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା
ପ୍ରାର୍ଥୀମାନଙ୍କୁ ଏକ ପ୍ରାରମ୍ଭିକ ପରୀକ୍ଷା ଏବଂ ଏକ ମୁଖ୍ୟ ପରୀକ୍ଷା ଆଧାରରେ ଚୟନ କରାଯିବ। ପ୍ରାରମ୍ଭିକ ପରୀକ୍ଷାରେ ପ୍ରାର୍ଥୀମାନଙ୍କୁ ଇଂରାଜୀ, ସଂଖ୍ୟାଗତ କ୍ଷମତା ଏବଂ ତର୍କ ଭଳି ବିଷୟଗୁଡ଼ିକୁ ଅନ୍ତର୍ଭୁକ୍ତ କରି ୧୦୦ ମାର୍କ ମୂଲ୍ୟର ୧୦୦ ଟି ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡ଼ିବ। ଏହି ପରୀକ୍ଷା ଗୋଟିଏ ଘଣ୍ଟା ପାଇଁ ଅନୁଷ୍ଠିତ ହେବ। ପ୍ରତ୍ୟେକ ଭୁଲ ଉତ୍ତର ପାଇଁ ଏକ ଚତୁର୍ଥାଂଶ ମାର୍କ କାଟିବା ସହିତ ନେଗେଟିଭ୍ ମାର୍କିଂ ହେବ। 

ଆବେଦନ ଶୁଳ୍କ
ପ୍ରାର୍ଥୀମାନଙ୍କୁ ସେମାନଙ୍କର ଆବେଦନ ଦାଖଲ କରିବା ପାଇଁ ଆବେଦନ ଶୁଳ୍କ ଦେବାକୁ ପଡିବ। ଓବିସି ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୭୫୦ଟଙ୍କା ସ୍ଥିର କରାଯାଇଛି। ଏହି ସମୟରେ ଏସସି, ଏସଟି ଏବଂ ଭିନ୍ନକ୍ଷମ ବର୍ଗର ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କରୁ ଛାଡ ପ୍ରଦାନ କରାଯାଇଛି।

Leave a Reply

Your email address will not be published. Required fields are marked *