ଇଣ୍ଡୋନେସିଆରେ ୬.୭ ତୀବ୍ରତାଯୁକ୍ତ ଭୂମିକମ୍ପ: ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ

ଇଣ୍ଡୋନେସିଆର କିଛି ସ୍ଥାନରେ ମଙ୍ଗଳବାର ସକାଳେ ୬.୭ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି।  ଗୋଟିଏ ମିନିଟ୍‌ରୁ ଅଧିକ ସମୟ ପାଇଁ କମ୍ପନ ହୋଇଥିଲା।

ଇଣ୍ଡୋନେସିଆର କିଛି ସ୍ଥାନରେ ମଙ୍ଗଳବାର ସକାଳେ ୬.୭ ତୀବ୍ରତାଯୁକ୍ତ ଭୂମିକମ୍ପ ଅନୁଭୂତ ହୋଇଛି।  ଗୋଟିଏ ମିନିଟ୍‌ରୁ ଅଧିକ ସମୟ ପାଇଁ କମ୍ପନ ହୋଇଥିଲା। କ୍ଷୟକ୍ଷତି କିମ୍ବା ମୃତାହତଙ୍କ ବିଷୟରେ ତୁରନ୍ତ କୌଣସି ସୂଚନା ଉପଲବ୍ଧ ହୋଇନାହିଁ। ଭୂମିକମ୍ପ ହେବାରୁ ଲୋକମାନେ ଭୟରେ ଘରୁ ବାହାରକୁ ଦୌଡ଼ିବାକୁ ଲାଗିଥିଲେ।

ସୂଚନା ଅନୁଯାୟୀ, ଭୂମିକମ୍ପର କେନ୍ଦ୍ରସ୍ଥଳ କେନ୍ଦ୍ରୀୟ ସୁଲାୱେସି ପ୍ରଦେଶର ରାଜଧାନୀ ପାଲୁରୁ ୪୬ କିଲୋମିଟର  ପୂର୍ବ-ଦକ୍ଷିଣପୂର୍ବରେ ଥିଲା। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁସାରେ, ଏହା ଭୂପୃଷ୍ଠରୁ  ପ୍ରାୟ ୧୦ କିଲୋମିଟର ଗଭୀରତାରେ ଅନୁଭୂତ ହୋଇଥିବା ଅନୁମାନ କରାଯାଉଛି। ଇଣ୍ଡୋନେସିଆ ଅନେକ ଭୂକମ୍ପୀୟ ଫଲ୍ଟ ଦ୍ୱାରା ଘେରି ରହିଛି । ସେଠାରେ ଭୂମିକମ୍ପ ଏବଂ ଆଗ୍ନେୟଗିରି ଉଦ୍‌ଗିରଣ ପ୍ରାୟତଃ ହୋଇଥାଏ।

Leave a Reply

Your email address will not be published. Required fields are marked *