ଆଜିଠୁ ମହଙ୍ଗା ହେଲା CNG-PNG , ଜାଣନ୍ତୁ କେତେ ହେଲା ଦର ?

ଉଭୟ ଗ୍ୟାସ୍‌ର ଦାମ ପ୍ରାୟ ୨ ଟଙ୍କା ଲେଖାଏଁ ବଢ଼ାଯାଇଛି । ତେବେ ଏହି ଦରବୃଦ୍ଧି ସମଗ୍ର ଦେଶରେ ଲାଗୁ ହୋଇନାହିଁ । ରାଜସ୍ଥାନର ଜୟପୁର ସହରରେ Torrent Gas ପକ୍ଷରୁ CNG ଓ PNG ଦର ବଢ଼ାଯାଇଛି ।

ଗ୍ୟାସ୍ ଉପଭୋକ୍ତାଙ୍କୁ ପୁଣି ଲାଗିଛି ଝଟକା । ଆଜିଠୁ CNG ଏବଂ PNG ଦର ବୃଦ୍ଧି ପାଇଛି । ଉଭୟ ଗ୍ୟାସ୍‌ର ଦାମ ପ୍ରାୟ ୨ ଟଙ୍କା ଲେଖାଏଁ ବଢ଼ାଯାଇଛି । ତେବେ ଏହି ଦରବୃଦ୍ଧି ସମଗ୍ର ଦେଶରେ ଲାଗୁ ହୋଇନାହିଁ । ରାଜସ୍ଥାନର ଜୟପୁର ସହରରେ Torrent Gas ପକ୍ଷରୁ CNG ଓ PNG ଦର ବଢ଼ାଯାଇଛି । ନୂଆ ଦର ୭ ଅକ୍ଟୋବର ୨୦୨୬ରୁ ଲାଗୁ ହୋଇଛି ।

ନୂଆ ଦର ଅନୁଯାୟୀ, ଜୟପୁରରେ CNG ଦାମ କିଲୋଗ୍ରାମ ପିଛା ୨ ଟଙ୍କା ବଢ଼ିଛି । ପୂର୍ବରୁ ଗୋଟିଏ କିଲୋ CNG ପାଇଁ ୯୭.୫୦ ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଏବେ ଏହାର ଦାମ ୯୯.୫୦ ଟଙ୍କା ହୋଇଛି । ଫଳରେ ଜୟପୁରରେ CNG ଗାଡ଼ି ଚଳାଉଥିବା ଲୋକଙ୍କ ଉପରେ ଅତିରିକ୍ତ ଖର୍ଚ୍ଚର ବୋଝ ପଡ଼ିବ ।

ସେହିପରି ଘରେ ରୋଷେଇ ପାଇଁ ବ୍ୟବହୃତ PNG ଦର ମଧ୍ୟ ବଢ଼ିଛି । ପୂର୍ବରୁ PNGର ଦାମ ପ୍ରତି SCM ୫୧.୫୦ ଟଙ୍କା ଥିଲା । ଏବେ ଏହା ୨ ଟଙ୍କା ବଢ଼ି ୫୩.୫୦ ଟଙ୍କା ପ୍ରତି SCM ହୋଇଛି। ଏହି ଦରରେ ଟ୍ୟାକ୍ସ ମଧ୍ୟ ସାମିଲ ରହିଛି । ଏହି ଦରବୃଦ୍ଧିର ପ୍ରଭାବ ଜୟପୁରର CNG ଯାନ ଚାଳକଙ୍କ ସହିତ PNG ବ୍ୟବହାର କରୁଥିବା ଘରୋଇ ଉପଭୋକ୍ତାଙ୍କ ଉପରେ ପଡ଼ିବ । ତେବେ ଏହି ଦରବୃଦ୍ଧି କେବଳ ଜୟପୁର ସହର ପାଇଁ ଲାଗୁ ହୋଇଥିବାରୁ ଦେଶର ଅନ୍ୟ ସ୍ଥାନର CNG ଓ PNG ଦର ଏହା ଦ୍ୱାରା ପ୍ରଭାବିତ ହୋଇନାହିଁ ।

Leave a Reply

Your email address will not be published. Required fields are marked *