ପୀୟୁଷ ଗୋୟଲ ସୋସିଆଲ ମିଡିଆରେ ଜାରି କରିଥିବା ବୟାନରେ କହିଛନ୍ତି ଯେ, ସଂସଦ ବାହାରେ ଗଣମାଧ୍ୟମକୁ ଦେଇଥିବା ତାଙ୍କ ବୟାନକୁ ତାଙ୍କ ପ୍ରକୃତ ମନ୍ତବ୍ୟକୁ ଜାଣିଶୁଣି ବିକୃତ କରାଯାଇ ଏଆଇ ସହାୟତାରେ ଡିପଫେକ୍ ଭିଡିଓ ତିଆରି କରାଯାଇଛି ।
ଡିପଫେକ ଭିଡ଼ିଓର ଶିକାର ହେଲେ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୁଷ ଗୋୟଲ । ସୋସିଆଲ ମିଡିଆରେ ତାଙ୍କର ଏକ ବୟାନ ଭାଇରାଲ ହେଉଛି, ଯାହାକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ଏଆଇ ଦ୍ୱାରା ପ୍ରସ୍ତୁତ ଡିପଫେକ୍ ଭିଡ଼ିଓ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି । ଭାଇରାଲ ଭିଡ଼ିଓରେ ମନ୍ତ୍ରୀଙ୍କୁ କିଛି ବିବାଦୀୟ ମନ୍ତବ୍ୟ ଦେଉଥିବା ଦେଖାଯାଇଛି ।
ପୀୟୁଷ ଗୋୟଲ ସୋସିଆଲ ମିଡିଆରେ ଜାରି କରିଥିବା ବୟାନରେ କହିଛନ୍ତି ଯେ, ସଂସଦ ବାହାରେ ଗଣମାଧ୍ୟମକୁ ଦେଇଥିବା ତାଙ୍କ ବୟାନକୁ ତାଙ୍କ ପ୍ରକୃତ ମନ୍ତବ୍ୟକୁ ଜାଣିଶୁଣି ବିକୃତ କରାଯାଇ ଏଆଇ ସହାୟତାରେ ଡିପଫେକ୍ ଭିଡିଓ ତିଆରି କରାଯାଇଛି । ଏଭଳି କାର୍ଯ୍ୟ କେବଳ ଭ୍ରମ ସୃଷ୍ଟି କରୁନାହିଁ, ବରଂ ଗାଣତାନ୍ତ୍ରିକ ଆଲୋଚନା ଓ ବିଶ୍ୱସନୀୟତାକୁ ମଧ୍ୟ କ୍ଷତି ପହଞ୍ଚାଉଛି । ଏହି ଘଟଣାକୁ ନେଇ ମନ୍ତ୍ରୀ ନୂଆଦିଲ୍ଲୀର ଚାଣକ୍ୟପୁରୀ ଥାନାରେ ଅଭିଯୋଗ କରିଛନ୍ତି । ଡିପଫେକ୍ ଭିଡିଓ ପ୍ରସ୍ତୁତ କରିବା, ପ୍ରଚାର କରିବା କିମ୍ବା ତାହାକୁ ପ୍ରୋତ୍ସାହନ କରୁଥିବା ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗୋୟଲ ସ୍ପଷ୍ଟ କରିଛନ୍ତି ।

