ପୁଣି ସୁସ୍ଥ ହୋଇ ଜେଲକୁ ଫେରିଲେ କ୍ରିଷ୍ଟା ପାଇକ : ମାରିପାରିଲାନି ଘାତକ ଇଞ୍ଜେକ୍ସନ

ଆମେରିକୀୟ ଇତିହାସରେ ପୂର୍ବରୁ ଯାହା କେବେ ଘଟିନଥିଲା ତାହା ଘଟିଛି ।  ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ କଏଦୀ କ୍ରିଷ୍ଟା ପାଇକଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା। ତାଙ୍କୁ ଦୁଇଟି ଘାତକ ଇଞ୍ଜେକ୍ସନ ଦିଆଯାଇଥିଲା।

ଆମେରିକୀୟ ଇତିହାସରେ ପୂର୍ବରୁ ଯାହା କେବେ ଘଟିନଥିଲା ତାହା ଘଟିଛି ।  ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ କଏଦୀ କ୍ରିଷ୍ଟା ପାଇକଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା। ତାଙ୍କୁ ଦୁଇଟି ଘାତକ ଇଞ୍ଜେକ୍ସନ ଦିଆଯାଇଥିଲା। ମାତ୍ର ଏହା ତାଙ୍କୁ ମାରି ପାରି ନଥିଲା । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୫୦ ବର୍ଷୀୟ କ୍ରିଷ୍ଟା ପାଇକଙ୍କୁ ହସ୍ପିଟାଲରେ ହାତକଡ଼ି ଲଗାଯାଇ ଆବଶ୍ୟକୀୟ ଚିକିତ୍ସା କରାଯାଇଥିଲା ।  କ୍ରିଷ୍ଟା ଆମେରିକୀୟ ଇତିହାସରେ ଏକମାତ୍ର ବ୍ୟକ୍ତି ଯିଏ ଏକ ଘାତକ ଇଞ୍ଜେକ୍ସନରୁ ବଞ୍ଚିଛନ୍ତି। ମୃତ୍ୟୁଦଣ୍ଡ ଭୋଗୁଥିବା କଏଦୀ କ୍ରିଷ୍ଟା ପାଇକଙ୍କୁ ଶନିବାର ଦିନ ଏକ ଆମେରିକାର ହସ୍ପିଟାଲରୁ ମୁକ୍ତ କରାଯାଇ ପୁଣି ଜେଲ୍‌କୁ ପଠାଯାଇଛି। ହସ୍ପିଟାଲରୁ ଡିସଚାର୍ଜ କରାଯାଇ ତାଙ୍କୁ ଏବେ ଡେବ୍ରା କେ ଜନସନ ପୁନର୍ବାସ କେନ୍ଦ୍ରରେ ରଖାଯାଇଛି। ଏହି କେନ୍ଦ୍ରରେ ୩୦ ବର୍ଷରୁ ଅଧିକ ସମୟ ଧରି ରହିଆସୁଛନ୍ତି ।

ଏକ ହତ୍ୟାକାଣ୍ଡ ପାଇଁ ମୃତ୍ୟୁଦଣ୍ଡ ପାଇଥିବା ପାଇକ୍ ସେପ୍ଟେମ୍ବର ୩୦ ତାରିଖରେ ମୃତ୍ୟୁ ଦଣ୍ଡରୁ ବଞ୍ଚିବା ପରେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଆଇନଜୀବୀ ଭାବୁଥିଲେ ହୁଏତ ତାଙ୍କ ବ୍ରେନ୍ ଡେଡ୍ ହୋଇଯିବ । ରିଭରବେଣ୍ଡ ମ୍ୟାକ୍ସିମମ୍ ସିକ୍ୟୁରିଟି ଇନଷ୍ଟିଚ୍ୟୁସନ୍‌ରେ ଦୁଇଟି ଘାତକ ଇଞ୍ଜେକ୍ସନ୍ ଦିଆଯିବା ପରେ ମଧ୍ୟ ସେ ମରି ନଥିଲେ। ତାଙ୍କୁ ମୃତ୍ୟୁଦଣ୍ଡ ପ୍ରକୋଷ୍ଠରୁ ନାସଭିଲ୍ ହସ୍ପିଟାଲକୁ ନିଆଯାଇଥିଲା  ।
ପାଇକ୍ ୧୯୯୫ ମସିହାରେ ତାଙ୍କ ସହପାଠୀ ୧୯ ବର୍ଷୀୟ କଲିନ୍ ସ୍ଲେମରଙ୍କ ହତ୍ୟା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ପାଇକ ସେତେବେଳେ ୧୮ ବର୍ଷ ବୟସର ଥିଲେ। ସେ ଟେନେସି ବିଶ୍ୱବିଦ୍ୟାଳୟ କ୍ୟାମ୍ପସର ଏକ ଜଙ୍ଗଲିଆ ଅଞ୍ଚଳରେ ପ୍ରାୟ ଏକ ଘଣ୍ଟା ଧରି ସ୍ଲେମରଙ୍କୁ ଏକ ମାଂସ କଟା ଛୁରୀ ଏବଂ ଏକ ବାକ୍ସ କଟର ସାହାଯ୍ୟରେ ଆକ୍ରମଣ କରିଥିଲେ, ଯେଉଁଥିରେ ତାଙ୍କ ପ୍ରେମିକ ଏବଂ ଜଣେ ବନ୍ଧୁ ସହାୟତା କରିଥିଲେ ।

Leave a Reply

Your email address will not be published. Required fields are marked *