ଘରେ ବସି YONO SBIରେ ଅତି ସହଜରେ ଖୋଲନ୍ତୁ PPF ଆକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌) ହେଉଛି ଭାରତର ସବୁଠାରୁ ଭରସାଯୋଗ୍ୟ ଏବଂ ସରକାର ସମର୍ଥିତ ଦୀର୍ଘକାଳୀନ ସଞ୍ଚୟ ଯୋଜନା। ଏହା ସେକ୍ସନ ୮୦ସି ଅଧୀନରେ ଟିକସ ଲାଭ ପ୍ରଦାନ କରେ ଏବଂ ୧୫ ବର୍ଷରେ ମ୍ୟାଚୁରିଟି ହୁଏ। ସବୁଠାରୁ ଖାସ କଥା ହେଲା, ଏବେ ଆପଣ ନିଜର ସ୍ମାର୍ଟଫୋନ ମାଧ୍ୟମରେ ଏସବିଆଇ ୟୋନୋ (YONO SBI) ଆପ୍‌ ବ୍ୟବହାର କରି ପିପିଏଫ୍‌ ଆକାଉଣ୍ଟ ଖୋଲିପାରିବେ। ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ପ୍ରକ୍ରିୟା।

Yono SBIରେ ପିପିଏଫ୍‌ ଆକାଉଣ୍ଟ ଖୋଲିବା ପ୍ରକ୍ରିୟା:
୧. ଆପ୍‌ ଡାଉନଲୋଡ୍‌: ଗୂଗଲ ପ୍ଲେ ଷ୍ଟୋର୍‌ କିମ୍ବା ଆପ ଷ୍ଟୋର୍‌ରୁ YONO SBI ଆପ ଡାଉନଲୋଡ କରନ୍ତୁ।
୨. ଲଗ୍‌ ଇନ୍‌: ନିଜର ଲଗ୍‌ ଇନ୍‌ ତଥ୍ୟ ସହିତ ଆପ୍‌ରେ ସାଇନ୍‌-ଇନ୍‌ କରନ୍ତୁ ଏବଂ ନିଶ୍ଚିତ କରନ୍ତୁ ଯେ ଆପଣଙ୍କର KYC ଅପଡେଟ ହୋଇଛି।
୩. ଇନଭେଷ୍ଟମେଣ୍ଟ ସେକ୍ସନ: ମୁଖ୍ୟ ମେନୁରୁ ‘Investments’ ସେକ୍ସନକୁ ଚୟନ କରନ୍ତୁ।
୪.ପିପିଏଫ୍‌ ଆକାଉଣ୍ଟ: ‘PPF Account’ ବିକଳ୍ପ ଚୟନ କରି ପ୍ରକ୍ରିୟା ଆରମ୍ଭ କରନ୍ତୁ।
୫.ଶାଖା ଓ ନୋମିନୀ: ଆପଣଙ୍କ ପସନ୍ଦ ଅନୁସାରେ ବ୍ୟାଙ୍କ ଶାଖା ଚୟନ କରନ୍ତୁ ଏବଂ ନୋମିନୀର ବିବରଣୀ ପୂରଣ କରନ୍ତୁ।
୬. ଷ୍ଟାଣ୍ଡିଂ ଇନଷ୍ଟ୍ରକସନ: ମାସିକ ନିବେଶ ପାଇଁ ଚାହିଁଲେ ଷ୍ଟାଣ୍ଡିଂ ଇନଷ୍ଟ୍ରକସନ ସେଟ କରିପାରିବେ।
୭. ସର୍ତ୍ତାବଳୀ: ସମସ୍ତ ତଥ୍ୟ ଯାଞ୍ଚ କରି ସର୍ତ୍ତାବଳୀ ଗ୍ରହଣ କରନ୍ତୁ।
୮.ଓଟିପି ଯାଞ୍ଚ: ଆପଣଙ୍କ ରେଜିଷ୍ଟର୍ଡ ମୋବାଇଲ ନମ୍ବରକୁ ପଠାଯାଇଥିବା ଓଟିପି ପୂରଣ କରି ପୁଷ୍ଟି କରନ୍ତୁ।
୯. ଆକାଉଣ୍ଟ ସକ୍ରିୟ: ଆକାଉଣ୍ଟ ଖୋଲିବା ପରେ ପ୍ରଥମ ରାଶି ଜମା କରି ଏହାକୁ ସକ୍ରିୟ କରନ୍ତୁ।

ମନେ ରଖନ୍ତୁ, ଜଣେ ବ୍ୟକ୍ତିଙ୍କ ନାମରେ କେବଳ ଗୋଟିଏ ପିପିଏଫ ଆକାଉଣ୍ଟ ବୈଧ ହୋଇପାରିବ।

ନୋମିନେସନ, ଅଟୋ-ପେ ଓ ସୁବିଧା:
– ନୋମିନୀ: ଆକାଉଣ୍ଟ ଖୋଲିବା ସମୟରେ ସର୍ବାଧିକ ଚାରି ଜଣ ନୋମିନୀ ଯୋଡ଼ି ହେବ, ଯାହା ଅପ୍ରତ୍ୟାଶିତ ପରିସ୍ଥିତିରେ ଦାବି ପ୍ରକ୍ରିୟାକୁ ସହଜ କରେ।
-ଅଟୋ-ପେ: ମାସିକ ଷ୍ଟାଣ୍ଡିଂ ଇନଷ୍ଟ୍ରକସନ ସେଟ କରି ନିୟମିତ ଜମା ଅଟୋମେଟେଡ କରାଯାଇପାରିବ, ଯାହାକୁ ପରେ ଆପ ମାଧ୍ୟମରେ ବଦଳାଯାଇପାରେ କିମ୍ବା ବନ୍ଦ କରାଯାଇପାରେ।
-ଅନ୍ୟ ସୁବିଧା: ଆକାଉଣ୍ଟ ଷ୍ଟେଟମେଣ୍ଟ, ବାଲାନ୍ସ ଏବଂ ସମସ୍ତ ଲେଣଦେଣ YONO SBI ଆପ ମାଧ୍ୟମରେ ଟ୍ରାକ୍‌ ଓ ପରିଚାଳନା କରାଯାଇପାରିବ।

ଏହି ସୁବିଧା ସହିତ ଏବେ ଘରେ ବସି ପିପିଏଫ ଆକାଉଣ୍ଟ ଖୋଲି ନିଜର ଆର୍ଥିକ ଭବିଷ୍ୟତକୁ ସୁରକ୍ଷିତ କରନ୍ତୁ।

Leave a Reply

Your email address will not be published. Required fields are marked *