ପ୍ରତି ବ୍ୟକ୍ତି ନିଜ ଘରୁ ପରିବର୍ତ୍ତନ ଆରମ୍ଭ କରନ୍ତୁ : ରାଜ୍ୟପାଳ

ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ମୁଁ ସୁପାରିସ କରୁଛି, ସେମାନେ ନିଜ କ୍ୟାମ୍ପସକୁ ଗ୍ରୀନ ସର୍ଟିଫାଏଡ କରାନ୍ତୁ । ଉତ୍କଳ ବିଶ୍ବବିଦ୍ୟାଳୟ ମୋର ପରବର୍ତ୍ତୀ ପରିଦର୍ଶନ ସମୟରେ ମୁଁ ଏହା ଦେଖିବାକୁ ଚାହୁଁଛି

ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ମୁଁ ସୁପାରିସ କରୁଛି, ସେମାନେ ନିଜ କ୍ୟାମ୍ପସକୁ ଗ୍ରୀନ ସର୍ଟିଫାଏଡ କରାନ୍ତୁ । ଉତ୍କଳ ବିଶ୍ବବିଦ୍ୟାଳୟ ମୋର ପରବର୍ତ୍ତୀ ପରିଦର୍ଶନ ସମୟରେ ମୁଁ ଏହା ଦେଖିବାକୁ ଚାହୁଁଛି । ପୁନଶ୍ଚ ପୃଥିବୀର  ତୃତୀୟ ସଂସ୍କରଣରେ ଆୟାଜିତ କାର୍ଯ୍ୟକ୍ରମରେ ରାଜ୍ୟପାଳ  ହରିବାବୁ କମ୍ଭମପାଟି ଶୁକ୍ରବାର ଏହା କହିଛନ୍ତି। 
 
ଉତ୍କଳ ବିଶ୍ବବିଦ୍ୟାଳୟରେ ଆୟୋଜିତ ତିନିଦିନିଆ ସମା‌ରୋହରେ ସେ କହିଛନ୍ତି, ବର୍ଷା ଜଳ ସଂରକ୍ଷଣ ମଧ୍ୟ ଏକ ମହତ୍ କାର୍ଯ୍ୟ। ଆମ ପାଖରେ ଦକ୍ଷତା ଅଛି। ଏହି ଛୋଟ ଛୋଟ ପଦକ୍ଷେପ ନେଇ ପାରିବା। ସବୁ ବିଶ୍ବବିଦ୍ୟାଳୟକୁ ଆହ୍ବାନ ଦିଆଯାଇଛି। ଗ୍ରୀନ ସାର୍ଟିଫିକେଟ ପାଇବା ପାଇଁ। ଆଉଥରେ ମୁଁ ଉତ୍କଳ ବିଶ୍ବବିଦ୍ୟାଳୟ ଆସିଲେ ଏହି ସାର୍ଟିଫିକେଟ ଦେଖିବାକୁ ଚାହୁଁଛି।

ରାଜ୍ୟପାଳ କହିଛନ୍ତି, ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର ଅଶୋଧିତ ତୈଳ ଆମଦାନୀକୁ କମାଇ ଦେଶର ଅର୍ଥନୀତିକୁ ସୁଦୃଢ଼ କରିପାରିବ। ଆମ ଜୀବନଶୈଳୀର ଛୋଟ ପରିବର୍ତ୍ତନ ଏକ ବଡ଼ ପରିବର୍ତ୍ତନ ଆଣିପାରିବ। ଆମ ଜୀବନକୁ ଦୀର୍ଘସ୍ଥାୟୀ କରୁଥିବା ବୃକ୍ଷକୁ ଆମେ ରକ୍ଷା କରିବା ଉଚିତ୍। ଏପରିକି ଆମେ ଅଧିକରୁ ଅଧିକ ବୃକ୍ଷ ଲଗାଇବା ଉଚିତ୍। 
ସେ କହିଛନ୍ତି, ବର୍ଷର ପ୍ରତିଟି ଦିନ କିଛି ଦିବସ ଭାବେ ପାଳନ ହେଉଛି। ଆମେ ପ୍ରତି ଉତ୍ସବରେ ବୃକ୍ଷ ରୋପଣ କରିବା ଉଚିତ୍। ଆଜି ଦିନର ମୁଖ୍ୟ ସ୍ଲୋଗାନ ହେଉଛି, ବର୍ଷେ ପର୍ଯ୍ୟନ୍ତ ପ୍ରତ୍ୟେକ ଲୋକ ପ୍ରତିଦିନ ଗୋଟିଏ ଲେଖାଏଁ ଗଛ ଲଗାଇବେ।

Leave a Reply

Your email address will not be published. Required fields are marked *