୧୨ ଘଣ୍ଟାରୁ ଅଧିକ ସମୟ ଧରି ଅଚଳ ହୋଇ ପଡ଼ିଛି ୧୦୮ ଆମ୍ବୁଲାନ୍ସ । ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଚକ ପମ୍ପଚର୍ ହେବା ପରେ ରାସ୍ତାକଡ଼ରେ ଅଟକି ରହିଥିବା ଅଭିଯୋଗ ହୋଇଛି ।
୧୨ ଘଣ୍ଟାରୁ ଅଧିକ ସମୟ ଧରି ଅଚଳ ହୋଇ ପଡ଼ିଛି ୧୦୮ ଆମ୍ବୁଲାନ୍ସ । ବାଲେଶ୍ୱର ଜିଲ୍ଲା ସୋର ଉତ୍ତରେଶ୍ୱର ଛକ ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଚକ ପମ୍ପଚର୍ ହେବା ପରେ ରାସ୍ତାକଡ଼ରେ ଅଟକି ରହିଥିବା ଅଭିଯୋଗ ହୋଇଛି ।
ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ ୧୦୮ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଥିବା ରୋଗୀ ଓ ସାଧାରଣ ଲୋକଙ୍କ ପାଇଁ ଏଭଳି ଦୀର୍ଘ ସମୟ ଧରି ଗାଡ଼ି ଅଚଳ ରହିବା ଚିନ୍ତାର କାରଣ ପାଲଟିଛି । ଗାଡ଼ିଟି ଖରାପ ହେବା ପରେ ତୁରନ୍ତ ମରାମତି କରାଯାଇନଥିବା ବେଳେ ଆବଶ୍ୟକ ସମୟରେ ରୋଗୀଙ୍କ ପାଇଁ ବିକଳ୍ପ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇଛି କି ନାହିଁ, ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଜରୁରୀକାଳୀନ ସେବାରେ ନିୟୋଜିତ ଆମ୍ବୁଲାନ୍ସ ଏଭଳି ଦୀର୍ଘ ସମୟ ଅଚଳ ରହିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅଚଳ ଆମ୍ବୁଲାନ୍ସକୁ ତୁରନ୍ତ ମରାମତି କରି ସେବାରେ ନିୟୋଜିତ କରିବା ସହ ଏଭଳି ସମୟରେ ରୋଗୀଙ୍କ ସେବା ଯେପରି ପ୍ରଭାବିତ ନହୁଏ, ସେଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

